ETV Bharat / bharat

Delhi: ଯୁବକଙ୍କୁ କାର ଘୋଷାଡି ନେଉଥିବା ଭିଡିଓ ଭାଇରାଲ, ଜାତୀୟ ରାଜପଥ କଡରୁ ମୃତଦେହ ଠାବ

author img

By ETV Bharat Odisha Team

Published : Oct 11, 2023, 4:42 PM IST

ଦିଲ୍ଲୀରେ ଯୁବକଙ୍କୁ ଘୋଷାଡି ନେଲା କାର । ଭାଇରାଲ ହେଉଛି ଭିଡିଓ । ରାସ୍ତାକଡରୁ ଉଦ୍ଧାର ହେଲା ମୃତଦେହ । ପୋଲିସ ଜାରି ରଖିଛି ତଦନ୍ତ । ଅଧିକ ପଢନ୍ତୁ

Delhi: ଯୁବକଙ୍କୁ ଘୋଷାଡି ନେଲା କାର, ଜାତୀୟ ରାଜପଥ କଡରୁ ମୃତଦେହ ଠାବ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି କାର ଟ୍ରାଜେଡି । ଜଣେ ଯୁବକଙ୍କୁ ଘୋଷାଡି ନେଲା କାର । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାେଇରାଲ ହେବାରେ ଲାଗିଛି । ଯୁବକଙ୍କ ମୃତଦେହ ସର୍ଭିସ ରୋଡ ନିକଟରେ ଜାତୀୟ ରାଜପଥ-8 କଡରୁ ଉଦ୍ଧାର ହୋଇଛି । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ପ୍ରଥମିକ ଯାଞ୍ଚ ପରେ ମୃତ ବ୍ୟକ୍ତି ଜଣକ 43 ବର୍ଷୀୟ ବେଜେନ୍ଦ୍ର ଓ ସେ ହରିୟାଣାର ଫରିଦାବାଦର ବାସିନ୍ଦା ବୋଲି ଜଣାପଡିଛି । ସେ ଜଣେ କାର ଡ୍ରାଇଭର ଭାବେ ଦିଲ୍ଲୀରେ କାର୍ଯ୍ୟ କରୁଥିଲେ । ତେବେ ଭାଇରାଲ ଭିଡିଓରେ କାରରେ ଲାଖି ରହିଥିବା ଯୁବକ ଏହି ମୃତବ୍ୟକ୍ତି ନା, ଅନ୍ଯ କେହି ସେ ନେଇ ପୋଲିସ ସ୍ପଷ୍ଟ କରିନଥିବା ବେଳେ ତଦନ୍ତ ଆରମ୍ଭ କରିଛି ।

ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, କାରରେ ଜଣେ ଯୁବକ ଲାଖି ରହିଥିବା ଓ କାର ତାଙ୍କୁ ଘୋଷାଡି ନେଉଥିବା ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଛି । ଅନ୍ୟପଟେ ଗତକାଲି ରାତି ପ୍ରାୟ 11.20ରେ 8 ନମ୍ବର ଜାତୀୟ ରାଜପଥର ମହିପାଲପୁର ନିକଟରେ ରାଜପଥ କଡରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ସୂଚନା ବସନ୍ତକୁଞ୍ଜ-ଉତ୍ତର ପୋଲିସ ଷ୍ଟେସନକୁ କେହି ଜଣେ ଫୋନ କରି ଦେଇଥିଲେ । ସୂଚନା ପାଇବା ମାତ୍ରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା । ତେବେ ପ୍ରାଥମିକ ଯାଞ୍ଚ ପରେ ମୃତ ଯୁବକ ଫରିଦାବାଦର ବିଜେନ୍ଦ୍ର ଭାବେ ଚିହ୍ନଟ ହୋଇଛନ୍ତି ।

ତେବେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ନିକଟରେ ଲାଗିଥିବା ସିସିଟିଭିରୁ ଫୁଟେଜ ସଂଗ୍ରହ କରାଯାଇ ମୃତଦେହ ଏଠାକୁ କିପରି ଆସିଲା ତାହା ତଦନ୍ତ କରାଯାଉଛି । ଅନ୍ୟପଟେ ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଥିବା ଦୃଶ୍ୟ ଅନୁସାରେ କାରରେ ଝୁଲି ରହିଥିବା ଯୁବକଜଣକ ଏହି ବ୍ୟକ୍ତି ନା, ଆଉ କେହି, ତାହା ପୋଲିସ ସ୍ପଷ୍ଟ କରିନି । ମୃତଦେହ ସହ ଉକ୍ତ ଭାଇରାଲ ଭିଡିଓକୁ ମଧ୍ୟ ତଦନ୍ତ ପରିସରକୁ ନିଆଯାଇଛି । ଆଇପିସି ଧାରା-302 ଓ 201 ଅନୁସାରେ ଦିଲ୍ଲୀର ବସନ୍ତକୁଞ୍ଜ ଥାନାରେ ଏକ ମାମଲା ରୁଜୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ପାଟ୍ରୋଲିଂ ବେଳେ ୫ଟି ଟିଫିନ ବୋମା ଠାବ କଲେ BSF ଯବାନ

ଗତବର୍ଷ ଡିସେମ୍ବରରେ ଦିଲ୍ଲୀରେ ଜଣେ ଯୁବକଙ୍କ ନିଶାସକ୍ତ ଅବସ୍ଥାରେ କାର ଚଳାଉଥିବା କିଛି ଯୁବକ ଦୁର୍ଘଟଣା ପରେ କାରରେ ଘୋଷାଡି ନେଇଥିଲେ । ଯେଉଁଥିରେ ଯୁବତୀଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ 6 ଅଭିଯୁକ୍ତ ଗିରଫ ହେବା ସହ କାର୍ଯ୍ୟରେ ଅବହେଳା ପାଇଁ ଦିଲ୍ଲୀ ପୋଲିସର 11 ଅଧିକାରୀ ଓ କର୍ମଚାରୀ ନିଲମ୍ବିତ ହୋଇଥିଲେ । ଏହି ଘଟଣା ପୁରା ଦେଶରେ ଉେଦବେଗ ସୃଷ୍ଟି କରିଥିଲା । ମହିଳା କମିଶନ ଏହି ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରିବା ପାଇଁ ଦାବି କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.