ETV Bharat / bharat

Kerala Food Poisoning Case: Chicken shawarmaରେ ଲୁଚିଥିଲା ମାରାତ୍ମକ ଜୀବାଣୁ Shigella - କେରଳ ଫୁଡ ପଏଜନିଂର କାରଣ ସାଜିଲା ବ୍ୟାକ୍ଟେରିଆ

କେରଳ କସାରାଗୋଡ଼ ଜିଲ୍ଲାରେ ବିଷାକ୍ତ ଖାଦ୍ୟ ଖାଇ ଅନେକ ଅସୁସ୍ଥ ହେବା ଘଟଣା । ମାରାତ୍ମକ ଜୀବାଣୁ ଖାଦ୍ୟକୁ ସଂକ୍ରମିତ କରିବାରୁ ଏପରି ଘଟିଥିବା ଜଣାପଡ଼ିଛି । ଜାଣନ୍ତୁ ଉକ୍ତ ମାରାତ୍ମକ ଜୀବାଣୁର ନାମ ଓ ଏଥିରେ ସଂକ୍ରମିତ ହେବା ପରେ କଣ ରହିଥାଏ ଲକ୍ଷଣ । ଅଧିକ ପଢନ୍ତୁ

Kerala Food Poisoning: ସ୍ବର୍ମାରେ ଲୁଚିଥିଲା ମାରାତ୍ମକ ଜୀବାଣୁ, ୫୮ ଅସୁସ୍ଥ ଜଣେ ମୃତ

author img

By

Published : May 6, 2022, 8:54 PM IST

ଥିରୁଅନନ୍ତପୁରମ: କେରଳ କସାରାଗୋଡ଼ ଜିଲ୍ଲାରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ଯୁବତୀଙ୍କ ମୃତ୍ୟୁ ସହ ୫୮ ଜଣ ଅସୁସ୍ଥ ହେବା ଘଟଣା । ମୃତ୍ୟୁର କାରଣ ସାଜିଲା ଭୟାନକ ସିଗେଲା ଜୀବାଣୁ(shigella bacteria) । ମୃତ ଯୁବତୀଙ୍କ ସହ ଅନ୍ୟ ଲୋକ ଖାଇଥିବା ଚିକେନ ସ୍ବର୍ମା(shawarma)ରେ ଏହି ଜୀବାଣୁ ରହିଥିବାରୁ ଏକା ସମୟରେ ଅନେକ ଲୋକ ଅସୁସ୍ଥ ହୋଇପଡ଼ିଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

କେରଳର ଉକ୍ତ ରେସ୍ତୋରାଁରେ ଖାଇବା ପରେ ଏତେ ସଂଖ୍ୟାରେ ଗ୍ରାହକ ଅସୁସ୍ଥ ହେବା ପରେ ଅଧିକ ଲକ୍ଷଣ ଥିବା ସଂକ୍ରମିତଙ୍କ ନମୁନା ସଂଗ୍ରହ କରାଯାଇଥିଲା । ଏହାପରେ ଉକ୍ତ ନମୁନାର ପରୀକ୍ଷଣ ପାଇଁ କୋଝିକୋଡ଼ ମେଡିକାଲ କଲେଜକୁ ପଠାଯାଇଥିଲା । ମଙ୍ଗଳବାର ଉକ୍ତ ଜୀବାଣୁ ଦ୍ବାରା ୩ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଏହି ଜୀବାଣୁର ସଂକ୍ରମଣକୁ ରୋକିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ନେଇଥିବା ବେଳେ ଭବିଷ୍ୟତରେ ଏପରି ନ ହେବା ପାଇଁ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଏହି ଜୀବାଣୁର ସଂକ୍ରମଣକୁ ରୋକିବା ଦିଗରେ ଉଭୟ କସାରାଗୋଡ଼ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ମିଳିତ ଭାବରେ ଲୋକଙ୍କୁ ସଚେତନ କରାଉଛି । ଏହାସହିତ ବିଭିନ୍ନ ଲୋକଙ୍କୁ ଏବଂ ରେସ୍ତୋରାଁର ମାଲିକଙ୍କୁ ମଧ୍ୟ ସଚେତନ କରାଯାଇଛି । ଜିଲ୍ଲାରେ ରନ୍ଧାଖାଦ୍ୟ ମିଳୁଥିବା ଦୋକାନ ମାଲିକଙ୍କ ସହିତ ବୈଠକ କରାଯାଇ ଆଲୋଚନା ମଧ୍ୟ କରାଯାଇଛି ବୋଲି ସେ କହିଛନ୍ତି । ଏହାସହ ଲୋକଙ୍କୁ ଯୋଗାଯାଉଥିବା ପାନୀୟ ଜଳଙ୍କୁ ମଧ୍ୟ ପରୀକ୍ଷା କରାଯାଇଛି ।

ଏହି ମାରାତ୍ମକ ବ୍ୟାକ୍ଟେରିଆ ପ୍ରଥମ ପର୍ଯ୍ୟାୟରେ ଖାଦ୍ୟ ଓ ଜଳକୁ ସଂକ୍ରମିତ କରେ । ଏଥିଲାଗି ଏହି ୨ଟି ଜିନିଷ ଉପରେ ବିଭାଗ ଅଧିକ ଗୁରୁତ୍ବାରୋପ କରିଛି । ବିଭାଗ ଆହୁରି ମଧ୍ୟ କହିଛି ଯେ ଖାଦ୍ୟ ତିଆରି ସମୟରେ ଏହାକୁ ଭଲ ଭାବେ ରାନ୍ଧିଲେ ଏଥିରେ ଥିବା ମାରାତ୍ମକ ଜୀବାଣୁ ମଧ୍ୟ ନଷ୍ଟ ହୋଇଯିବେ । ଏଥିଲାଗି ଖାଦ୍ୟକୁ ଭଲ ଭାବେ ରାନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି ।

ସିଗେଲା ବ୍ୟାକ୍ଟେରିଆର କଣ ଓ ଏହାର ଲକ୍ଷଣ ?

ଶିଗେଲା ବ୍ୟାକ୍ଟେରିଆ ଭୟାନକ ଜୀବାଣୁର ଅନ୍ତର୍ଭୁକ୍ତ । ବିଶ୍ବବ୍ୟାପୀ ଝାଡା ହେବାର ଏହା ଏକ ପ୍ରମୁଖ ବ୍ୟାକ୍ଟେରିଆ ଏବଂ ଜୀବାଣୁଙ୍କ ଦ୍ବାରା ସୃଷ୍ଟି ହୋଇଥିବା ଅନ୍ତନଳୀ ସଂକ୍ରମଣ ପାଇଁ ମଧ୍ୟ ଏହି ବ୍ୟାକ୍ଟେରିଆ ଦାୟୀ । ଏହାର ଲକ୍ଷଣଗୁଡି଼କ ହେଉଛି ଝାଡ଼ା ହେବା, ତଳି ପେଟରେ ଯନ୍ତ୍ରଣା, ଜ୍ବର, ବାନ୍ତି, କ୍ଳାନ୍ତ ଅନୁଭବ କରିବା ଓ ଝାଡ଼ାରେ ରକ୍ତ ପଡିବା ଆଦି ।

ସେପଟେ କେରଳ ହାଇକୋର୍ଟ କସାରାଗୋଡରେ ଘଟିଥିବା ଏହି ବିଷାକ୍ତ ଖାଦ୍ୟ ଘଟଣାର ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଲୋଡିଛନ୍ତି । ଏହି ଘଟଣା ଏବେ ରାଜ୍ୟରେ ଏକ ପ୍ରମୁଖ ବିଷୟ ପାଲଟିଛି । ତେବେ ସୂଚନା ଥାଉ କି ଗତ ସୋମବାର ୱାୟାନାଡ଼ ଜିଲ୍ଲାରେ କିଛି ପର୍ଯ୍ୟଟକ ବିଭିନ୍ନ ସ୍ଥାନରୁ ଖାଦ୍ୟ ଗ୍ରହଣ ପରେ ଯନ୍ତ୍ରଣା ଅନୁଭବ କରିଥିଲେ । ପ୍ରାଥମିକ ତଦନ୍ତରୁ ଏହା ଖାଦ୍ୟ ଯୋଗୁଁ ହୋଇଛି ବୋଲି ଜଣାପଡ଼ିନଥିଲା ।

ଏହାପରେ ମାଲାପ୍ପୁରମ ଓ କୋଲ୍ଲାମ ଅଞ୍ଚଳରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ମାତ୍ର ଏଠାରେ ଗୁରୁତର ଭାବେ କେହି ସଂକ୍ରମିତ ହୋଇନଥିଲେ । କିନ୍ତୁ କସାରାଗୋଡ଼ ଜିଲ୍ଲାରେ ସ୍ବର୍ମା ଖାଇ ଅନେକ ଅସୁସ୍ଥ ହୋଇଥିଲେ । ଏହି ଘଟଣା ପରେ ଖାଦ୍ୟ ନିରାପତ୍ତା କମିଶନର ସ୍ବଚ୍ଛ ଭାବେ ଖାଦ୍ୟ ତିଆରି କରି ଗ୍ରାହକଙ୍କୁ ପରଷିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛି । ଏହି ବିଷାକ୍ତ ଖାଦ୍ୟ ଖାଇବା ଘଟଣାରେ କରିଭାଲ୍ଲୋର ଅଞ୍ଚଳର ଜଣେ ନାବାଳିକାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.