ETV Bharat / bharat

‘ବିଦ୍ୟାଳୟ ଖୋଲିବାର ନିଷ୍ପତ୍ତି ଅତି ସତର୍କତାର ସହ ନେବା ଉଚିତ’

author img

By

Published : Jun 23, 2021, 8:55 AM IST

କୋରୋନା ମହାମାରୀ ପାଇଁ ଦୀର୍ଘ ଦେଢ ବର୍ଷ ହେଲା ପିଲାମାନଙ୍କର ପାଠପଢ଼ା ବ୍ୟାହତ ହୋଇଥିବା ବେଳେ ଏସବୁ ଭିତରେ ଅଭିଭାବକ ଓ ପିଲାଙ୍କରେ ବଡ଼ ପ୍ରଶ୍ନ, କେବେ ଖୋଲିବ ସ୍କୁଲ । ଏହାର ଉତ୍ତର ରଖି କେନ୍ଦ୍ର ସରକାର ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭି.କେ ପଲ କହିଛନ୍ତି ଯେ, ସ୍କୁଲ ଖୋଲିବାର ନିଷ୍ପତ୍ତି ସତର୍କତାର ସହ ନିଆଯିବା ଉଚିତ୍ । ଆମକୁ ସୁରକ୍ଷା ଦିଆଯିବା ପରେ ହିଁ ଆମେ ଏଭଳି ରିସ୍କ ନେବା ଉଚିତ। ଅଧିକ ପଢନ୍ତୁ...

ବିଦ୍ୟାଳୟ ଖୋଲିବାର ନିଷ୍ପତ୍ତି ଅତି ସତର୍କତାର ସହ ନେବା ଉଚିତ: ଭିକେ ପଲ

ନୂଆଦିଲ୍ଲୀ: ଏବେ ସାରା ଦେଶରେ ଚାଲିଛି କୋରୋନାର ଦ୍ବିତୀୟ ଲହର । କୋରୋନା ମହାମାରୀ ପାଇଁ ଦୀର୍ଘ ଦେଢ ବର୍ଷ ହେଲା ପିଲାମାନଙ୍କର ପାଠପଢ଼ା ବ୍ୟାହତ ହେଇଛି । ଏନେଇ ସରକାର ଅନଲାଇନ ପାଠପଢିବାକୁ ବ୍ୟବସ୍ଥା କରିଛନ୍ତି । କିନ୍ତୁ କ୍ଲାସରୁମରେ ପାଠପଢ଼ିବା ଓ ଅନଲାଇନରେ ଶିକ୍ଷାଦାନ ମଧ୍ୟରେ ଫରକ ରହୁଛି । କାରଣ କେଉଁଠି ଇଣ୍ଟରନେଟର ଅସୁବିଧା ରହୁଛି ତ କାହା ପାଖରେ ସ୍ମାର୍ଟ ଫୋନ ନାହିଁ । ଏନେଇ ପିଲାମାନେ ଅନଲାଇନରେ ପାଠ ପଢ଼ିବାକୁ ସହଜ ମଣୁ ନାହାନ୍ତି । ଏସବୁ ଭିତରେ ଅଭିଭାବକ ଓ ପିଲାଙ୍କରେ ବଡ଼ ପ୍ରଶ୍ନ, କେବେ ଖୋଲିବ ସ୍କୁଲ ।

ଏହାର ଉତ୍ତର ରଖି କେନ୍ଦ୍ର ସରକାର ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭି.କେ ପଲ କହିଛନ୍ତି ଯେ, ସ୍କୁଲ ଖୋଲିବାର ନିଷ୍ପତ୍ତି ସତର୍କତାର ସହ ନିଆଯିବା ଉଚିତ୍ । ଆମକୁ ସୁରକ୍ଷା ଦିଆଯିବା ପରେ ହିଁ ଆମେ ଏଭଳି ରିସ୍କ ନେବା ଉଚିତ। କାରଣ ବିଦ୍ୟାଳୟ ହେଉଛି ଏକ ବୃହତ ସମାବେଶର ସ୍ଥାନ, ଯାହା ସଂକ୍ରମଣ ବ୍ୟାପିବାରେ ସହାୟ ହୋଇଥାଏ । ସମାଜରେ ଏକ ଅପ୍ରତ୍ୟାଶିତ ପରିସ୍ଥିତି ଉପୁଜିଥିବା ବେଳେ ସ୍କୁଲ ଖୋଲିବାର ନିଷ୍ପତ୍ତି ନେବା ଏତେ ସହଜ ନୁହେଁ ।

ଭି.କେ ପଲ ଏହା ମଧ୍ୟ କହିଛନ୍ତି ଯେ, ସଂକ୍ରଂମଣ ରୋକିବାକୁ ହେଲେ ଅଧିକାଂଶ ଶିକ୍ଷକଙ୍କୁ ଟିକାକରଣ କରାଯିବା ଉପରେ ଗୁରୁତ୍ୱ ଦିଆଯିବା ଉଚିତ । ଅଧିକାଂଶ ଶିକ୍ଷକଙ୍କୁ ଟିକାକରଣ ସରିବା ପରେ ଓ ପିଲାଙ୍କ ଉପରେ ସଂକ୍ରମଣର ପ୍ରଭାବ ନେଇ ଅଧିକ ତଥ୍ୟ ଆସିବା ପରେ ଏନେଇ ସରକାର ନିଷ୍ପତି ନେବେ । ତେଣୁ, ଯଦି ଆମେ ସମସ୍ତ କୋଭିଡ୍ କଟକଣାକୁ ଅନୁସରଣ କରି ଚାଲିବା , ତେବେ ତୃତୀୟ ଲହରକୁ ଆମେ ରୋକି ପାରିବା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.