ETV Bharat / bharat

ମଝି ଆକାଶରେ ବିଗିଡିଲା ଯାତ୍ରୀଙ୍କ ସ୍ବାସ୍ଥ୍ୟ, ଦିଲ୍ଲୀ ବଦଳରେ ଭୋପାଳରେ ଅବତରଣ କଲା ବିମାନ - ମଝି ଆକାଶରେ ବିଗିଡିଲା ଯାତ୍ରୀଙ୍କ ସ୍ବାସ୍ଥ୍ୟ

ମେଡିକାଲ ଏମର୍ଜେନ୍ସି ପାଇଁ ଭୋପାଳ ବିମାନ ବନ୍ଦରରେ ଅବତରଣ କଲା ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ । ଅଧିକ ପଢନ୍ତୁ

ମେଡିକାଲ ଏମର୍ଜେନ୍ସି ପାଇଁ ଭୋପାଳରେ ଅବତରଣ କଲା ଇଣ୍ଡିଗୋ ବିମାନ

author img

By

Published : Feb 25, 2023, 7:24 AM IST

ଭୋପାଳ: ବିମାନ ଯାତ୍ରା ସମୟରେ ମଝି ଆକାଶରେ ବିଗିଡିଲା ଯାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା । ମେଡିକାଲ ଏମର୍ଜେନ୍ସି ପାଇଁ ଭୋପାଳରେ ଅବତରଣ କଲା ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ । ଗତକାଲି କେରଳର କୋଚିରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ 6E 2407 ବିମାନ ଭୋପାଳ ବିମାନ ବନ୍ଦରରେ ଅବତରଣ କରିଛି । ଏନେଇ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ବିବୃତ୍ତି ଜରିଆରେ ସୂଚନା ଦିଆଯାଇଛି ।

ସୂଚନା ମୁତାବକ, ଗତକାଲି(ଶୁକ୍ରବାର) ଇଣ୍ଡିଗୋ ବିମାନ 6E 2407 କୋଚି ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା । ମାତ୍ର ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ଅଧାବାଟରେ ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଏହି କାରଣରୁ ପାଇଲଟ ଦିଲ୍ଲୀ ବଦଳରେ ଭୋପାଳ ବିମାନ ବନ୍ଦରରେ ବିମାନ ଅବତରଣ କରିଥିଲେ । ଏହାପରେ ସମ୍ପୃକ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ତେବେ କିଏ ସେହି ଯାତ୍ରୀ ଏବଂ ତାଙ୍କର କ'ଣ ହୋଇଥିଲା ସେନେଇ ଏୟାରଲାଇନ୍ସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । କେବଳ ମେଡିକାଲ ଏମର୍ଜେନ୍ସି କାରଣରୁ ବିମାନ ଭୋପାଳରେ ଅବତରଣ କରିଥିବା କୁହାଯାଇଛି । ତେବେ ଏଥିପାଇଁ ଅନ୍ୟ ଯାତ୍ରୀଙ୍କୁ ସମସ୍ୟା ଭୋଗିବାକୁ ପଡିଥିବାରୁ ଏୟାରଲାଇନ୍ସ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଗତକାଲି କେରଳର କଲିକଟରୁ ସାଉଦି ଆରବ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ବିମାନ ଥିରୁଅନନ୍ତପୁରମ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନକୁ ସୁରକ୍ଷିତ ଭାବେ ଜରୁରୀ ଅବତରଣ କରାଯାଇଥିଲା । ଏଥିରେ ପ୍ରାୟ ୧୭୬ ଜଣ ଯାତ୍ରୀ ଥିଲେ । ଏହି ବିମାନ ସାଉଦ ଆରବର ଡାମମକୁ ଯାତ୍ରୀ କରୁଥିଲା । ବିମାନର ହାଇଡ୍ରୋଲିକ ଗିୟର ଖରାପ ହେବା ଯୋଗୁଁ ଏହାକୁ ପାଇଲଟ ଥିରୁଅନନ୍ତପୁରମରେ ଅବତରଣ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ଥିରୁଅନନ୍ତପୁରମରେ ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ

ଏହାପରେ ଯାତ୍ରୀଙ୍କ ଅନ୍ୟ ଏକ ବିମାନରେ ପଠାଇବା ଲାଗି ବ୍ୟବସ୍ଥା କରାଯାଇଥିଲା । ସକାଳ ୯ଟା ୩୪ ମିନିଟରେ ବିମାନ ଉଡାଣ ଭରିଥିବା ବେଳେ ୧୧ଟା ୧୦ରେ ଅବତରଣ କରିବାର ଥିଲା । କିଛି ଦିନ ତଳେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ମେଡିକାଲ ଏମର୍ଜେନ୍ସି ପାଇଁ ଲଣ୍ଡନରେ ଅବତରଣ କରିଥିଲା । ୨୦ ତାରିଖ ସକାଳ ୧୧ଟା ୫ରେ ବିମାନ ନ୍ୟୁୟର୍କରୁ ଉଡାଣ ଭରିଥିବାବେଳେ ଏହାର ପରଦିନ ୧୧ଟା ୨୫ ସମୟରେ ଦିଲ୍ଲୀରେ ଅବତରଣ କରିବାର ଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.