ETV Bharat / bharat

1984 ଶିଖ୍ ଦଙ୍ଗାରେ ସାମିଲ ଅଭିଯୁକ୍ତଙ୍କୁ ମିଳିବ ଶାସ୍ତି !

author img

By

Published : Jan 15, 2020, 11:39 PM IST

Updated : Jul 16, 2021, 4:40 PM IST

ଶିଖ୍ ବିରୋଧି ଦଙ୍ଗାର 186 ମାମଲାର ଯାଞ୍ଚ କରି ଦୋଷୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବ  କେନ୍ଦ୍ର । ଆଜି(ବୁଧବାର) ସୁପ୍ରିମକୋର୍ଟରେ ଏନେଇ ସ୍ବୀକାର କରିଛନ୍ତି କେନ୍ଦ୍ର ସରକାର । ଦିଲ୍ଲୀ ହାଇକୋର୍ଟର ପୂର୍ବ ବିଚାରପତି ଏସଏନ ଢିଙ୍ଗରାଙ୍କ ଅଧ୍ୟକ୍ଷତାରେ ଗଠିତ ବିଶେଷ ଯାଞ୍ଚ କମିଟି ଏନେଇ ସୁପାରିଶ୍ କରିଥିଲା ।  ଅଧିକ ପଢନ୍ତୁ...

1984 anti-Sikh riots
ଫାଇଲ ଫଟୋ

ନୂଆଦିଲ୍ଲୀ: ଶିଖ୍ ବିରୋଧି ଦଙ୍ଗାର 186 ମାମଲାର ଯାଞ୍ଚ କରି ଦୋଷୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବ କେନ୍ଦ୍ର । ଆଜି(ବୁଧବାର) ସୁପ୍ରିମକୋର୍ଟରେ ଏନେଇ ସ୍ବୀକାର କରିଛନ୍ତି କେନ୍ଦ୍ର ସରକାର । ଦିଲ୍ଲୀ ହାଇକୋର୍ଟର ପୂର୍ବ ବିଚାରପତି ଏସଏନ ଢିଙ୍ଗରାଙ୍କ ଅଧ୍ୟକ୍ଷତାରେ ଗଠିତ ବିଶେଷ ଯାଞ୍ଚ କମିଟି ଏନେଇ ସୁପାରିଶ୍ କରିଥିଲା ।

ମୁଖ୍ୟ ବିଚାରପତି ଏସଏ ବୋବଡେ, ବିଚାରପତି ବି.ଆର ଗୋଗୋଇ ଓ ସୂର୍ଯ୍ୟକାନ୍ତଙ୍କୁ ଏହି ସୂଚନା ଦେଇଛନ୍ତି ବରିଷ୍ଠ ଓକିଲ ଆରଏସ ସୁରୀ । ଦାଖଲ କରାଯାଇଥିଲା ସ୍ବତନ୍ତ୍ର ରିପୋର୍ଟରେ 1984 ଶିଖ୍ ଦଙ୍ଗାରେ ପୋଲିସର କାର୍ଯ୍ୟକାରୀକୁ ନିନ୍ଦା କରାଯାଇଛି । ଏନେଇ ସମସ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯିବ ବୋଲି ସୂଚନା ଦେଇଛନ୍ତି ସୁରୀ ।

କେନ୍ଦ୍ର ତରଫରୁ ସଲିସିଟର ଜେନେରାଲ ତୁଷାର ମେହତା ଖଣ୍ଡପୀଠ ଏହି ମାମଲାର ସମ୍ପୁର୍ଣ୍ଣ ଯାଞ୍ଚ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏହି ମାମଲାର ଶୁଣାଣି ମଧ୍ୟରେ ଆରଏସ ସୁରୀ, ପୋଲିସ ଏହି ମାମଲାରୁ ଖସି ପାରିବେନି ବୋଲି କହିଥିଲେ । ଖଣ୍ଡପୀଠ ଏହି ମାମଲାରେ ସମ୍ପୃକ୍ତ ରେଜଷ୍ଟ୍ରିକୁ ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ବାରା ସିବିଆଇକୁ ଯାଞ୍ଚ କରିବାରେ ସହଜ ହେବ ।

ପୂର୍ବତନ ବିଚାରପତି ଢିଙ୍ଗରାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ବିଶେଷ ଯାଞ୍ଚ ଦଳରେ ସେବାନିବୃତ ଆଇପିଏସ ଅଧିକାରୀ ରାଜଦୀପ ସିଂହ ଓ ବର୍ତ୍ତମାନର ଆଇପିଏସ ଅଧିକାରୀ ଅଭିଷେକ ଦୁଲ୍ଲାର ମଧ୍ୟ ସାମିଲ ଥିଲେ । 11 ଜାନୁଆରୀ 2018ରେ ଏହି ମାମଲାର ଯାଞ୍ଚ ପାଇଁ କମିଟି ଗଠନ କରାଯାଇଥିଲା । ମାତ୍ର ଯାଞ୍ଚ ପୂର୍ବରୁ ଏହାକୁ ବନ୍ଦ କରି ଦିଆଯାଇଥିଲା ।

ଏହା ପୂର୍ବରୁ କମିଟିକୁ ଗତ ବର୍ଷ ମାର୍ଚ୍ଚରେ ଘଟଣାର ଯାଞ୍ଚ ପାଇଁ ଦୁଇ ମାସର ସମୟ ଦିଆଯାଇଥିଲା । ଏହାପରେ କମିଟି 50 ପ୍ରତିଶତ କାମ ସରିଯାଇଥିବା ସୂଚନା ଦେଇଥିଲା ଓ ଆଉ 2 ମାସର ସମୟ ମାଗିଥିଲା ।

ପ୍ରକାଶଥାଉକି, ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଦୁଇ ସୁରକ୍ଷାକର୍ମୀ 31 ଅକ୍ଟୋବର 1984ରେ ଗୁଳି କରି ହତ୍ୟା କରିବା ପରେ ଦିଲ୍ଲୀ ସମେତ ଦେଶର ଅନେକ ସ୍ଥାନରେ ଶିଖ୍ ବିରୋଧି ଦଙ୍ଗା ଦେଖିବାକୁ ମିଳିଥିଲା । ଏହି ଦଙ୍ଗାରେ କେବଳ ଦିଲ୍ଲୀରେ 2,733 ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।

Last Updated : Jul 16, 2021, 4:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.