ETV Bharat / bharat

ଜୁନ 4ରୁ ମିଳିବ ଘରୋଇ ବିଳାସପୂର୍ଣ୍ଣ ଜାହାଜ ସେବା, ଲଞ୍ଚ କରିବେ ଷ୍ଟାଲିନ

author img

By

Published : May 26, 2022, 7:31 AM IST

ବିଳାସପୂର୍ଣ୍ଣ ଜାହାଜରେ ଗଭୀର ସମୁଦ୍ର ମଧ୍ୟକୁ ଯାତ୍ରା କରି ସେଠାରେ ସମୟ ଅତିବାହିତ କରିବା ଲାଗି ଚେନ୍ନାଇ ବନ୍ଦରରୁ ସେବା ଆରମ୍ଭ କରିବାକୁ ଯାଉଛି କର୍ଡେଲା କ୍ରୁଜ । ଅଧିକ ପଢନ୍ତୁ

f
ଘରୋଇ ବିଳାସପୂର୍ଣ୍ଣ ଜାହାଜ ସେବା, ଜୁନ 4ରେ ଲଞ୍ଚ କରିବେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ

ଚେନ୍ନାଇ: ଘରୋଇ ଏବଂ ବିଦେଶୀ ଯାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ କର୍ଡେଲିଆ କ୍ରୁଜ୍ ଏକ ବିଳାସପୂର୍ଣ୍ଣ ଜାହାଜ ସେବା ବିକଶିତ କରିଛି । ତାମିଲନାଡୁର ଚେନ୍ନାଇ ବନ୍ଦରର ଆରମ୍ଭ ହେବାକୁ ଯାଉଛି ଏହି ସେବା । ଏହି ଜାହାଜରେ ଯାତ୍ରୀଙ୍କ ମନୋରଞ୍ଜନ ପାଇଁ ଅନେକ ବ୍ୟବସ୍ଥା ରହିଥିବା ବେଳେ ଆସନ୍ତା ଜୁନ 4 ତାରିଖରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏହାକୁ ଲଞ୍ଚ କରିବାକୁ ଯାଉଛନ୍ତି ।

ବିଳାସପୂର୍ଣ୍ଣ କ୍ରୁଜ ସିପ
ବିଳାସପୂର୍ଣ୍ଣ କ୍ରୁଜ ସିପ

ଏହି ଜାହାଜରେ ଯାତ୍ରୀଙ୍କ ମନୋରଞ୍ଜନ ପାଇଁ ରେସ୍ତୋରାଁ, ସ୍ବିମିଂ ପୁଲ୍‌, ବାର, ଓପନ-ଏୟାର ସିନେମା, ଶିଶୁଙ୍କ ପାଇଁ ଖେଳ ପଡ଼ିଆ ଓ ଜିମର ମଧ୍ୟ ବ୍ୟବସ୍ଥା ରହିଛି । ଏହି ଜାହାଜ ମାଧ୍ୟମରେ ଯାତ୍ରୀ ସମୁଦ୍ର ମଧ୍ୟରେ ସମୟ ଅତିବାହିତ କରିପାରିବେ । ମିଳିଥିବା ସୂଚନା ଅନୁସାରେ ଚେନ୍ନାଇ ବନ୍ଦରରୁ ଏହା ସପ୍ତାହକୁ 2 ଦିନ ଯାତ୍ରୀଙ୍କୁ ନେଇ ଗଭୀର ସମୁଦ୍ର ମଧ୍ୟକୁ ଯାତ୍ରା କରିବ। ଏହାସହିତ ସମୁଦ୍ର ମଧ୍ୟ ଦେଇ ବିଦେଶକୁ ଯାତ୍ରା କରିବା ଲାଗି ଯାତ୍ରୀଙ୍କ ସଂଖ୍ୟା ଉପରେ ଧ୍ୟାନ ଦିଆଯିବ।

ତାମିଲନାଡୁ ପର୍ଯ୍ୟଟନ ବିଭାଗ ଏହି ପ୍ରକଳ୍ପକୁ ସହଭାଗିତା ଆଧାରରେ ଦାୟିତ୍ବ ବହନ କରିବ। ମାତ୍ର ଘରୋଇ ବିଳାସପୂର୍ଣ୍ଣ କ୍ରୁଜ ସିପ(private luxury cruise ship) ମୁଖ୍ୟତଃ ଏହାର ଦାୟିତ୍ବ ନେବ। ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଜୁନ 4 ତାରିଖରେ ଏହି ପ୍ରକଳ୍ପକୁ ଉଦଘାଟନ କରିବା ପରେ ଏହାର ପ୍ରଥମ ସେବା ଆରମ୍ଭ ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.