ETV Bharat / bharat

ଆସନ୍ତା ସପ୍ତାହ କୋଭାକ୍ସିନକୁ ଗ୍ରୀନ ସିଗନାଲ ଦେବ WHO ! - ଜାତିସଂଘ ଏଜେନ୍ସି

ଆସନ୍ତା ସପ୍ତାହ କୋଭାକ୍ସିନକୁ ମାନ୍ୟତା ଦେବା ଉପରେ ନିଜ ନିଷ୍ପତ୍ତି ଶୁଣାଇବ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) । ଏନେଇ ଅନ୍ତରାଷ୍ଟ୍ରୀୟ ଜନସ୍ବାସ୍ଥ୍ୟ ପାଇଁ ଜାତିସଂଘ ଏଜେନ୍ସି ସିରିଜ ଟ୍ବିଟରେ ସୂଚନା ଦେଇଛି । ଅଧିକ ପଢନ୍ତୁ...

ଆସନ୍ତା ସପ୍ତାହ କୋଭାକ୍ସିନକୁ ଗ୍ରୀନ ସିଗନାଲ ଦେବ WHO !

author img

By

Published : Oct 5, 2021, 9:20 PM IST

ନୂଆଦିଲ୍ଲୀ: ଭାରତର ସ୍ବଦେଶୀ ଟିକା କୋଭାକ୍ସିନକୁ ନେଇ ସାମ୍ନାକୁ ଆସିଛି ବଡ ଖବର । ଆସନ୍ତା ସପ୍ତାହ କୋଭାକ୍ସିନକୁ ମାନ୍ୟତା ଦେବା ଉପରେ ନିଜ ନିଷ୍ପତ୍ତି ଶୁଣାଇବ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) । ଆସନ୍ତା ସପ୍ତାହରେ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ନିଷ୍ପତ୍ତି ନେବ। ଜାତିସଂଘ କୋଭାକ୍ସିନ ପାଇଁ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ (EUA)କୁ ବିଳମ୍ବ କରିବାର ପ୍ରାୟ ଏକ ସପ୍ତାହ ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ବୟାନ ସାମ୍ନାକୁ ଆସିଛି ।

WHO ଏବଂ ଏକ ସ୍ବତନ୍ତ୍ର ବିଶେଷଜ୍ଞ ଗୋଷ୍ଠୀ ଆସନ୍ତା ସପ୍ତାହରେ ବିପଦ ଓ ଲାଭ ଆକଳନ କରିବା ଏବଂ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ତାଲିକା ପ୍ରଦାନ କରାଯିବ କି ନାହିଁ ତାହା ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ସ୍ଥିର ହୋଇଛି ବୋଲି ଅନ୍ତରାଷ୍ଟ୍ରୀୟ ଜନସ୍ବାସ୍ଥ୍ୟ ପାଇଁ ଜାତିସଂଘ ଏଜେନ୍ସି ସିରିଜ ଟ୍ବିଟରେ ସୂଚନା ଦେଇଛି । ଭରତ ବାୟୋଟେକ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ତଥ୍ୟ ଦାଖଲ କରିଛି ଏବଂ 27 ସେପ୍ଟେମ୍ବରରେ ଡବ୍ଲ୍ୟୁଏଚଓର ଅନୁରୋଧ କ୍ରମେ ଅତିରିକ୍ତ ସୂଚନା ଦାଖଲ କରାଯାଇଛି ବୋଲି ଟ୍ବିଟରେ ଉଲ୍ଲେଖ ରହିଛି ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) କୋଭାକ୍ସିନକୁ ଖୁବ ଶୀଘ୍ର ଜରୁରୀକାଳୀନ ବ୍ୟବହାର ନେଇ ଅନୁମୋଦନ ଦେଇପାରେ ବୋଲି ସୂଚନା ଦେଇଥିଲେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ଭାରତୀ ପ୍ରବୀଣ ପାୱାର । ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକର କୋଭାକ୍ସିନକୁ ୫ ଅକ୍ଟୋବର ସୁଦ୍ଧା WHO ଅନୁମୋଦନ ଦେଇପାରେ ବୋଲି କୁହାଯାଉଥିଲା ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୋଭାକ୍ସିନକୁ ବର୍ତ୍ତମାନ ପର୍ଯ୍ୟନ୍ତ ଜରୁରୀକାଳୀନ ବ୍ୟବହାର ସୂଚୀରେ ତାଲିକାଭୁକ୍ତ କରାଯାଇନାହିଁ । ଅନୁମୋଦନ ପ୍ରାପ୍ତ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଜୁଲାଇରେ ସମସ୍ତ ଜରୁରୀ ଦସ୍ତାବିଜ ଓ ଟ୍ରାଏଲ ସହ ସମ୍ବନ୍ଧିତ ଡାଟା ଉପଲବ୍ଧ କରାଇଥିଲା ଭାରତ ବାୟୋଟେକ । ତେବେ ଆସନ୍ତା ସପ୍ତାହ କୋଭାକ୍ସିନକୁ WHO ମଞ୍ଜୁରୀ ଦେଇପାରେ ବୋଲି ସ୍ପଷ୍ଟ ହୋଇଛି । କୋଭାକ୍ସିନର ଜରୁରକାଳୀନ ବ୍ୟବହାର ପାଇଁ ଟେକ୍ନୋଲୋଜି ବିଶେଷଜ୍ଞ ସମୀକ୍ଷା କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.