ETV Bharat / bharat

ଆଶ୍ଚର୍ଯ୍ୟ ଦାବି: ଚନ୍ଦ୍ରକୁ ହିନ୍ଦୁରାଷ୍ଟ୍ର ଘୋଷଣା କରିବାକୁ ଦାବି କଲେ ହିନ୍ଦୁ ସଂଗଠକ

author img

By ETV Bharat Odisha Team

Published : Aug 27, 2023, 5:47 PM IST

ଚନ୍ଦ୍ରକୁ ‘ହିନ୍ଦୁରାଷ୍ଟ୍ର’ ସହ ଲ୍ଯାଣ୍ଡିଂ ସ୍ଥାନ ‘ଶିବଶକ୍ତି ପଏଣ୍ଟ’କୁ ରାଜଧାନୀ ଘୋଷଣା କରିବାକୁ ଦାବି କଲେ ହିନ୍ଦୁ ସଂଗଠକ । କହିଲେ ଅନ୍ୟ କୌଣସି ବିଚାରଧାରାର ଲୋକେ ପହଞ୍ଚିବା ପୂର୍ବରୁ ସଙ୍କଳ୍ପ ପାରିତ କରନ୍ତୁ ସରକାର । ଅଧିକ ପଢନ୍ତୁ

ଆଶ୍ଚର୍ଯ୍ୟ ଦାବି: ଚନ୍ଦ୍ରକୁ ହିନ୍ଦୁରାଷ୍ଟ୍ର ଘୋଷଣା କରିବାକୁ ଦାବି କଲେ ଦକ୍ଷିଣପନ୍ଥୀ ନେତା

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ଦ୍ବାରା ପ୍ରେରିତ ଲ୍ୟାଣ୍ଡର ଓ ରୋଭର ନିଜର ଗବେଷଣା ଜାରି ରଖିଛନ୍ତି । ଆବିଷ୍କାର ହେବାକୁ ଥିବା ନୂଆ ତଥ୍ୟକୁ ସମଗ୍ର ଦେଶ ଓ ବିଶ୍ବବାସୀ ମଧ୍ୟ ଅପେକ୍ଷା କରିଛି । ଏହି ସମୟରେ ଚନ୍ଦ୍ରକୁ ନେଇ ମଧ୍ୟ ଧାର୍ମିକ ମନ୍ତବ୍ୟ ଓ ଅଜବ ଦାବି ସାମ୍ନାକୁ ଆସିଲାଣି । ଅନ୍ୟ କୌଣସି ବିଚାରଧାରାର ବ୍ୟକ୍ତି ଚନ୍ଦ୍ରପୃଷ୍ଠରେ ପହଞ୍ଚି ଜିହାଦ କିମ୍ବା କଠୋରପନ୍ଥୀ ବିଚାରକୁ ପ୍ରସାର କରିବା ପୂର୍ବରୁ ଚନ୍ଦ୍ରକୁ ହିନ୍ଦୁରାଷ୍ଟ୍ର ଘୋଷଣା କରିବାକୁ ଦାବି କରିଛନ୍ତି ଜଣେ ହିନ୍ଦୁ ସଂଗଠକ ।

  • संसद से चांद को हिंदू सनातन राष्ट्र के रूप में घोषित किया जाए,चंद्रयान 3 के उतरने के स्थान "शिव शक्ति पॉइंट" को उसकी राजधानी के रूप में विकसित हो ,ताकि कोई आतंकी जिहादी मानसिकता का वहा न पहुंच पाए 🌸🙏🌸स्वामी चक्रपाणि महाराज, राष्ट्रीय अध्यक्ष, अखिल भारत हिंदू महासभा/ संत महासभा pic.twitter.com/HPbifYFZzX

    — Swami Chakrapani Maharaj (@SwamyChakrapani) August 27, 2023 " class="align-text-top noRightClick twitterSection" data=" ">

କେବଳ ହିନ୍ଦୁରାଷ୍ଟ୍ର ନୁହେଁ ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଂ କରିଥିବା ଦକ୍ଷିଣ ମେରୁର ଭାରତ ନାମିତ ସ୍ଥାନ ‘ଶିବଶକ୍ତି ପଏଣ୍ଟ’କୁ ଚନ୍ଦ୍ରର ରାଜଧାନୀ ଭାବେ ମଧ୍ୟ ଘୋଷଣା କରୁ । ଭାରତ ସଂସଦରେ ଏକ ସଙ୍କଳ୍ପ ପାରିତ କରି ଚନ୍ଦ୍ରକୁ ହିନ୍ଦୁରାଷ୍ଟ୍ର ଭାବେ ଘୋଷଣା କରୁ ବୋଲି ଅଜବ ଦାବି କରିଛନ୍ତି ଏହି ଅଖିଳ ଭାରତ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ସଭାପତି ସ୍ବାମୀ ଚକ୍ରପାଣି । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଚକ୍ରପାଣି ଏକ ଭିଡିଓ ଜାରି କରି ଭାରତର ଚନ୍ଦ୍ର ଅଭିଯାନର ସଫଳତା ଓ ଲ୍ୟାଣ୍ଡିଂ ପଏଣ୍ଟକୁ ‘ଶିବଶକ୍ତି ପଏଣ୍ଟ’ ଭାବେ ନାମକରଣ କରିଥିବା କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ସେ କହିଛନ୍ତି, ଅନ୍ୟ କୌଣସି ଧର୍ମର ଲୋକେ ସେଠାରେ ପହଞ୍ଚିବା ପୂର୍ବରୁ ଭାରତ ଏକ ସଙ୍କଳ୍ପ ପାରିତ କରି ଚନ୍ଦ୍ରକୁ ହିନ୍ଦୁରାଷ୍ଟ୍ର ଘୋଷଣା କରୁ । ଚନ୍ଦ୍ର ଶିବଙ୍କ ଜଟାରେ ରହିଛନ୍ତି । ଚନ୍ଦ୍ରକୁ ଚନ୍ଦା ମାମା ବୋଲି ମଧ୍ୟ କୁହାଯାଏ । ଅନ୍ୟ କୌଣସି ଧର୍ମର କେହି ଯାଇ ସେଠାରେ ଜିହାଦ ଓ ଆତଙ୍କବାଦ ପ୍ରସାର କରିବା ପୂର୍ବରୁ ସଂସଦରେ ଏକ ସଙ୍କଳ୍ପ ପାରିତ କରି ସରକାର ଏହି ଘୋଷଣା କରିବାକୁ ଚକ୍ରପାଣି ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-Chandrayaan 3 Update: ଚନ୍ଦ୍ରର ଦକ୍ଷିଣ ମେରୁ ମାଟିର ତାପମାତ୍ରା କେତେ ? ଆସିଲା ନୂଆ ତଥ୍ୟ

23 ତାରିଖ ସଂଧ୍ୟା 6ଟା 4 ମିନିଟରେ ଚନ୍ଦ୍ରର ଅଣଆବିଷ୍କୃତ ଦକ୍ଷିଣ ମେରୁରେ ସଫଳ ଅବତରଣ କରିଥିଲା ଭାରତର ଲ୍ୟାଣ୍ଡର ‘ବିକ୍ରମ’ । 26 ତାରିଖରେ ପ୍ରଧାନମନ୍ତ୍ରୀ ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିବା ପରେ ସିଧା ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ପହଞ୍ଚି ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଲ୍ୟାଣ୍ଡିଂ ପଏଣ୍ଟକୁ ‘ଶିବଶକ୍ତି ପଏଣ୍ଟ’ ଭାବେ ନାମିତ କରିଥିଲେ ପ୍ରଧାନମନ୍ତ୍ରୀ । ସେହିପରି 23 ଅଗଷ୍ଟକୁ ଜାତୀୟ ମହାକାଶ ଦିବସ ଭାବେ ମଧ୍ୟ ପାଳନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଚନ୍ଦ୍ର ଗବେଷଣାକୁ ନେଇ ସାରା ଦେଶରେ ଉତ୍ସାହ ଜାରି ରହିଥିବା ବେଳେ ଏବେ ଭିନ୍ନ ଦାବି ମଧ୍ୟ ଉଠିଲାଣି । ଅନେକ ଏପରି ଅଯୌତିକ ଦାବିକୁ ସମାଲୋଚନା ମଧ୍ୟ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.