ETV Bharat / bharat

Delhi Car Horror: ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ନାହିଁ ଯୌନ ଶୋଷଣର ପ୍ରମାଣ

author img

By

Published : Jan 3, 2023, 5:15 PM IST

ଆସିଲା ବ୍ୟବଚ୍ଛେଦ ରିପୋର୍ଟ । ନାହିଁ ଯୌନ ଶୋଷଣର ପ୍ରମାଣ । ଏକାଧିକ ଆଘାତ ଓ ରକ୍ତସ୍ରାବ ଫଳରେ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Delhi Car Horror: ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ନାହିଁ ଯୌନ ଶୋଷଣର ପ୍ରମାଣ
Delhi Car Horror: ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ନାହିଁ ଯୌନ ଶୋଷଣର ପ୍ରମାଣ

ହାଇଦ୍ରାବାଦ: ଦିଲ୍ଲୀ କାର ଟ୍ରାଜେଡି ମାମଲାରେ ଆଜି (ମଙ୍ଗଳବାର) ଆସିଛି ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ । ଏଥିରେ ଯୌନ ନିର୍ଯାତନାର କୌଣସି ପ୍ରମାଣ ନଥିବା ଜଣାପଡିଛି । ମୃତକଙ୍କ ଶରୀରରେ ରହିଥିବା ସମସ୍ତ ଆଘାତ ବା କ୍ଷତ କେବଳ କାରରେ ଘୋଷାଡି ନେବା ଦ୍ବାରା ହୋଇଥିବା ଜଣାପଡିଛି । ଜାନୁଆରୀ ପହିଲାରେ ଯୁବତୀଙ୍କୁ ଏକ କାର ପ୍ରାୟ 13 କି.ମି ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଯୁବତୀଙ୍କ ଉଲଗ୍ନ ମୃତଦେହ ଉଦ୍ଧାର ହେବା ପରେ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ ପରିବାର ଲୋକେ । ତେବେ ବ୍ୟବଚ୍ଛେଦ ରିପୋର୍ଟରେ ସେପରି କିଛି ପ୍ରମାଣ ସାମ୍ନାକୁ ଆସିନି ।

ଯୁବତୀଙ୍କ ମୃତଦେହ ଦିଲ୍ଲୀର ମୌଲାନା ଆବୁଲ କାଲାମ ଆଜାଦ ହସ୍ପିଟାଲରେ ବ୍ୟବଚ୍ଛେଦ ହୋଇଥିଲା । ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରାଥମିକ ବ୍ୟବଚ୍ଛେଦ ରିପୋର୍ଟ ପୋଲିସକୁ ହସ୍ତାନ୍ତର କରିଛନ୍ତି । ରିପୋର୍ଟ ଆଧାରରେ ମିଳିଥିବା ସୂଚନା ଅନୁସାରେ, ଶରୀରରେ ଏକାଧିକ ସ୍ଥାନରେ ଗଭୀର ଲାଗିଛି । ମୁଣ୍ଡ, ମେରୁଦଣ୍ଡ ଓ ଶରୀର ଅନ୍ୟ କିଛି ସ୍ଥାନରେ ଗଭୀର ଆଘାତ ଲାଗିବା ଓ ମାତ୍ରାଧିକ ରକ୍ତସ୍ରାବ କାରଣରୁ ଯୁବତୀଙ୍କ ମୃତ୍ୟୁ ହୋଇଛି । ଯୁବତୀଙ୍କ ଗୁପ୍ତାଙ୍ଗରେ ସେପରି କୌଣସି କ୍ଷତର ପ୍ରମାଣ ନଥିବାରୁ ଏହା ଦୁଷ୍କର୍ମ ନେଇ ରିପୋର୍ଟରେ ଦର୍ଶାଯାଇନାହିଁ ।

ରିପୋର୍ଟ ଏହା ମଧ୍ୟ କହୁଛି ଯେ, ଏହି ସମସ୍ତ ଆଘାତ ଝଟକା, ଧକ୍କା ଲାଗିବା କିମ୍ବା ଘୋଷାଡି ନେବା ପରି ସ୍ଥିତିରେ ହୋଇଥାଏ । ତେବେ ଯୌନ ନିର୍ଯାତନା କିମ୍ବା ଦୁଷ୍କର୍ମ ପରି କୌଣସି ଦିଗକୁ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ କରାଯାଇନଥିବା ମଧ୍ୟ ସୂଚନା ମିଳିଛି । ଏହା ପ୍ରାଥମିକ ରିପୋର୍ଟ ଓ ପରେ ଚୂଡାନ୍ତ ବ୍ୟବଚ୍ଛେଦ ରିପୋର୍ଟ ଗ୍ରହଣ କରାଯିବା ନେଇ ସ୍ବତନ୍ତ୍ର ପୋଲିସ କମିଶନର ସାଗରପ୍ରତି ହୁଡ୍ଡା କହିଛନ୍ତି । ଏହି ଘଟଣାରେ ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଜେରା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.