ETV Bharat / bharat

‘ଅକ୍ସିଜେନ ଅଭାବରୁ କୋରୋନା ରୋଗୀଙ୍କ ମୃତ୍ୟୁ ନରସଂହାରଠୁ କମ୍‌ ନୁହେଁ’ - ନର ସଂହାର

ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ହେଉଛି ଏକ ଅପରାଧିକ କୃତ୍ୟ ଦର୍ଶାଇବା ସହ ଏହା ସେହି ଲୋକଙ୍କ ପାଇଁ ନରସଂହାର ଠାରୁ କମ୍‌ ନୁହେଁ ଯେଉଁମାନଙ୍କୁ ଅକ୍ସିଜେନ କିଣିବା ଓ ତାର ଆବଣ୍ଟନ ସୁନିଶ୍ଚିତ କରିବାକୁ ଦାୟିତ୍ବ ଦିଆଯାଇଥିଲା ବୋଲି କହିଛନ୍ତି କୋର୍ଟ ।

Allahabad High Court, Death of Covid patients, Covid patients death due to non-supply of oxygen, criminal act, ଅକ୍ସିଜେନ ଅଭାବରୁ କୋରୋନା ରୋଗୀଙ୍କ ମୃତ୍ୟୁ, ଆହ୍ଲାବାଦ ହାଇକୋର୍ଟ
ଅକ୍ସିଜେନ ଅଭାବରୁ କୋରୋନା ରୋଗୀଙ୍କ ମୃତ୍ୟୁ ନର ସଂହାର ଠାରୁ ନୁହେଁ କମ୍‌: ଆହ୍ଲାବାଦ ହାଇକୋର୍ଟ
author img

By

Published : May 5, 2021, 12:06 PM IST

ପ୍ରୟାଗରାଜ: ଦେଶର ବିଭିନ୍ନ ହସ୍ପିଟାଲରେ ବର୍ତ୍ତମାନ ଦେଖାଦେଇଛି ଅକ୍ସିଜେନ ସଙ୍କଟ । ଅନେକ ସ୍ଥାନରେ ଅକ୍ସିଜେନ ଅଭାବ ଯୋଗୁଁ ହେଉଛି ରୋଗୀଙ୍କର ମୃତ୍ୟୁ । ତେବେ ଏହି ପରିପ୍ରେକ୍ଷୀରେ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ହେଉଛି ଏକ ଅପରାଧିକ କୃତ୍ୟ । ଏହାସହ ଶତ ପ୍ରତିଶତ ଅକ୍ସିଜେନ ଯୋଗାଇବା ଦାୟିତ୍ବ ଦିଆଯାଇଥିବା ଯେଉଁ ଅଧିକାରୀ ଏଥିରେ ବିଫଳ ହୋଇଛନ୍ତି ତାଙ୍କ ପାଇଁ ଏହା ‘ନର ସଂହାର’ ଠାରୁ କମ୍‌ ନୁହେଁ ବୋଲି କହିଛନ୍ତି କୋର୍ଟ ।

ଲକ୍ଷ୍ନୌ ଓ ମେରଠର ହସ୍ପିଟାଲରେ କୋଭିଡ-19 ରୋଗୀଙ୍କ ଅକ୍ସିଜେନ ଅଭାବରୁ ମୃତ୍ୟୁ ହେବା ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଏହାସହ ଳକ୍ଷ୍ନୌ ଓ ମେରଠ ଜିଲ୍ଲାପାଳଙ୍କୁ ଏହି ଘଟଣାର ତଦନ୍ତ ପାଇଁ 48 ଘଣ୍ଟାର ସମୟ ଦେଇଛନ୍ତି କୋର୍ଟ ।

ବିଚାରପତି ସିଦ୍ଧାର୍ଥ ବର୍ମା ଓ ବିଚାରପତି ଅଜିତ କୁମାରଙ୍କ ମିଳିତ ଖଣ୍ଡପୀଠ ରାଜ୍ୟରେ ସଂକ୍ରମଣର ବୃଦ୍ଧି ଓ ସଙ୍ଗରୋଧ କେନ୍ଦ୍ରର ସ୍ଥିତି ସମ୍ବନ୍ଧୀୟ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ଉଭର ଲକ୍ଷ୍ନୌ ଓ ମେରଠ ଜିଲ୍ଲାପାଳଙ୍କୁ ପରବର୍ତ୍ତୀ ଶୁଣାଣି ସମୟରେ ତଦନ୍ତ ରିପୋର୍ଟ ଦାଲ କରିବା ସହ ଭର୍ଚ୍ଚୁଆଲ ମାଧ୍ୟମରେ କୋର୍ଟରେ ଉପସ୍ଥିତ ରହିବାକୁ ଦେଇଛନ୍ତି ନିର୍ଦ୍ଦେଶ ।

କୋର୍ଟ କହିଛନ୍ତି ଯେ ଆମକୁ ଏହା ଦେଖି ଦୁଃଖ ଲାଗୁଛି ଯେ ଅକ୍ସିଜେନ ଅଭାବରୁ ହସ୍ପିଟାଲ ଗୁଡ଼ିକରେ ରୋଗୀଙ୍କ ମୃତ୍ୟୁ ହେଉଛି । ଏହା ଏକ ଅପରାଧିକ କୃତ୍ୟ ଅଟେ ଏବଂ ଏହା ସେହି ଲୋକଙ୍କ ପାଇଁ ନରସଂହାର ଠାରୁ କମ୍‌ ନୁହେଁ ଯେଉଁମାନଙ୍କୁ ଅକ୍ସିଜେନ କିଣିବା ଓ ତାର ଆବଣ୍ଟନ ସୁନିଶ୍ଚିତ କରିବାକୁ ଦାୟିତ୍ବ ଦିଆଯାଇଥିଲା ।

ଖଣ୍ଡପୀଠ କହିଛନ୍ତି ଯେ, ‘ଯେଉଁ ସମୟରେ ବିଜ୍ଞାନ ଏତେ ଅଗ୍ରଗତି କରିଛି ଯେ ହୃଦୟ ପ୍ରତିରୋପଣ ଓ ମସ୍ତିସ୍କର ଅସ୍ତ୍ରୋପଚାର ହେଉଛି ସେତେବେଳେ ଆମେ ଲୋକଙ୍କୁ ଏହିପରି ମରିବାକୁ କେମିଛି ଛାଡ଼ିଦେବା । ସାଧାରଣତଃ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଖବରକୁ ଯାଞ୍ଚ କରିବା ପାଇଁ ଆମେ ରାଜ୍ୟ ଓ ଜିଲ୍ଲା ପ୍ରଶାସନକୁ କହି ନଥାଉ, କିନ୍ତୁ ଏହି ଜନସ୍ବାର୍ଥ ମାମଲା ଏହି ଖବରକୁ ସମର୍ଥନ କରିଛି, ତେଣୁ ଆମେ ସରକାରଙ୍କୁ ଏହି ମାମଲାରେ ତୁରନ୍ତ ପଦକ୍ଷେପ ନେବାକୁ କହିବା ଆବଶ୍ୟକ ହୋଇ ପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.