ETV Bharat / bharat

Covid Scare: ଦିଲ୍ଲୀରେ ବନ୍ଦ ରହିବ ସମସ୍ତ ଘରୋଇ କାର୍ଯ୍ୟାଳୟ, ୱାର୍କ ଫ୍ରମ୍ ହୋମ ପାଇଁ ଅନୁମତି

author img

By

Published : Jan 11, 2022, 3:22 PM IST

ରାଜଧାନୀ ଦିଲ୍ଲୀରେ ବନ୍ଦ ରହିବ ସମସ୍ତ ଘରୋଇ କାର୍ଯ୍ୟାଳୟ । ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି କଲା ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

Covid Scare: ଦିଲ୍ଲୀରେ ବନ୍ଦ ରହିବ ସମସ୍ତ ଘରୋଇ କାର୍ଯ୍ୟାଳୟ, ୱାର୍କ ଫ୍ରମ୍ ହୋମ ପାଇଁ ଅନୁମତି
Covid Scare: ଦିଲ୍ଲୀରେ ବନ୍ଦ ରହିବ ସମସ୍ତ ଘରୋଇ କାର୍ଯ୍ୟାଳୟ, ୱାର୍କ ଫ୍ରମ୍ ହୋମ ପାଇଁ ଅନୁମତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋରୋନା ସ୍ଥିତି ଦିନକୁ ଦିନ ସାଙ୍ଘାତିକ ହେଉଛି । ବସ୍ତିଠୁ ବଜାର ସବୁଠୁ କାୟା ମେଲାଉଛି ମହାମାରୀ । ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (DDMA) ପକ୍ଷରୁ ଆଜି(ମଙ୍ଗଳବାର) ନୂଆ ଗାଇଡଲାଇନ ଜାରି କରାଯାଇଛି । ଏହି ଗାଇଡଲାଇନ ଅନୁଯାୟୀ, ଦିଲ୍ଲୀରେ ସମସ୍ତ ଘରୋଇ କାର୍ଯ୍ୟାଳୟଗୁଡିକ ବନ୍ଦ ରହିବ(Private offices in Delhi shall be closed) । ହେଲେ କର୍ମଚାରୀମାନଙ୍କୁ ୱାର୍କ ଫ୍ରମ ହୋମ୍(work from home) ପାଇଁ ଅନୁମତି ରହିଛି । ଏହାପୂର୍ବରୁ ୫୦ ପ୍ରତିଶତ କ୍ଷମତାରେ କାର୍ଯ୍ୟ କରିବାକୁ କାର୍ଯ୍ୟାଳୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେଉଥିବା ଯୋଗୁଁ ଅଫିସଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି ।

ଦିଲ୍ଲୀରେ କୋରୋନା କବଳରୁ ବାଦ୍ ପଡିନି ଜେଲ୍ । ରାଜଧାନୀର ବିଭିନ୍ନ କାରାଗାରରେ ସଂକ୍ରମଣ ଉଦବେଗ୍ ଜନକ ରହିଛି । ଏବେସୁଦ୍ଧା ଦିଲ୍ଲୀରେ ୬୬ ଜଣ ଅନ୍ତେବାସୀ ଏବଂ ୪୮ ଜଣ ଜେଲ୍ କର୍ମଚାରୀ କୋରୋନା ଆକ୍ରାନ୍ତ ହୋଇଛନ୍ତି । ତିହାର ଜେଲ୍‌ରେ ୪୨ ଜଣ କଏଦୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ୩୪ ଜଣ ଜେଲ୍ କର୍ମଚାରୀ ସଂକ୍ରମିତ ଥିବା ଜଣାପଡିଛି । ସେହିପରି ମାଣ୍ଡୋଲି(Mandoli)ରେ ୨୪ ଜଣ କଏଦୀ ଓ ୮ ଜଣ ଜେଲ୍ ଷ୍ଟାଫ୍ କୋରୋନା ଆକ୍ରାନ୍ତ ଅଛନ୍ତି । ରୋହିଣୀ କାରାଗାରରେ ୬ ଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଛି ।

ଦିଲ୍ଲୀ ଭଳି ମୁମ୍ବାଇରେ ମଧ୍ୟ ସ୍ଥିତି ଚିନ୍ତାଜନକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ବାଣିଜ୍ୟ ନଗରୀରେ ୧୨୦ ପୋଲିସ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି । ମୁମ୍ବାଇ ପୋଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.