ETV Bharat / bharat

ନିଭାର ପରେ ତାମିଲନାଡୁରେ ତାଣ୍ଡବ ରଚିବାକୁ ମାଡି ଆସୁଛି ବାତ୍ୟା 'ବୁରେଭି'

author img

By

Published : Dec 1, 2020, 10:08 PM IST

ଡିସେମ୍ବର 4ରେ ଆଉ ଏକ ବାତ୍ୟା ନେଇ ଆଶଙ୍କା ପ୍ରକଟ କରିଛି ଭାରତୀୟ ପାଣିପାଗ ବିଭାଗ । ସମ୍ଭାବ୍ୟ ବାତ୍ୟା ବୁରେଭି ଡିସେମ୍ବର 4ରେ ତାମିଲନାଡୁ ସମୁଦ୍ର ଉପକୂଳସ୍ଥ କନ୍ୟାକୁମାରୀ ଓ ପମ୍ବନ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଅଧିକ ପଢନ୍ତୁ...

ନିଭାର ପରେ ତାମିଲନାଡୁରେ ତାଣ୍ଡବ ରଚିବାକୁ ମାଡି ଆସୁଛି ବାତ୍ୟା 'ବୁରେଭି'
ନିଭାର ପରେ ତାମିଲନାଡୁରେ ତାଣ୍ଡବ ରଚିବାକୁ ମାଡି ଆସୁଛି ବାତ୍ୟା 'ବୁରେଭି'

ଚେନ୍ନାଇ: ନିଭାର ପରେ ଏବେ ତାମିଲନାଉ ଉପରେ ଘନଉଛି ଆଉ ଏକ ବାତ୍ୟାର ବିପଦ । ଡିସେମ୍ବର 4ରେ ବାତ୍ୟା ନେଇ ଆଶଙ୍କା ପ୍ରକଟ କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ସାମୁଦ୍ରାକ ଝଡ ଧିରେ ଧିରେ ବାତ୍ୟାର ରୂପ ନେବାରେ ଲାଗିଛି । ଏହି ସମ୍ଭାବ୍ୟ ବାତ୍ୟାରେ ନାଁ ରଖାଯାଇଛି ବୁରେଭି ।

ସମ୍ଭାବ୍ୟ ବାତ୍ୟା ବୁରେଭି ଡିସେମ୍ବର 4ରେ ତାମିଲନାଡୁ ସମୁଦ୍ର ଉପକୂଳସ୍ଥ କନ୍ୟାକୁମାରୀ ଓ ପମ୍ବନ ମଧ୍ୟରେ ସ୍ଥଳଭାଗ ଛୁଇଁବ । ତେବେ ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ବାତ୍ୟା ପ୍ରଭାବରେ କନ୍ୟାକୁମାରୀ, ତିରୁନେଭେଲି, ଥୁଟ୍ଟୁକୁଡି, ତେନକାଶୀ, ରାମନାଥପୁରମ, ଶିବଗଙ୍ଗି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

ଏହାପୂର୍ବରୁ ନଭେମ୍ବର 25 ବିଳମ୍ବିତ ରାତିରେ ତାମିଲନାଡୁରେ ତାଣ୍ଡବ ରଚିଥିଲା ବାତ୍ୟା ନିଭାର । ଏହା ପ୍ରଭାବରେ 3 ଜଣ ପ୍ରାଣ ହରାଇଥିବା ବେଳେ ଉପକୂଳବର୍ତ୍ତୀ ଅଞ୍ଚଳରେ କଚ୍ଚା ଘର ଓ ଟେଲିଫୋନଖୁଣ୍ଟି ଭାଙ୍ଗି ନଷ୍ଟ ହୋଇଯାଇଥିଲା ।

ବାତ୍ୟା ନିଭାର ମମଲ୍ଲାପୁର ଓ କରାଇକୋଲ ମଧ୍ୟରେ ସ୍ଥଳଭାଗ ଛୁଇଁଥିଲା । ନିଭାରକୁ ଦୃଷ୍ଟିରେ ଖି ପୂର୍ବରୁ ପ୍ରସ୍ତୁତ ରହିଥିଲା ଏନଡିଆରଏଫ । ଏଥିପାଇଁ ଏହା ପ୍ରଭାବରେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.