ETV Bharat / bharat

Yamuna flood: AAP ସରକାରର ଅବହେଳା ଦର୍ଶାଇ ତଦନ୍ତ ଦାବି କଲା BJP

author img

By

Published : Jul 16, 2023, 8:21 PM IST

ଖସୁଛି ଯମୁନା, ବଢୁଛି ରାଜନୀତି । AAP ସରକାରର ଅବହେଳା ଦର୍ଶାଇ ତଦନ୍ତ ଦାବି କଲା BJP । କହିଲା ସହରରେ ଡ୍ରେନେଜ୍‌ ସଫେଇରେ ହୋଇଛି ବ୍ୟାପକ ଦୁର୍ନୀତି । ଅଧିକ ପଢନ୍ତୁ

Yamuna flood: AAP ସରକାରର ଅବହେଳା ଦର୍ଶାଇ ତଦନ୍ତ ଦାବି କଲା BJP
Yamuna flood: AAP ସରକାରର ଅବହେଳା ଦର୍ଶାଇ ତଦନ୍ତ ଦାବି କଲା BJP

ନୂଆଦିଲ୍ଲୀ: ଯମୁନା ଜଳସ୍ତର ଯେତିକି ମାତ୍ରାରେ ହ୍ରାସ ପାଉଛି, ରାଜଧାନୀ ଦିଲ୍ଲୀରେ ବନ୍ୟା ରାତନୀତିର ଉଷ୍ମତା ସେତିକି ମାତ୍ରାରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଗତକାଲି ଏହି ବନ୍ୟା ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ରପୂର୍ଣ୍ଣ ଓ ବିଜେପି- ହରିୟାଣା ସରକାରଙ୍କ ଦ୍ବାରା ଉଦ୍ଦେଶ୍ୟମୂଳକ ଭାବେ କରାଯାଇଥିବା ଆମ ଆଦମୀ ପାର୍ଟି ଅଭିଯୋଗ କରିଥିଲା । ଆଜି ଏହି ପ୍ରସଙ୍ଗରେ ବିରୋଧୀ ବିଜେପି ଆପ ସରକାରର ଦୁର୍ନୀତି ଓ ବନ୍ୟା ପରିଚାଳନାରେ ଚରମ ଅବହେଳା ନେଇ ବର୍ଷିବା ସହ ସିଧା ତଦନ୍ତ ଦାବି କରିଛି ।

ଏହି ପ୍ରସଙ୍ଗରେ ଆଜି ଦିଲ୍ଲୀ ବିଜେପି ମୁଖ୍ୟ ବିରେନ୍ଦ୍ର ସଚ୍ଚେଦେବା ଶାସକ ଆମ ଆଦମୀ ପାର୍ଟି ଉପରେ ବର୍ଷିଛନ୍ତି । କହିଛନ୍ତି,"ଦିଲ୍ଲୀରେ ବନ୍ୟା କେଜ୍ରିଓ୍ବାଲଙ୍କ ସରକାରର ଦୁର୍ନୀତି କାରଣରୁ ହେଲା । ଦିଲ୍ଲୀର 8 ବର୍ଷ ମଧ୍ୟରେ ଯମୁନା ନଦୀ କିମ୍ବା ସହରର ଡ୍ରେନ ନିଷ୍କାସିତ ହୋଇନଥିଲା । ତେଣୁ ଏପରି ସ୍ଥିତି ସୃଷ୍ଟି ହେଲା । ଯଦି ଏପରି ହୋଇଥାନ୍ତା, ତେବେ ଦିଲ୍ଲୀରେ ବନ୍ୟାସ୍ଥିତି ସୃଷ୍ଟି ହୋଇନଥାନ୍ତା । ଯଦିି କେଜ୍ରିଓ୍ବାଲ ସରକାର ଯମୁନା ନଦୀ କିମ୍ବା ସହରର ଡ୍ରେନେଜ ସଫା କରିଛନ୍ତି, ତେବେ ଏଥିରେ କେତେ ଖର୍ଚ୍ଚ ହୋଇଛି । ଏଥିରେ ବ୍ୟାପକ ଦୁର୍ନୀତି ହୋଇଛି । ଏହା କେବେ ସଫା ହୋଇଥିଲା ଓ ଏଥିରେ କେତେ ଖର୍ଚ୍ଚ ହୋଇଛି ସେନେଇ ତଦନ୍ତର ଆବଶ୍ୟକତା ରହିଛି । ଦିଲ୍ଲୀ ବନ୍ୟା ମାମଲାରେ ଏକ ନ୍ୟାୟିକ ତଦନ୍ତ ଭାରତୀୟ ଜନତା ପାର୍ଟି ଦାବି କରୁଛି ।"

ଏହା ମଧ୍ଯ ପଢନ୍ତୁ:-Yamuna Flood Politics: ‘କେନ୍ଦ୍ର-ହରିୟାଣା ସରକାରଙ୍କ ଷଡଯନ୍ତ୍ର, ଭାସୁଛି ଦିଲ୍ଲୀ’

ଗତକାଲି କେନ୍ଦ୍ରରେ ଶାସନାଧୀନ ବିଜେପି ସରକାର ଓ ପଡୋଶୀ ହରିୟାଣାର ମନୋହରଲାଲ ଖଟ୍ଟରଙ୍କ ନେତୃତ୍ବାଧୀନ ଭାରତୀୟ ଜନତା ପାର୍ଟି ସରକାର ଉପରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ ଆମ ଆଦମୀ ପାର୍ଟି ମନ୍ତ୍ରୀ ସୌରଭ ଭରଦ୍ବାଜ । ଭରଦ୍ବାଜ ସିଧା ସୃଷ୍ଟି ହୋଇଥିବା ବନ୍ୟା କେନ୍ଦ୍ର-ହରିୟାଣା ସରକାରଙ୍କ ଏକ ମିଳିତ ଷଡ଼ଯନ୍ତ୍ର ବୋଲି କହିଥିଲେ ।

ଦିଲ୍ଲୀରେ ଗତ 3ରୁ 4 ଦିନ ହେବ ବର୍ଷା ହୋଇନଥିଲା । ହେଲେ ଯମୁନା ଜଳସ୍ତର 208.66 ମିଟର ଛୁଇଁଲା । ହରିୟାଣା ସରକାର ଉଦ୍ଦେଶ୍ୟମୂଳକ ଭାବେ ଯମୁନାରେ ବନ୍ୟାଜଳ ଛାଡ଼ିବା ପରେ ଏପରି ବନ୍ୟାସ୍ଥିତି ସୃଷ୍ଟି ହେଲା । 9ରୁ 13 ତାରିଖ ମଧ୍ୟରେ ଷଡ଼ଯନ୍ତ୍ରମୂଳକ ଭାବେ ଯମୁନା ନଦୀର ଉପରମୁଣ୍ଡରେ ଥିବା ହରିୟାଣାର ହଥିନୀକୁଣ୍ଡ ବ୍ୟାରେଜରୁ 3ଟି କେନାଲ ଦେଇ ବନ୍ୟାଜଳ ଛଡ଼ାଗଲା । ଫଳରେ ଯମୁନା ଅନିୟନ୍ତ୍ରିତ ଭାବେ ଫୁଲିବା ସହ ଦିଲ୍ଲୀରେ ବନ୍ୟା ହେଲା ବୋଲି ସିଧା ମୋଦି ନେତୃତ୍ବାଧୀନ କେନ୍ଦ୍ର ସରକାର ଓ ହରିୟାଣା ସରକାରଙ୍କ ଉପରେ ବର୍ଷିଥିଲେ ଭରଦ୍ବାଜ ।

ଅନ୍ଯପଟେ ବନ୍ୟାର ପ୍ରାରମ୍ଭରୁ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ରର ସହଯୋଗ ଲୋଡ଼ିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ଯମୁନାରେ ଜଳସ୍ତର ବୃଦ୍ଧି ହେବାର କାରଣ ଯମୁନାର ଉପରମୁଣ୍ଡରେ ଥିବା ହରିୟାଣରର ହଥିନୀକୁଣ୍ଡ ବ୍ୟାରେଜରୁ ଅନିୟନ୍ତ୍ରିତ ଭାବେ ଜଳ ଛଡ଼ାଯିବାକୁ କାରଣ ଭାବେ ଦର୍ଶାଇଥିଲ କେଜ୍ରିଓ୍ବାଲ । ହେଲେ ଆମ ଆଦମୀ ପାର୍ଟିର ଏପରି ସଙ୍ଗୀନ ଅଭିଯୋଗ ପରେ ଭାରତୀୟ ଜନତା ପାର୍ଟି ସିଧା ଦୁର୍ନୀତି ପ୍ରସଙ୍ଗ ଉଠାଇ ତଦନ୍ତର ଦାବି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.