ETV Bharat / bharat

UP Poll: ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ରାଜନାଥ

author img

By

Published : Jan 26, 2022, 10:25 PM IST

Updated : Jan 27, 2022, 6:24 AM IST

ଆସନ୍ତା ମାସରେ ଉତ୍ତର ପ୍ରଦେଶ ନିର୍ବାଚନ । ଏନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଠୁ ନିର୍ବାଚନୀ ପ୍ରଚାରକୁ ଓହ୍ଲାଇବେ । ଅଧିକ ପଢନ୍ତୁ

UP Poll: ଆସନ୍ତାକାଲି ପ୍ରଚାର ମଇଦାନକୁ ଓହ୍ଲାଇବେ ରାଜନାଥ ସିଂ

ଲକ୍ଷ୍ନୌ: ଆସନ୍ତା ମାସରେ ଉତ୍ତର ପ୍ରଦେଶ ନିର୍ବାଚନ । ଏନେଇ ସରଗମ ରହିଛି ରାଜନୀତି । ଗଡ ହାତେଇବା ପାଇଁ ବିଜେପି ଆରମ୍ଭ କରି ଦେଇଛି ପ୍ରସ୍ତୁତି । ଏନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଜି(ଗୁରୁବାର) ନିର୍ବାଚନୀ ପ୍ରଚାରକୁ ଓହ୍ଲାଇବେ । ପଶ୍ଚିମ ଉତ୍ତର ପ୍ରଦେଶରେ କ୍ୟାମ୍ପନିଂ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ । ବାଗପାତରେ ଚୌପଲ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହାସହ ଗାଜିଆବାଦର ମୋଦିନଗରରେ ସ୍ଥାନୀୟ ଲୋକଙ୍କ ଆଲୋଚନା କରିବେ । ୧୯ ଜାନୁଆରୀରେ ବିଜେପି ୟୁପି ନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଥିଲା । ତେବେ କୋରୋନାରୁ ମୁକ୍ତ ହେବା ପରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ରାଜନାଥ ।

ଏହାବି ପଢନ୍ତୁ : PanchayatPolls: ବିନା ଲଢେଇରେ 126 ସରପଞ୍ଚ ବିଜୟୀ

ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହା ସେହି ତାଲିକାରେ ରହିଛନ୍ତି । ଏହାସହ ଦଳର ବହୁ ଏମପି, ମେନକା ଗାନ୍ଧୀ ଓ ବରୁଣ ଗାନ୍ଧୀ ଏ ତାଲିକାରୁ ବାଦ ପଡିଛନ୍ତି । ଆସନ୍ତାମାସରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଫେବୃଆରୀ ୧୦ ତାରିଖରୁ ମାର୍ଚ୍ଚ ୭ ଯାଏଁ ଚାଲିବ ନିର୍ବାଚନ । ତେବେ, ୟୁପି ନିର୍ବାଚନ ଉପରେ ଦେଶବାସୀଙ୍କ ନଜର ରହିଛି ।

@ANI

Last Updated : Jan 27, 2022, 6:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.