ନୂଆଦିଲ୍ଲୀ: ଦିଲ୍ଲୀରେ ଅଣାୟତ ହେଲାଣି ବାୟୁ ପ୍ରଦୂଷଣ । ଦୀପାବଳି ପରଠୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବୃଦ୍ଧି ହେବାରେ ଲାଗିଛି । ଆଜି ମଧ୍ୟ ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି ବାୟୂ ଗୁଣାବତା । ଆଜିବି ବାୟୁ ଗୁଣାବତ୍ତା ସୂଚକାଙ୍କ 400 ପାର୍ କରିଛି । ଆଜି ସକାଳେ ବାୟୁ ଗୁଣାବତ୍ତା ସୂଚକାଙ୍କ 437 ରହିଥିଲା । ଯାହାକୁ ଗୁରୁତର ବୋଲି ବିବେଚନା କରାଯାଏ । ଏନେଇ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ବିଷାକ୍ତ ବାୟୁରେ ଅଣନିଶ୍ବାସୀ ଦିଲ୍ଲୀବାସୀ; ଆଜି AQI 400 ପାର୍
ଦୀପାବଳି ପୂର୍ବରୁ ଦିଲ୍ଲୀରେ ବର୍ଷା ହୋଇଥିଲା । ଯାହା ଫଳରେ ବାୟୁ ପ୍ରଦୂଷଣ ସାମାନ୍ୟ ହ୍ରାସ ପାଇଥିଲା । କିନ୍ତୁ ଦୀପାବଳିରେ ବାଣ ଫୁଟାଇବା କାରଣରୁ ପୁଣି ପ୍ରଦୂଷଣ ବଢ଼ିଥିଲା । ଯାହା ଏବେବି କମିବାର ନା ନେଉନି । ଦିଲ୍ଲୀ ବ୍ୟତୀତ ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ଗୁରୁତର ରହିଛି । ଗୁରୁଗ୍ରାମରେ ବାୟୁ ଗୁଣାବତ୍ତା ସୂଚକାଙ୍କ 404, ଗ୍ରେଟର୍ ନୋଏଡାରେ 313 , ନୋଏଡାରେ 366, ଗାଜିଆବାଦରେ 374 ଏବଂ ଫରିଦାବାଦ 415 ରେକର୍ଡ କରାଯାଇଛି।
ବାୟୁ ପ୍ରଦୂଷଣ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଉଛି । ଯାହାକୁ ନେଇ ଚିନ୍ତିତ ଅଛନ୍ତି ଦିଲ୍ଲୀ ସରାକୀର । ବାୟୁ ଗୁଣାବତ୍ତା ସୂଚକାଙ୍କ 450 ପାର କରିବା ପରେ ଦିଲ୍ଲୀରେ ଅଡ୍ ଇଭେନ ଫର୍ମୁଲା ଲାଗୁ କରାଯିବ । କାରଗୁଡ଼ିକ ସେମାନଙ୍କର ପଞ୍ଜୀକରଣ ନମ୍ବରର ଶେଷ ଅଙ୍କ ଅନୁଯାୟୀ ବିକଳ୍ପ ଦିନରେ ଚଳାଚଳ କରିପାରିବ । ବର୍ତ୍ତମାନ ଦିଲ୍ଲୀରେ ସମସ୍ତ ସ୍କୁଲ୍ ବନ୍ଦ ରହିଛି ।
ଅକ୍ଟୋବରର ଶେଷ ସପ୍ତାହରୁ ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ଥିତି ଦେଇ ଗତି କରୁଛି । କ୍ରମାଗତ ଭାବେ ଏହା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର କୃତ୍ରିମ ବର୍ଷା କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା 20 କିମ୍ବା 21 ତାରିଖରେ କୃତ୍ରିମ ବର୍ଷା କରାଯିବା ନେଇ ସୂଚନା ମିଳିଛି । ଦିଲ୍ଲୀ ଓ ଏନସିଆରରେ ଏହି ବର୍ଷା କରାଯିବ । ଗତ 10 ତାରିଖରେ ଦିଲ୍ଲୀରେ ବର୍ଷା ହୋଇଥିଲା । ଯାହା ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି ଦେଇଥିଲା । ବର୍ଷା ପରେ ପ୍ରଦୂଷଣର ମାତ୍ରା ସାମାନ୍ୟ ହ୍ରାସ ପାଇଥିଲା ।