ETV Bharat / bharat

4 ବର୍ଷ ଧରି ନିଜକୁ କୋଠରୀରେ ବନ୍ଦ ରଖି ନମାଜ ପାଠ କରୁଥିଲେ ହିନ୍ଦୁ ଯୁବକ, ପାକିସ୍ତାନ ଲିଙ୍କରେ ଥିବା ସନ୍ଦେହ - ଉତ୍ତରାଖଣ୍ଡ ଖବର

କୋଠରୀରେ ବନ୍ଦ କରି ନମାଜ ପାଠ କରୁଥିଲେ ହିନ୍ଦୁ ଯୁବକ । ପାକିସ୍ତାନକୁ ତଥ୍ୟ ପଠାଉଥିବା ସନ୍ଦେହରେ ଉଠାଇ ନେଲା ପୋଲିସ । ଅଧିକ ପଢନ୍ତୁ

police detained youth
police detained youth
author img

By

Published : Jun 10, 2023, 2:10 PM IST

ଡେରାଡୁନ: ଚାରି ବର୍ଷ ଧରି ନିଜକୁ ଗୋଟିଏ କୋଠରୀରେ ବନ୍ଦ କରି ରଖିଥିଲେ ଯୁବକ । ହିନ୍ଦୁ ହୋଇବି ଦିନକୁ 5 ଥର କରୁଥିଲେ ନମାଜ ପାଠ । କିନ୍ତୁ ଡିପ୍ରେସନକୁ ଚାଲିଯାଇଥିବା ଥାନାରେ ଅଭିଯୋଗ କଲେ ଯୁବକଙ୍କ ବାପା । ସୋସିଆଲ ମିଡିଆରେ ପାକିସ୍ତାନକୁ ଯୁବକ ଜଣଙ୍କ ତଥ୍ୟ ପ୍ରଦାନ କରୁଥିବା ସନ୍ଦେହରେ ଉଠାଇ ନେଇଛି ପୋଲିସ । ଉତ୍ତରାଖଣ୍ଡର ଡୋଇଓ୍ବାଲା ପୋଲିସ ଷ୍ଟେସନରୁ ସାମ୍ନାକୁ ଆସିଛି ଏପରି ଘଟଣା ।

ଏକ ବିଶେଷ ସୁତ୍ରରୁ ଜଣାପଡିଛି ଯେ, ଯୁବକ ଜଣଙ୍କ ଦିନକୁ 5ଥର ନମାଜ ପାଠ କରନ୍ତି । ଅନ୍ୟ ଯୁବକଙ୍କୁ ମଧ୍ୟ ଇସଲାମ ଧର୍ମରେ ସାମିଲ ହେବାକୁ ପ୍ରବର୍ତ୍ତାଇଥାନ୍ତି । ବର୍ତ୍ତମାନ ପୁରା ଘଟଣାକୁ ନେଇ ପୋଲିସ ଛାନଭିନ ଆରମ୍ଭ କରିଛି । ଏସପି ସିଟି ସରିତ ଡୋଭାଲ କହିଛନ୍ତି ଯେ, ଯୁବକଙ୍କ ବାପା ଡୋଇଓ୍ବାଲା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ତାଙ୍କ କହିବା କଥା ତାଙ୍କ ପୁଅ ଡିପ୍ରେସନରେ ଥିଲା । କିନ୍ତୁ ଯୁବକ ଜଣଙ୍କ ପାକିସ୍ତାନ ସହ ସମ୍ପର୍କରେ ଥିଲେ ନା ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନି । ଏନେଇ ପୋଲିସ ଅଧିକ ତଦନ୍ତ କରୁଛି ।

ଏହା ମଧ୍ୟ ପଢନ୍ତୁ-Manipur Violence: SIT ଟିମ ଗଠନ କଲା ସିବିଆଇ, ହିଂସାକାଣ୍ଡରେ ୬ ମାମଲା ରୁଜୁ

ଯାହା ସୂଚନା ରହିଛି, ଯେଉଁ ଯୁବକଙ୍କୁ ପୋଲିସ ଅଟକ ରଖିଛି ସେ ହିନ୍ଦୁ ଧର୍ମର ଅଟନ୍ତି । ତାଙ୍କ ନାମ ବୌଭବ ବିଜଲୱାନ୍, ବୟସ 24 ବର୍ଷ । ସେ ପଲିଟେକ୍ନିକ ଛାତ୍ର ହୋଇଥିବା ବେଳେ ବୁଲାୱାଲା ଗାଁର ବାସିନ୍ଦା । ଯୁବକଙ୍କ ବାପା ପୋଲିସକୁ କହିଛନ୍ତି, ବୌଭବ ଡିପ୍ରେସନରେ ରହୁଛି । ପାଠପଢା ସରିବା ପରେ ସେ ଘରେ ରହୁଥିଲା ।

ଏହା ମଧ୍ୟ ପଢନ୍ତୁ-ଉଚ୍ଚତା କମ ଯୋଗୁଁ ଭାଙ୍ଗିଲା ବିବାହ, ଯୁବତୀଙ୍କ ଆତ୍ମହତ୍ୟା

ପୋଲିସର ସୂଚନା ଅନୁସାରେ, ଯେତେବେଳେ ଯୁବକଙ୍କୁ ପଚରାଉଚରା କରାଯାଇଥିଲା, ସେତେବେଳେ ସେ କହିଥିଲେ ମୁଁ ଭଗବାନଙ୍କ ଉପରେ ବିଶ୍ୱାସ କରେ ନାହିଁ । କେବଳ ୟୁଟ୍ୟୁବ ଚ୍ୟାନେଲରେ ଆଲ୍ଲାହାଙ୍କ ଭିଡିଓ ଦେଖୁଥିଲେ । ଯୁବକଙ୍କ ମାନସିକ ସ୍ଥିତି ଭଲ ନାହିଁ । ଏବେ ପଚରାଉଚରା ଜାରି ରହିଛି । ଆଗକୁ ପୁରା ଘଟଣା ଜଣାପଡିବ ବୋଲି ପୋଲିସ କହିଛି । ତେବେ ଚାରି ବର୍ଷ ଧରି ଯୁବକ ନିଜକୁ କାହିଁ ଗୋଟିଏ କୋଠରୀରେ ବନ୍ଦ କରି ରଖିଥିଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ସେ ପାକିସ୍ତାନ ସହ ଲିଙ୍କରେ ରହିଛନ୍ତି ନା ନାହିଁ ତାହା ସନ୍ଦେହ ଘେରରେ । ଯୁବକଙ୍କ ବାପାଙ୍କୁ ପୋଲିସ ମଧ୍ୟ ପଚରାଉଚରା କରିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.