ETV Bharat / bharat

ମଧ୍ୟମ ମାନରେ ରହିଛି ଦିଲ୍ଲୀ ବାୟୁ ଗୁଣବତ୍ତା - ମଧ୍ୟମ ମାନରେ ରହିଛି ଦିଲ୍ଲୀ ବାୟୁ ଗୁଣବତ୍ତା

ରବିବାର ରାଜଧାନୀ ଦିଲ୍ଲୀର ବାୟୁ ଗୁଣବତ୍ତା ମଧ୍ୟମ ମାନର ରହିଛି । ବାୟୁ ଗୁଣବତ୍ତା ଇଣ୍ଡେକ୍ସ ବା ଏକ୍ୟୁଆଇ 159 ଥିବା ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR) ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ମଧ୍ୟମ ମାନରେ ରହିଛି ଦିଲ୍ଲୀ ବାୟୁ ଗୁଣବତ୍ତା
ମଧ୍ୟମ ମାନରେ ରହିଛି ଦିଲ୍ଲୀ ବାୟୁ ଗୁଣବତ୍ତା
author img

By

Published : Mar 7, 2021, 6:42 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବିଗୁଡୁଛି ବାୟୁର ମାନ । ରବିବାର ଦିନ ଦିଲ୍ଲୀର ବାୟୁ ଗୁଣବତ୍ତା ମଧ୍ୟମମାନର ରହିଛି । ବାୟୁ ଗୁଣବତ୍ତା ଇଣ୍ଡେକ୍ସ ବା ଏକ୍ୟୁଆଇ 159 ଥିବା ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR) ପକ୍ଷରୁ ସୂଚନା ମିଳିଛି । ଏହାସହ ବାୟୁ ଗୁଣବତ୍ତା ଆସନ୍ତା ସୋମବାର ଓ ମଙ୍ଗଳବାର ଦିନ ଅଧିକ ବିଗିଡି ମଧ୍ୟମରୁ ନିମ୍ନମାନକୁ ପରିବର୍ତ୍ତିତ ହେବ ବୋଲି ପୂର୍ବାନୁମାନ କରାଯାଇଛି ।

ବର୍ତ୍ତମାନ ଦିଲ୍ଲୀରେ ପବନର ବେଗ ଅଧିକ ରହିବା ସହ ଦକ୍ଷିଣ-ପଶ୍ଚିମ ଦିଗରେ ବୋହୁଥିବା ଲକ୍ଷ୍ୟ କରାଯାଇଛି ଏବଂ ବାୟୁ ଦିଗ ବଦାଳାଇ ପୂର୍ବ ଆଡକୁ ବହିବ ବୋଲି ପୂର୍ବାନୁମାନ କରାଯାଇଛି । ସେହିପରି ମାର୍ଚ୍ଚ 7 ତାରିଖରେ ବାୟୁର ଗୁଣବତ୍ତା ମଧ୍ୟମରୁ ସନ୍ତୋଷଜନକ ସ୍ଥିତିକୁ ଆସିବ ଏବଂ ମାର୍ଚ୍ଚ 9ରେ ମଧ୍ୟମରୁ ପୁଣି ବିଗିଡିବ ବୋଲି SAFAR ପୂର୍ବାନୁମାନ କରିଛି ।

ସେହିପରି 10 ଏବଂ 2.5 ମାଇକ୍ରୋନ ବ୍ୟାସ ବିଶିଷ୍ଟ ପର୍ଟିକୁଲେଟ ମାଟରର ସାନ୍ଦ୍ରାତା 181 ଏବଂ 78ରେ ରହିଥିଲା । ଯାହା କ୍ରମଶଃ ମଧ୍ୟମ ଶ୍ରେଣୀକୁ ଖସିଥିବା SAFAR ତଥ୍ୟରୁ ଜଣାପଡିଛି ।

ତେବେ ଏକ୍ୟୁଆଇ ବା ବାୟୁ ଗୁଣବତ୍ତା 0-50 ମଧ୍ୟରେ ରହିଲେ ଏହାକୁ 'ଭଲ' ବୋଲି ବିଚାର କରାଯାଏ । ସେହିପରି 51-100 ମଧ୍ୟରେ ରହିଲେ ସନ୍ତୋଷଜନକ, 100-200 ମଧ୍ୟରେ ରହିଲେ ମଧ୍ୟମ, 201-300 ମଧ୍ୟରେ ରହିଲେ ଖରାପ, 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ 401-500 ମଧ୍ୟରେ ରହିଲେ ଗମ୍ଭୀର ଭାବେ ବିଚାର କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.