ETV Bharat / bharat

ହସ୍ପିଟାଲରେ ସତ୍ୟେନ୍ଦ୍ର ଜୈନଙ୍କୁ ଭେଟିଲେ କେଜ୍ରିଓ୍ବାଲ, କହିଲେ ବ୍ରେଭ୍‌ ମ୍ୟାନ - ଦିଲ୍ଲୀ ପୂର୍ବତନ ମନ୍ତ୍ରୀ ସତ୍ଯେନ୍ଦ୍ର ଜୈନ

ହସ୍ପିଟାଲରେ ଜୈନଙ୍କୁ ଭେଟିଲେ କେଜ୍ରିଓ୍ବାଲ । କହିଲେ ବ୍ରେଭ୍‌ ମ୍ୟାନ । ଅଧିକ ପଢନ୍ତୁ

ହସ୍ପିଟାଲରେ ସତ୍ୟେନ୍ଦ୍ର ଜୈନଙ୍କୁ ଭେଟିଲେ କେଜ୍ରିଓ୍ବାଲ, କହିଲେ ବ୍ରେଭ ମ୍ୟାନ

author img

By

Published : May 28, 2023, 4:20 PM IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି (ବୁଧବାର) କ୍ୟାବିନଟର ପୂର୍ବତନ ସହଯୋଗୀ ତଥା ସତ୍ୟେନ୍ଦ୍ର ଜୈନଙ୍କୁ ହସ୍ପିଟାଲରେ ଭେଟିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇ ବିଚାର ବିଭାଗୀୟ ଜେଲରେ ଥିବା ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆମ ଆଦମୀ ପାର୍ଟି ମୁଖ୍ୟ କେଜ୍ରିଓ୍ବାଲ ଜୈନଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି ।

ଉଭୟଙ୍କ ମଧ୍ୟରେ ସାକ୍ଷାତକାର ହେବା ପରେ, କେଜ୍ରିୱାଲ ନିଜ ଟୁଇଟର ଆକାଉଣ୍ଟରେ ଏହି ସାକ୍ଷାତର କିଛି ଫଟୋ ସେୟାର କରିଛନ୍ତି । ଟ୍ୱିଟ୍ କରି କେଜ୍ରିଓ୍ବାଲ ଲେଖିଛନ୍ତି, ‘‘ସେ ଜଣେ ସାହସୀ ବ୍ୟକ୍ତିଙ୍କୁ ଭେଟିଲେ ...ହିରୋ’’ । ଏହି ଟ୍ୱିଟ୍ ସହିତ ତିନୋଟି ଫଟୋ ମଧ୍ୟ ସେୟାର କରିଛନ୍ତି କେଜ୍ରିଓ୍ବାଲ । ଯେଉଁଥିରେ ସେ ଜୈନଙ୍କୁ ସାକ୍ଷାତ ବେଳେ ଭାବପ୍ରବଣ ହୋଇ ଆଲିଙ୍ଗନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ଏକ ବର୍ଷରୁ ଅଧିକ ବ୍ୟବଧାନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସତ୍ୟେନ୍ଦ୍ର ଜୈନଙ୍କ ସହ ଏହି ସାକ୍ଷାତ ହୋଇଛି । ଗତ ବର୍ଷ ମେ’ ମାସରେ ଗିରଫ ହେବା ପରଠୁ ତିହାର ଜେଲରେ ରହିଛନ୍ତି ଆମ ଆଦମୀ ପାର୍ଟିର ଏହି ବରିଷ୍ଠ ନେତା ତଥା ଦିଲ୍ଲୀ କ୍ୟାବିନେଟର ପୂର୍ବତନ ମନ୍ତ୍ରୀ । ମନିଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଏକାଧିକ ଥର ସମନରେ ଡାକି ଜେରା କରିବା ପରେ ତାଙ୍କୁ ଗିରଫ କରିଥିଲା । ତାଙ୍କ ବେଲ୍‌ ଆବେଦନ ବାରମ୍ବାର ବାରମ୍ବାର ଖାରଜ ହେବା ସହ ସେ ଏବେ ତିହାର ଜେଲରେ ବିଚାର ବିଭାଗୀୟ କଏଦୀ ଭାବେ ସଜ୍ଜା କାଟୁଛନ୍ତି ।

ଗତ ଗୁରୁବାର ଜୈନଙ୍କର ମୁଣ୍ଡ ବୁଲାଇବା କାରଣରୁ ସେ ଜେଲ୍‌ ଶୌଚାଳୟରେ ପଡିଯାଇଥିଲେ । ସେ ମାତ୍ରାଧିକ ଓଜନ ହ୍ରାସ କାରଣରୁ ଦୁର୍ବଳ ହୋଇଯାଇଛନ୍ତି । ତାଙ୍କୁ ଗୁରୁବାରଠୁ ଜେଲ୍‌ କର୍ତ୍ତୃପକ୍ଷ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସର୍ବୋଚ୍ଚ କୋର୍ଟଙ୍କ ମଧ୍ୟ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଜୈନଙ୍କୁ 6 ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀ ଜାମିନ ପ୍ରଦାନ କରିଛନ୍ତି । ଅର୍ଥ ହେରଫେର ଅଭିଯୋଗରେ ଜୈନଙ୍କୁ ଗତ ବର୍ଷ ମେ 30 ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ଜୈନ ଗିରଫ ହୋଇ ଜେଲରେ ଥିବା ବେଳେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଅବକାରୀ ନୀତି ଘୋଟାଲା ମାମଲାରେ କେନ୍ଦ୍ରୀୟ ସଂସ୍ଥା ଗିରଫ ହୋଇଥିଲେ । ପରେ ଉଭୟ ସିସୋଦିଆ ଓ ଜୈନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.