ETV Bharat / bharat

summon to Kangana: କଙ୍ଗନାଙ୍କୁ Delhi Assembly panelର ନୋଟିସ - ଦିଲ୍ଲୀ ଶାନ୍ତି ସ୍ବହାର୍ଦ୍ଧ୍ୟ କମିଟି

ଶିଖ୍ ସମ୍ପ୍ରଦାୟଙ୍କୁ ନେଇ କଙ୍ଗନା ଦେଇଥିବା ବିବାଦୀୟ ବୟାନ ତାଙ୍କୁ ଭାରି ପଡିଛି । ଏ ନେଇ କଙ୍କାନାଙ୍କୁ ଦିଲ୍ଲୀ ବିଧାନସଭାର ଶାନ୍ତି ଏବଂ ସୌହାର୍ଦ୍ଦ୍ୟ କମିଟି (Delhi Assembly panel) ସମନ ଜାରି କରିଛି । ଅଧିକ ପଢନ୍ତୁ

କଙ୍ଗନାଙ୍କୁ ଦିଲ୍ଲୀ ଶାନ୍ତି ସ୍ବହାର୍ଦ୍ଧ୍ୟ କମିଟିର ସମନ

author img

By

Published : Nov 25, 2021, 4:30 PM IST

ନୂଆଦିଲ୍ଲୀ: ଆଡୁଆରେ ବଲିଉଡ କୁଇନ କଙ୍ଗନା । ଶିଖ୍ ସମ୍ପ୍ରଦାୟଙ୍କୁ ନେଇ କଙ୍ଗନା (Kananga Ranaut) ଦେଇଥିବା ବିବାଦୀୟ ବୟାନ ତାଙ୍କୁ ଭାରି ପଡିଛି । ଏନେଇ କଙ୍କନାଙ୍କୁ ଦିଲ୍ଲୀ ବିଧାନସଭାର ଶାନ୍ତି ଏବଂ ସୌହାର୍ଦ୍ଦ୍ୟ କମିଟି (Delhi Assembly panel) ସମନ ଜାରି କରିଛି । ଆସନ୍ତା ଡିସେମ୍ବର ୬କୁ ସମନ ଜାରି ହୋଇଛି ।

ଡିସେମ୍ବର ୬ ତାରିଖ ପୂର୍ବାହ୍ନ ୧୨ଟା ସୁଦ୍ଧା କମିଟି ଆଗରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି କମିଟି ସଭାପତି ରାଘବ ଚଡା। ସୋସିଆଲ ମିଡିଆ ପୋଷ୍ଟରେ ଶିଖ ସଂପ୍ରଦାୟର ଲୋକଙ୍କ ଭାବାବେଗଙ୍କୁ ଆଘାତ ଦେଇଥିବା ନେଇ କଙ୍ଗନାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ଜୋର ଧରିଥିଲା । ଶିଖ୍ ସମ୍ପ୍ରଦାୟକୁ ଖଲିସ୍ତାନ ଆତଙ୍କବାଦୀଙ୍କ ସହିତ ତୁଳନା କରିବା ନେଇ ଥାନାରେ କଙ୍ଗନାଙ୍କ ନାଁରେ ମାମଲା ମଧ୍ୟ ରଜ୍ଜୁ ହୋଇଛି ।

ଆହୁରି ପଢନ୍ତୁ...FIR Against Kangana Ranaut; ଶିଖଙ୍କୁ ଖଲିସ୍ତାନ ଆତଙ୍କବାଦୀ କହି ଅଡୁଆରେ Kangana

କଙ୍ଗନା ଉଦ୍ଦେଶ୍ୟମୂଳକ ଭାବରେ ଚାଷୀ ଆନ୍ଦୋଳନକୁ ଖଲିସ୍ତାନୀ ଆନ୍ଦୋଳନ ଓ ଶିଖ୍ ସମ୍ପ୍ରଦାୟକୁ ଖଲିସ୍ତାନ ଆତଙ୍କବାଦୀ ବୋଲି କହିଥିଲେ । ଶିଖ୍ ସଂପ୍ରଦାୟର ଲୋକଙ୍କ ଭାବାବେଗକୁ ଆଘାତ ଦେଇଥିଲା । କଙ୍ଗନାଙ୍କ ଏପରି ବୟାନ ପାଇଁ ମୁମ୍ବାଇର ବ୍ୟବସାୟୀ ଅମରଜିତ ସିଂ ସିନ୍ଧୁ, ଦିଲ୍ଲୀ ଶିଶ୍ ଗୁରୁଦ୍ବାର ପରିଚାଳନା କମିଟି ଏବଂ ଶିରୋମଣି ଅକାଳୀ ଦଳ ପକ୍ଷରୁ ଖର୍ ଥାନରେ ଏତଲା ଦାଏର ମଧ୍ୟ ହୋଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.