ETV Bharat / bharat

ମୋ ପରେ ମୋ ସମ୍ପତ୍ତିର ଉତ୍ତରାଧିକାରୀ ରାହୁଲ ଗାନ୍ଧୀ - ରାହୁଲ ଗାନ୍ଧୀଙ୍କ ନାମରେ ସମ୍ପତ୍ତି କଲେ ମହିଳା

ଉତ୍ତାରାଖଣ୍ଡ ରାଜଧାନୀ ଡେରାଡୁନ ଅନ୍ତର୍ଗତ ନେହେରୁ କଲୋନୀର ଡାଲାନବାଲାରେ ରହୁଥିବା ଜଣେ ମହିଳାଙ୍କ ଅଦ୍ଭୁତ କାମ । ଏଠାରେ ରହୁଥିବା ପୁଷ୍ପା ମୁଞ୍ଜିଆଲ ନାମକ ଜଣେ ମହିଳା ରାହୁଲ ଗାନ୍ଧୀଙ୍କ ନାମରେ ତାଙ୍କର ସମସ୍ତ ସମ୍ପତ୍ତି କରି ଦେଇଛନ୍ତି । ଅଧିକ ପଢନ୍ତୁ

ମୋ ପରେ ମୋ ସମ୍ପତ୍ତିର ଉତ୍ତରାଧିକାରୀ, ରାହୁଲ ଗାନ୍ଧୀ

author img

By

Published : Apr 4, 2022, 10:47 PM IST

ଡେରାଡୁନ: ଉତ୍ତାରାଖଣ୍ଡ ରାଜଧାନୀ ଡେରାଡୁନ ଅନ୍ତର୍ଗତ ନେହେରୁ କଲୋନୀର ଡାଲାନବାଲାରେ ରହୁଥିବା ଜଣେ ମହିଳାଙ୍କ ଅଦ୍ଭୁତ କାମ । ଏଠାରେ ରହୁଥିବା ପୁଷ୍ପା ମୁଞ୍ଜିଆଲ ନାମକ ଜଣେ ମହିଳା ରାହୁଲ ଗାନ୍ଧୀଙ୍କ ନାମରେ ତାଙ୍କର ସମସ୍ତ ସମ୍ପତ୍ତି କରି ଦେଇଛନ୍ତି । ଏଥିସହ ମହିଳା ଜଣକ ଡେରାଡୁନ କୋର୍ଟରେ ଏକ ସମ୍ପତ୍ତି ଦସ୍ତାବିଜ ଉପସ୍ଥାପନ କରିଛନ୍ତି ।

ସେହିପରି ପୁଷ୍ପା କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଚିନ୍ତାଧାରା ତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଛି । ଦେଶର ସ୍ବାଧୀନତା ଠାରୁ ଆଜି ପର୍ଯ୍ୟନ୍ତ ତାଙ୍କ ପରିବାର ସର୍ବଦା ନିଜର ସର୍ବୋଚ୍ଚ ବଳିଦାନ ଦେଇଛନ୍ତି । ତେବେ ଏନେଇ ଆଜି କଂଗ୍ରେସ ଦଳର ମହାନଗର ନିଗମ ସଭାପତି ଲାଲଚାନ୍ଦ ଶର୍ମା ଏହି ବିଷୟରେ ସୂଚନା ଦେଇଛନ୍ତି ।

ସେହିଭଳି ରାହୁଲ ଗାନ୍ଧୀଙ୍କ ନାମରେ କରାଯାଇଥିବା ଏହି ସମ୍ପତ୍ତି ଯମୁନା କଲୋନୀ ସ୍ଥିତ ତାଙ୍କ ବାସଭବନରେ ପୂର୍ବତନ ରାଜ୍ୟ ସଭାପତି ପ୍ରୀତମ ସିଂଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ସେ କହିଛନ୍ତି । ଏଥିସହ ଦେଶର ସ୍ବାଧୀନତା ପର ଠାରୁ ଆଜି ପର୍ଯ୍ୟନ୍ତ ଗାନ୍ଧୀ ପରିବାର ସର୍ବଦା ସର୍ବୋଚ୍ଚ ବଳିଦାନ ଦେଇ ଆସୁଛନ୍ତି ବୋଲି ପୁଷ୍ପା କହିଛନ୍ତି । ଏହା ସହିତ ଗାନ୍ଧୀ ପରିବାର ଏହି ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପଟେ କୋର୍ଟରେ ତାଙ୍କ ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରି ପୁଷ୍ପା ରାହୁଲ ଗାନ୍ଧୀଙ୍କ ନାମରେ ଏକ ସମ୍ପତ୍ତି ଦସ୍ତାବିଜ ଦାଖଲ କରିଛନ୍ତି । ଏଥିସହ ମୋର ସମ୍ପୂର୍ଣ୍ଣ ସମ୍ପତ୍ତିର ମାଲିକାନା ମୋ ପରେ ରାହୁଲ ଗାନ୍ଧୀଙ୍କୁ ହସ୍ତାନ୍ତର କରିବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି । ତେବେ ପୁଷ୍ପା ମୁଞ୍ଜିଆଲଙ୍କ ସମ୍ପତ୍ତିରେ ୫୦ ଲକ୍ଷ ଫିକ୍ସି ଡିପୋଜିଟ(ଏଫଡି) ଏବଂ ୧୦ ଭରି ସୁନା ଅଳଙ୍କାର ରହିଛି । ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଦ୍ୱାରା ପ୍ରଭାବିତ ହୋଇ ପୁଷ୍ପା ତାଙ୍କୁ ଏହି ସମ୍ପତ୍ତିର ଉତ୍ତରାଧିକାରୀ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.