ETV Bharat / bharat

ସନ୍ଦେହରେ ଲିଭ ଇନ ପାଟର୍ନରକୁ ହତ୍ୟା, ସୁଟକେସ୍‌ରେ ମୃତଦେହ ପୁରାଇ ଫିଙ୍ଗିଥିଲା ଅଭିଯୁକ୍ତ

author img

By ETV Bharat Odisha Team

Published : Nov 22, 2023, 9:55 AM IST

Updated : Nov 22, 2023, 4:33 PM IST

ମୁମ୍ବାଇରେ ସୁଟକେଶରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା । ମୃତ ଯୁବତୀ ଜଣକ ସୁନ୍ଦରଗଡ଼ ଜିଲ୍ଲାର ପ୍ରତିମା ପରଓ୍ବାଲ କିସପଟ୍ଟା । ତାଙ୍କ ହତ୍ୟା ଅଭିଯୋଗରେ ଲିଭ୍‌ ଇନ୍‌ ପାଟର୍ନର ଅସ୍କାର ମନୋଜ ଗିରଫ । ଅଧିକ ପଢ଼ନ୍ତୁ

ସନ୍ଦେହରେ ଲିଭ ଇନ ପାଟର୍ନରକୁ ହତ୍ୟା
ସନ୍ଦେହରେ ଲିଭ ଇନ ପାଟର୍ନରକୁ ହତ୍ୟା
ସନ୍ଦେହରେ ଲିଭ ଇନ ପାଟର୍ନରକୁ ହତ୍ୟା

ମୁମ୍ବାଇ/ସୁନ୍ଦରଗଡ: ମୁମ୍ବାଇରେ ସୁଟକେଶରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା । 2 ଦିନ ମଧ୍ୟରେ ଘଟଣାର ପର୍ଦ୍ଦାଫାସ କଲା ମୁମ୍ବାଇ ପୋଲିସ । ପ୍ରେମରେ ମତାନ୍ତର ପରେ ହତ୍ୟା କରିବା ଅଭିଯୋଗରେ ଲିଭ ଇନ ପାର୍ଟନର ଅସ୍କାର ମନୋଜ ଗିରଫ । ଅନ୍ୟପଟେ ମୃତ ଯୁବତୀ ଜଣକ ସୁନ୍ଦରଗଡ ଜିଲ୍ଲାର ପ୍ରତିମା ପରଓ୍ବାଲ କିସପଟ୍ଟା (25) । ସେ ମୁମ୍ବାଇର ଧରାଭି ଅଞ୍ଚଳରେ ଅସ୍କାର ମନୋଜ ବାର୍ଲା(22)ଙ୍କ ସହ ଲିଭ୍‌ ଇନରେ ରହୁଥିଲେ । ଦୁହିଁଙ୍କ ଘର ଓଡିଶାର ସୁନ୍ଦରଗଡ଼ରେ ।

ମୂମ୍ବାଇ ପୋଲିସ ସୂଚନା ମୁତାବକ, ଗତ ରବିବାର ଦିନ ମହାରାଷ୍ଟ୍ରର ମଧ୍ୟ ମୁମ୍ବାଇର କୁର୍ଲା ଅଞ୍ଚଳର ଏକ ରାସ୍ତାକଡ଼ରୁ ଏକ ସୁଟକେଶରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏନେଇ ତଦନ୍ତ ଜାରି ରଖିଥିଲା ପୋଲିସ । ତେବେ ମୃତକ ଜଣକ ସୁନ୍ଦରଗଡ ଜିଲ୍ଲାର 25 ବର୍ଷୀୟା ପ୍ରତିମା ପରଓ୍ବାଲ କିସପଟ୍ଟା । ସେ ମୁମ୍ବାଇର ଧରାଭି ଅଞ୍ଚଳରେ ଅସ୍କାର ମନୋଜଙ୍କ ସହ ଲିଭ୍‌ ଇନ୍‌ରେ ରହୁଥିଲେ । ପ୍ରତିମା ପରଓ୍ବାଲଙ୍କ ଅନ୍ୟ କାହା ସହ ସମ୍ପର୍କ ଥିବା ସନ୍ଦେହରେ ହତ୍ୟାକାଣ୍ଡ ଭିଆଇ ଥିଲେ । ମୃତଦେହକୁ ଲୁଚାଇବାକୁ ଯାଇ ଏକ ସୁଟ୍‌କେଶ୍‌ରେ ପୁରାଇ କୁର୍ଲା ଅଞ୍ଚଳରେ ଫୋପାଡ଼ି ଦେଇଥିଲା । ତେବେ ଏନେଇ ପ୍ରମାଣ ପାଇବା ପରେ ସୋମବାର ଦିନ ଅସ୍କାର ମନୋଜଙ୍କୁ ଥାନେ ରେଳ ଷ୍ଟେସନରୁ ଗିରଫ କରାଯାଇଛି ।

ପଚରାଉଚରା ବେଳେ ସତ ଓଗାଳିଛି ଅସ୍କାର ମନୋଜ । ଅଭିଯୁକ୍ତର କହିବାନୁଯାୟୀ, କୋଭିଡ ସମୟରେ ଓଡ଼ିଶାକୁ ଫେରୁଥିବା ବେଳେ ବସ୍‌ରେ ତାଙ୍କର ପ୍ରତିମାଙ୍କ ସହ ଭେଟ ହୋଇଥିଲା । ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ପରେ ଓଡ଼ିଶାରୁ ମୁମ୍ବାଇ ଫେରିବା ପରେ ଦୁହେଁ ଧରାଭି ଅଞ୍ଚଳରେ ଲିଭ୍‌ ଇନ୍‌ ପାର୍ଟନର ଭାବେ ରହୁଥିଲେ । ପ୍ରତିମା ପରଓ୍ବାଲ ଧରାଭି ଅଞ୍ଚଳରେ ଘରୋଇ ସହାୟିକା ଭାବେ କାମ କରୁଥିବା ବେଳେ ବାର୍ଲା ଏକ ସୁଇଟ ମାର୍ଟରେ କାମ କରୁଥିଲା । ତେବେ 2 ମାସ ହେଲା ପ୍ରତିମା ଘରେ ରହୁଥିଲା ।

ଏହାମଧ୍ୟ ପଢନ୍ତୁ..ମାୟାନଗରୀରେ ଅପରାଧ: ରାସ୍ତାକଡରେ ପଡିଥିବା ସୁଟକେଶରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରିି

ତେବେ ପ୍ରତିମା ପରଓ୍ବାଲଙ୍କ ଅନ୍ୟ କାହା ସହ ସମ୍ପର୍କ ଥିବା ସନ୍ଦେହ କରି ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ଦେଖିବାକୁ ମିଳିଥିଲା । ଶନିବାର ଦିନ ସନ୍ଧ୍ୟାରେ ଏନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା । କ୍ରୋଧରେ ପ୍ରତିମାଙ୍କୁ ହତ୍ୟା କରିଥିଲା । ହତ୍ୟା କରିବା ପରେ ଶରୀରକୁ ଲୁଚାଇବାକୁ ଯାଇ ଯୋଜନା କରିଥିଲା ବର୍ଲା । ମୃତଶରୀରକୁ ଏକ ସୁଟ୍‌କେଶରେ ପୁରାଇ ଅଟୋ ରିକ୍ସାରେ ଧରି ଲୋକମାନ୍ୟ ତିଳକ ଟର୍ମିନାଲ ଆଡକୁ ଫୋପାଡ଼ିବା ପାଇଁ ଯାଇଥିଲା । ହେଲେ ସେଠାରେ ନଫୋପାଡି ମୃତ ଦେହକୁ ଧରି ଟ୍ରେନ୍‌ ମାଧ୍ୟମରେ ଓଡ଼ିଶା ପଳାଇ ଆସିବା କଥା ଭାବିଥିଲା ବର୍ଲା । ଏହାପରେ ସୁଟ୍‌କେଶକୁ ଧରି ଫେରୁଥିବା ବେଳେ ମୋଟ୍ରୋ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ଦେଖି ସେଠାରେ ହିଁ ସୁଟରକେଶକୁ ଫୋଫାଡ଼ି ଦେଇଥିଲା । ଓଡିଶା ଫେରିବା ପାଇଁ ଟ୍ରେନ୍‌ ଟିକେଟ କରିଥିଲା ।

ତେବେ ପୋଲିସ ପକ୍ଷରୁ ମୃତ ଯୁବତୀଙ୍କ ଫଟୋ ସର୍କୁଲେଟ୍‌ ହେବା ପରେ ଯୁବତୀଙ୍କ ଭଉଣୀ ଏହା ଦେଖିଥିଲେ । ମୁମ୍ବାଇ ପୋଲିସ ସହ ଏନେଇ କଥା ହୋଇଥିଲେ ତଦନ୍ତରେ ସାହାଯ୍ୟ କରିଥିଲେ । ଅନ୍ୟପଟେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ମଧ୍ୟ ଅଭିଯୁକ୍ତକୁ ଚିହ୍ନଟ କରି ତଦନ୍ତ ଆରମ୍ଭ କରିଥିଲା । ପରେ ଥାନେ ରେଲଓ୍ବେ ଷ୍ଟେସନରୁ ତାକୁ ଗିରଫ କରାଯାଇଛି । ଅନ୍ୟପଟେ ମୃତକଙ୍କ ପରିବାର ଲୋକେ ମୁମ୍ବାଇ ଯାଇଥିବା ସୂଚନା ରହିଛି ।

ଇଟିଭି ଭାରତ, ସୁନ୍ଦରଗଡ

Last Updated : Nov 22, 2023, 4:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.