ETV Bharat / bharat

ଆମେରିକା ସହ 423 କୋଟିର ଚୁକ୍ତ ସ୍ବାକ୍ଷର, ନୌସେନାକୁ ମିଳିବ MK 54 ଟର୍ପେଡୋ - ପ୍ରତିରକ୍ଷା ଚୁକ୍ତି

ଭାରତ ଚଳିତ ବର୍ଷ ଅନେକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛି। ଏହିକ୍ରମରେ ଶୁକ୍ରବାର ଆମେରିକା ସହ ଏକ ପ୍ରମୁଖ ସାମରିକ ଚୁକ୍ତି କରିଛି ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ । ଆମେରିକା ସରକାରଙ୍କ ସହ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର 423 କୋଟି ଟଙ୍କା ଚୁକ୍ତି ସ୍ବାକ୍ଷର ହୋଇଛି । ଅଧିକ ପଢନ୍ତୁ...

ଆମେରିକା ସହ 423 କୋଟିର ଚୁକ୍ତ ସ୍ବାକ୍ଷର, ନୌସେନାକୁ ମିଳିବ MK 54  ଟର୍ପେଡୋ

author img

By

Published : Oct 22, 2021, 9:25 PM IST

ନୂଆଦିଲ୍ଲୀ: ଗୋଟିଏ ପଟେ LOCରେ କ୍ରମାଗତ ଅସ୍ତ୍ରବିରତି ଉଲ୍ଲଂଘନ ସହ ଜମ୍ମୁ କାଶ୍ମୀରରେ ଆତଙ୍କୀଙ୍କ ଆକ୍ରମଣ ଅନ୍ୟପକ୍ଷେ ଉତ୍ତର ସୀମାରେ ଚୀନ ସହ ବିବାଦ । ଦୈତ ଚ୍ୟାଲେଞ୍ଜ ପାଲଟିଥିବା ପାକିସ୍ତାନ ଓ ଚୀନକୁ କଡା ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତ । କୂଟନୀତି ସହ ପରାକ୍ରମ ବୃଦ୍ଧିରେ ଲାଗିଛି ଭାରତୀୟ ସେନା ।

ଭାରତ ଚଳିତ ବର୍ଷ ଅନେକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛି। ଏହିକ୍ରମରେ ଶୁକ୍ରବାର ଆମେରିକା ସହ ଏକ ପ୍ରମୁଖ ସାମରିକ ଚୁକ୍ତି କରିଛି ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ । ଆମେରିକା ସରକାରଙ୍କ ସହ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର 423 କୋଟି ଟଙ୍କା ଚୁକ୍ତି ସ୍ବାକ୍ଷର ହୋଇଛି । ଯାହାଫଳରେ ଭାରତୀୟ ନୌସେନାକୁ ମିଳିବାକୁ ଯାଉଛି Mk 54 ଟର୍ପେଡୋ ।

ପ୍ରତିରକ୍ଷା ମନ୍ତ୍ରଣାଳୟ 423 କୋଟି ଟଙ୍କା ବ୍ୟୟରେ ଭାରତୀୟ ନୌସେନା ପାଇଁ Mk 54 Torpedoes and Expandables (Chaff & Fleurs) କ୍ରୟ ପାଇଁ ବୈଦେଶିକ ସାମରିକ ବିକ୍ରୟ (FMS) ଅଧୀନରେ ଆମେରିକା ସରକାରଙ୍କ ସହ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି। ତେବେ ଭାରତ ଏହାର P-8I ବିମାନରେ Mk 54 ହାଲୁକା ଟର୍ପେଡୋ ବ୍ୟବହାର କରିବାକୁ ଯୋଜନା କରୁଛି |

Mk 54 ହେଉଛି ଏକ ଉନ୍ନତ ହାଲୁକା ଟର୍ପେଡୋ ଯାହା ଆମେରିକାର ନୌସେନାର ସହଯୋଗରେ ରେଥିୟାନ ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ସିଷ୍ଟମ ଦ୍ବାରା ଡିଜାଇନ ଏବଂ ବିକଶିତ ହୋଇଛି | ଏହା ପୂର୍ବରୁ ଏହାକୁ ହାଲୁକା ହାଇବ୍ରିଡ୍ ଟର୍ପେଡୋ ଭାବରେ ଜଣାଯାଉଥିଲା | ASW ଟର୍ପେଡୋ ଗଭୀର ସମୁଦ୍ରରେ କରାଯାଇଥାଏ | ଏହା ଅଣ୍ଡର ୱାଟର ଟାର୍ଗେଟକୁ ଟ୍ରାକିଂ, ବର୍ଗୀକରଣ ଏବଂ ଆକ୍ରମଣ କରିବାରେ ସକ୍ଷମ |

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.