ନୂଆଦିଲ୍ଲୀ: ଦିଲ୍ଲୀ ମୁଣ୍ଡକାରେ ତିନି ମହଲା ବିଶିଷ୍ଟ ବାଣିଜ୍ୟିକ ପ୍ରତିଷ୍ଠାନରେ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 27କୁ ବୃଦ୍ଧି ହୋଇଛି । ଆଜି ଘଟଣାସ୍ଥଳ ପରିଦର୍ଶନ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Delhi Chief Minister Arvind Kejriwal)। ଗତ ରାତିରେ କ୍ୟାବିନେଟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ(Cabinet Minister Satyendar Jain) ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟୁଇଟ କରି ସୂଚନା ଦେଇଛନ୍ତି ।
-
Shocked and pained to know abt this tragic incident. I am constantly in touch wid officers. Our brave firemen are trying their best to control the fire and save lives. God bless all. https://t.co/qmL43Qbd88
— Arvind Kejriwal (@ArvindKejriwal) May 13, 2022 " class="align-text-top noRightClick twitterSection" data="
">Shocked and pained to know abt this tragic incident. I am constantly in touch wid officers. Our brave firemen are trying their best to control the fire and save lives. God bless all. https://t.co/qmL43Qbd88
— Arvind Kejriwal (@ArvindKejriwal) May 13, 2022Shocked and pained to know abt this tragic incident. I am constantly in touch wid officers. Our brave firemen are trying their best to control the fire and save lives. God bless all. https://t.co/qmL43Qbd88
— Arvind Kejriwal (@ArvindKejriwal) May 13, 2022
ଟ୍ବିଟ୍ରେ କେଜ୍ରିୱାଲ ଲେଖିଛନ୍ତି, "ମୁଣ୍ଡକା ଅଗ୍ନୁକାଣ୍ତର ସ୍ଥିତି ଜାଣିବା ପାଇଁ ଲଗାତାର ଭାବେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲି । ଅଗ୍ନିଶମ ଅଧିକାରୀଙ୍କ ଅହରହ ଉଦ୍ୟମ ଯୋଗୁଁ ନିଆଁକୁ ଆୟତ୍ତ କରାଯାଇଛି । ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ ।" ସୂଚନା ଅନୁସାରେ, ଶୁକ୍ରବାର ସଂନ୍ଧ୍ୟାରେରେ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏହି ତିନି ମହଲା ବିଶିଷ୍ଟ ବାଣିଜ୍ୟିକ ପ୍ରତିଷ୍ଠାନରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଏନେଇ ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।
ଏଥିରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ଆଜି ମଧ୍ୟ ଏନଡିଆରଏଫ((NDRF) ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେବି ଅନେକ ଲୋକ ଫସି ରହିଛନ୍ତି । ୫୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ ଡେପୁଟି କମିଶନର । ଏହି ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ଲକ୍ଷଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଘୋଷଣା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ