ମୁମ୍ବାଇ: ଆତ୍ମଗ୍ଲାନିରେ ଜର୍ଜରିତ ଜର୍ଜରିତ ଜଣେ ଦୁଷ୍କର୍ମ ଦୋଷୀ ଜେଲରେ ନେଲା ଚରମ ନିଷ୍ପତି ! ଜଣେ ଦୁଷ୍କର୍ମକାରୀ ନିଜ କୁକର୍ମକୁ ପ୍ରାୟଶ୍ଚିତ କରିବାକୁ ଯାଇ ନେଇଛି ଚରମ ନିଷ୍ପତି ! ଦୀର୍ଘ ଦିନଧରି ଜେଲ୍ରେ ସଜା କଟିବା ପରେ ଏବେ ନିଜେ ଜୀବନ ହାରିଛି । ଏଭଳି ଏକ ଘଟଣା ଘଟିଛି ପୁନେର ଏକ ଜେଲରେ । ମାହାରାଷ୍ଟ୍ରର ବହୁ ଚର୍ଚ୍ଚିତ କୋପାର୍ଡୀ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଜେଲ୍ ଭିତରେ ଜୀବନ ହରିଛି । ଅଭିଯୁକ୍ତ ଜଣକ ପୁନେର ୟେରୱାଡା କେନ୍ଦ୍ରୀୟ କରାଗାରରେ ଜୀବନ ହାରିଥିବା ଜଣା ପଡ଼ିଛି । ମୃତକ ଜଣକ ହେଲେ ୨୬ ବର୍ଷୀୟ ଜିତେନ୍ଦ୍ର ସିନ୍ଦେ ।
ସୂଚନା ଅନୁଯାୟୀ ଆଜି ଭୋର ସକାଳୁ ପୁନେର ୟେରୱାଡା ଜେଲ୍ ଭିତରେ ଜଣେ କଏଦି ଜୀବନ ହାରିଥିବା ଖବର ସାମ୍ନାକୁ ଆସିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ମୃତକ ଜଣକ ହେଲେ ୨୬ ବର୍ଷୀୟ ଜିତେନ୍ଦ୍ର ସିନ୍ଦେ, ସେ ଏକ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗିରଫ ହୋଇ ସଜା କାଟୁଥିଲେ । ୨୦୧୬ ଜୁଲାଇ 13ରେ ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର କୋପାର୍ଡୀ ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଏହା ପରେ ଉକ୍ତ ନାବାଳିକାକୁ ଅଭିଯୁକ୍ତ ହତ୍ୟା କରିଥିଲେ ।
ଏହି ମଧ୍ୟ ପଢନ୍ତୁ...10 ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା 70 ବର୍ଷିୟ ବୃଦ୍ଧ, ଗିରଫ କଲା ପୋଲିସ
ପୋଲିସ ଏହି ଘଟଣାର ତଦନ୍ତ କରି ୩ ଜଣକୁ ଗିରଫ କରିଥିଲା । ଏହି ଘଟଣା ପରେ ମହାରାଷ୍ଟ୍ରରେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ପ୍ରତିବାଦର ସ୍ୱର ଉଠିଥିଲା । ମହାରାଷ୍ଟ୍ର ମରାଠୀ ସମ୍ପ୍ରଦାୟର ଲୋକେ ଆନ୍ଦେଳୋନକୁ ଓହ୍ଲାଇ ଆସିଥିଲେ । ଅଭିଯୁକ୍ତମାନଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଦାବି କରିଆସୁଥିଲେ ।
ଏହି ମଧ୍ୟ ପଢନ୍ତୁ...ରକ୍ଷାବନ୍ଧନରେ 2 ଭଉଣୀଙ୍କୁ ଗଣଦୁଷ୍କର୍ମ, ଦୁଷ୍କର୍ମକାରୀଙ୍କ ମଧ୍ୟରେ ବିଜେପି ନେତାଙ୍କ ପୁଅ
ଗତ ୨୦୧୭ ମସିହାରେ କୋର୍ଟ ଏହି ମାମଲାର ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲା ଜିତେନ୍ଦ୍ର ସିନ୍ଦେ । ସେ ଆଜି ଭୋର ସକାଳୁ ପୁନେର ୟେରୱାଡ଼ା ଜେଲ୍ ଭିତରେ ନିଜେ ଜୀବନ ହାରଛି । ଗିରଫ 3 ଅଭିଯୁକ୍ତ ହେଲେ ଜିତେନ୍ଦ୍ର ସିନ୍ଦେ, ନିତିନ ଭାଲୁମେ ଏବଂ ସାନ୍ତୋଷ ମାୱାଲ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ