ETV Bharat / bharat

ISRO scientist Ritu Karidhal: ରକେଟ ଲେଡିଙ୍କୁ ପ୍ରଶଂସା କଲେ ରାଜନାଥ - ଉତ୍ତର ପ୍ରଦେଶରେ ରାଜନାଥ ସିଂ

ରକେଟ ଲେଡି ରିତୁ କରିଧଲଙ୍କୁ ପ୍ରଶଂସା କଲେ ରାଜନାଥ । କହିଲେ ଖାଲି ଦେଶ ନୁହେଁ ବରଂ ବିଶ୍ବକୁ ଗୌରବାନ୍ବିତ କରିଛନ୍ତି ରିତୁ । ଅଧିକ ପଢନ୍ତୁ

ରକେଟ ଲେଡିଙ୍କୁ ପ୍ରଶଂସା କଲେ ରାଜନାଥ
ରକେଟ ଲେଡିଙ୍କୁ ପ୍ରଶଂସା କଲେ ରାଜନାଥ
author img

By ETV Bharat Odisha Team

Published : Sep 16, 2023, 10:45 PM IST

ଲକ୍ଷ୍ନୌ: ଭାରତର ବହୁଚର୍ଚ୍ଚିତ ଚନ୍ଦ୍ର ଅଭିଯାନ ସଫଳ ହୋଇଛି । ଏଥିରେ ବହୁ ମହିଳା ବୈଜ୍ଞାନିକଙ୍କର ପ୍ରମୁଖ ଭୂମିକା ରହିଥିଲା । ଏହାରି ମଧ୍ୟରେ ଅନ୍ୟତମ ହେଉଛନ୍ତି ଭାରତର ରକେଟ ଓମ୍ୟାନରେ ନାମରେ ପରିଚିତ ଲକ୍ଷ୍ନୌର ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମହିଳା ମହାକାଶ ବିଜ୍ଞାନୀ ରିତୁ କରିଧଲ । ଆଜି ଲକ୍ଷ୍ନୌରେ ରାଜନାଥ ସିଂ ଏକ କାର୍ଯ୍ୟକ୍ରମରେ ଭାରତର ଚନ୍ଦ୍ର ଅଭିଯାନକୁ ମନେ ପକାଇ ରିତୁଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି । ରିତୁ ଏହି ସଫଳ ମିଶନରେ ଏକ ବଳିଷ୍ଠ ଭୂମିକା ତୁଲାଇ ସମଗ୍ର ବିଶ୍ବକୁ ଗୌରବାନ୍ବିତ କରିଥିବା କହିଛନ୍ତି ରାଜନାଥ ।

ଆଜି ରାଜନାଥ ନିଜ ଗୃହ ସଂସଦୀୟ କ୍ଷେତ୍ର ଲକ୍ଷ୍ନୌରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଏହି ମହିଳା ମହାକାଶ ବିଜ୍ଞାନୀଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି । କହିଛନ୍ତି, ‘‘ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ବିଶ୍ବର ପ୍ରଥମ ଦେଶ ଭାବେ ରେକର୍ଡ କରିପାରିଛି । ଆପଣ ଜାଣି ଖୁସି ହେବେ ଯେ ଲକ୍ଷ୍ନୌର ଜଣେ ମହିଳା ରିତୁ କରିଦାଲଙ୍କ ବିଷୟରେ ମୁଁ ଆଲୋଚନା କରୁଛି । ଯିଏ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ରେ ଜଣେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି । ସେ ଏହି ଐତିହାସିକ ମିଶନରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଆଜି ଆମେ ତାଙ୍କୁ ରକେଟ୍ ଓମ୍ୟାନ ଭାବେ ଜାଣୁଛୁ । ସେ କେବଳ ଲକ୍ଷ୍ନୌ ପାଇଁ ନୁହନ୍ତି ବରଂ ଦେଶ ଓ ସମଗ୍ର ବିଶ୍ବ ପାଇଁ ଗୌରବ ସୃଷ୍ଟି କରିଛନ୍ତି ।”

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋରେ ଏବେ ଜଣେ ବରିଷ୍ଠ ରକେଟ ସାଇନଟିଷ୍ଟ ଭାବେ କାର୍ଯ୍ୟରତ ଡ.ରିତୁ କରିଦାଲ ଶ୍ରୀବାସ୍ତବ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିଲେ । ସେ ଏରୋସ୍ପେସ୍ ଇଞ୍ଜିନିୟରିଂରେ ଉଚ୍ଚଶିକ୍ଷା ଶେଷ କରିବା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାରେ କାର୍ଯ୍ୟ ଆରମ୍ଭ କରିଥିଲେ । ଇସ୍ରୋର ମଙ୍ଗଳ ଗ୍ରହ ଅର୍ବିଟାଲ ମିଶନ ପାଇଁ ଡେପୁଟି ଅପରେସନ୍ ଡାଇରେକ୍ଟର ଭାବେ ଦାୟିତ୍ବରେ ଥିବା ବେଳେ ରିତୁ ଚର୍ଚ୍ଚାକୁ ଆସିଥିଲେ । ଏହି ମଙ୍ଗଳ ଅଭିଯାନ ପ୍ରଥମ ମିଶନରେ ସଫଳତା ସହ ଇତିହାସ ସୃଷ୍ଟି କରିଥିଲା । ଭାରତର ମହାକାଶ ବିଜ୍ଞାନରେ ରିତୁଙ୍କର ଗଭୀର ଯୋଗଦାନ ପାଇଁ ତାଙ୍କୁ ‘ରକେଟ୍ ଓମ୍ୟାନ’ ଭାବେ ମଧ୍ୟ ବିବେଚନା କରାଯାଏ ।

ଏହା ମଧ୍ୟ ପଢନ୍ତୁ :-Rover Completed Assignments: ଟାସ୍କ ଶେଷ କରି ସ୍ଲିପମୋଡରେ ପ୍ରଜ୍ଞାନ, 22ତାରିଖକୁ ଅପେକ୍ଷା

ଗତମାସ (ଅଗଷ୍ଟ) 23 ତାରିଖ ସଂଧ୍ୟା 6ଟା 4ମିନିଟ (ଭାରତୀୟ ସମୟ)ରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁର ଲ୍ୟାଣ୍ଡିଂ ସ୍ଥାନ ‘ଶିବଶକ୍ତି ପଏଣ୍ଟ’ରେ ଲ୍ୟାଣ୍ଡର ‘ବିକ୍ରମ’ର ସଫଳତାର ସହ ଅବତରଣ କରିଥିଲା । ତାର କିଛି ଘଣ୍ଟା ମଧ୍ୟରେ ରୋଭର ‘ପ୍ରଜ୍ଞାନ’ ନିଜର କାର୍ଯ୍ୟ ଆରମ୍ଭ କରିଥିଲା । ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠର ତାପମାତ୍ରା, କମ୍ପନ, ଖଣିଜ ଓ ରାସାୟନିକ ଉପାଦନ ସମ୍ପର୍କରେ ବହୁଗୁରୁତ୍ବପୂର୍ଣ୍ଣ ସୂଚନା ଦେଇସାରିଛି । ସଲଫର ଓ ଅକ୍ସିଜେନ ସମେତ ଏକାଧିକ ଉପାଦନ ଚନ୍ଦ୍ରପୃଷ୍ଠରେ ଥିବା ନେଇ ସୂଚନା ଆସିବା ପରେ ଏବେ ଚନ୍ଦ୍ରର ଦକ୍ଷିଣ ମେରୁକୁ ନେଇ ଉତ୍କଣ୍ଠା ବଢିଛି । ଏବେ ଏହି ମିଶନ ଶେଷ ହୋଇସାରିଛି । ଉଭୟ ରୋଭର ଓ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ପାର୍କିଂ ହୋଇ ରହିଛନ୍ତି । ଏହା ପୁଣି କାର୍ଯ୍ୟ କରିବ ବୋଲି ଇସ୍ରୋ ଆଶା ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.