ଜମ୍ମୁ କାଶ୍ମୀର: ପୁଞ୍ଚରେ ଆତଙ୍କବାଦୀଙ୍କ ହମଲା ଜମ୍ମୁ କାଶ୍ମୀର ଗସ୍ତରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ରାଜନାଥ ଆଜି ଜମ୍ମୁ କାଶ୍ମୀର ଗସ୍ତ କରିଛନ୍ତି । ଜମ୍ମୁରେ ପହଞ୍ଚିବା ପରେ ପ୍ରତିରକ୍ଷାମନ୍ତ୍ରୀ ରଜୌରୀ ଯାତ୍ରା କରିଛନ୍ତି । ରାଜନାଥ ଜମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ସହ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ପୁଞ୍ଚ ଆତଙ୍କବାଦୀଙ୍କ ଆମ୍ବୁସରେ 4 ଜଣ ଯବାନ ସହିଦ ହୋଇଥିଲେ ।
-
#WATCH | Rajouri: Defence Minister Rajnath Singh says, "I would pray for the speedy recovery of the army personnel who sustained injuries. I would like to ensure you that keeping in mind the severity of the incident, required steps are being taken. Each of our army personnel is… pic.twitter.com/x4S8ui15sf
— ANI (@ANI) December 27, 2023 " class="align-text-top noRightClick twitterSection" data="
">#WATCH | Rajouri: Defence Minister Rajnath Singh says, "I would pray for the speedy recovery of the army personnel who sustained injuries. I would like to ensure you that keeping in mind the severity of the incident, required steps are being taken. Each of our army personnel is… pic.twitter.com/x4S8ui15sf
— ANI (@ANI) December 27, 2023#WATCH | Rajouri: Defence Minister Rajnath Singh says, "I would pray for the speedy recovery of the army personnel who sustained injuries. I would like to ensure you that keeping in mind the severity of the incident, required steps are being taken. Each of our army personnel is… pic.twitter.com/x4S8ui15sf
— ANI (@ANI) December 27, 2023
ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ଗସ୍ତ ପରେ ଜମ୍ମୁ କାଶ୍ମୀର ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ । ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତ ଏପରି ଏକ ସମୟରେ ହୋଇଛି, ଯେତେବେଳେ ବ୍ରିଗେଡିୟର୍ ସ୍ତରର ଅଧିକାରୀ, ସେନା ଅପରେସନରେ ବାରମ୍ବାର ତ୍ରୁଟି ଘଟଣାର ଯାଞ୍ଚର ସାମ୍ନା କରୁଛନ୍ତି । ରାଜନାଥ ପୁଞ୍ଚ ସେକ୍ଟରରେ 4 ଯବାନ ଏବଂ 3 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ସେନା ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।
ପ୍ରତିରକ୍ଷା ମନ୍ତ୍ରୀ ରଜୌରୀରେ ସ୍ଥାନୀୟ ବାସିନ୍ଦା ଏବଂ ପ୍ରାଣ ହରାଇଥିବା ସାଧାରଣ ନାଗରିକଙ୍କ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଜନାଥ ଅପରାହ୍ନ 3ଟାରେ ଜାମ୍ମୁର ରାଜଭବନରେ ଏକ ଉଚ୍ଚ ସ୍ତରୀୟ ସୁରକ୍ଷା ବୈଠକରେ ଯୋଗଦେବେ । ପ୍ରତିରକ୍ଷା ମନ୍ତ୍ରୀ ଘାଟୀରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ସହିତ ଆତଙ୍କୀ କାର୍ଯ୍ୟକଳାପର ମୁକାବିଲା ନେଇ ଆଲୋଚନା କରିବେ । ରାଜନାଥଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜମ୍ମୁରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ରାଜନାଥଙ୍କ ଗସ୍ତ ପୂର୍ବରୁ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଜମ୍ମୁ କାଶ୍ମୀର ଗସ୍ତ କରି ଉପତ୍ୟକାର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ ।
ଏହାମଧ୍ଯ ପଢ଼ନ୍ତୁ: ୧୪ରୁ କଂଗ୍ରେସର ଭାରତ ନ୍ୟାୟ ଯାତ୍ରା, ଓଡ଼ିଶା ଆସିବେ ରାହୁଲ
ଡିସେମ୍ବର 22ରେ ପୁଞ୍ଚରେ ସୁରକ୍ଷାକର୍ମୀଙ୍କ ଭ୍ୟାନକୁ ଆମ୍ବୁସ କରିଥିଲେ ଆତଙ୍କବାଦୀ । ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନରେ ଯାଉଥିବା ବେଳେ, ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ 4 ଜଣ ଯବାନ ସହିଦ ହୋଇଥିଲେ। ଆତଙ୍କୀ ହମଲା ପରେ ପୁଞ୍ଚ ସେକ୍ଟରରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି । ଆଗକୁ ନୂଆବର୍ଷ ଆସୁଥିବାରୁ, ଜମ୍ମୁ କାଶ୍ମୀରରେ କୌଣସି ପ୍ରକାର ଅଘଟଣର ମୁକାବିଲା ପାଇଁ କେନ୍ଦ୍ର ସରକାର ଏବଂ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ