ETV Bharat / bharat

ଭାରତରେ ଅନୁମୋଦନ ପାଇଲା TOCIRA, ଭେଣ୍ଟିଲେଟରେ ଥିବା କୋଭିଡ ରୋଗୀଙ୍କୁ ମିଳିବ ଲାଭ - ଟୋସିଲିଜୁମାବ

କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ବେଶ ପ୍ରଭାବଶାଳୀ TOCIRA ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଛି ମଞ୍ଜୁରୀ । ଅଧିକ ପଢନ୍ତୁ...

ଭାରତରେ ଅନୁମୋଦନ ପାଇଲା TOCIRA, ଭେଣ୍ଟଲେଟରେ ଥିବା କୋଭିଡ ରୋଗୀଙ୍କୁ ମିଳିବ ଲାଭ

author img

By

Published : Sep 6, 2021, 9:27 PM IST

ନୂଆଦିଲ୍ଲୀ: ଦେଶରେ ମହାମାରୀ କୋରୋନାର ତୃତୀୟ ଲହରୀ ଆଶଙ୍କାକୁ ଦୃଷ୍ଟିରେ ରଖି ଏଥିରୁ ବଞ୍ଚିବା ପାଇଁ ବିଭିନ୍ନ ଉପାୟ ଖୋଜୁଛନ୍ତି ସରକାର । ଏହି କାରଣରୁ ବଢାଇ ଦିଆଯାଇଛି ଟୀକାକରଣର ଗତି । କୋରୋନା ମାମଲାରେ ବୃଦ୍ଧି ମଧ୍ୟରେ ସାମ୍ନାକୁ ଆସିଛି ଗୁରୁତ୍ବପୂର୍ଣ୍ଣ ଖବର । କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ବେଶ ପ୍ରଭାବଶାଳୀ TOCIRA ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଛି ମଞ୍ଜୁରୀ ।

ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା 18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ କୋଭିଡ ଚିକିତ୍ସା ପାଇଁ DCGI ଭାରତର ଟୋସିଲିଜୁମାବ ଜେନେରିକ ଭ୍ୟାରିଆଣ୍ଟକୁ ଜରୁରୀକାଳୀନ ବ୍ୟବହାର (EUA) ଅନୁମୋଦନ କରିଥିବା ସୂଚନା ଦେଇଛି ହେଟେରୋ । ହସ୍ପିଟାଲରେ ଭର୍ତ୍ତି କୋରୋନା ରୋଗୀଙ୍କ ଚିକିତ୍ସାରେ ଏହି ଔଷଧକୁ ଡାକ୍ତରମାନେ କରିପାରିବେ ବ୍ୟବହାର ।

କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ ସିଷ୍ଟମିକ୍ କର୍ଟିକୋଷ୍ଟେରଏଡ, ଅତ୍ୟାବଶ୍ୟକ ସପ୍ଲିମେଣ୍ଟାରୀ ଅମ୍ଳଜାନ, ଭେଣ୍ଟିଲେଟର ଏବଂ ECMO ରେ ଥିବା ରୋଗୀଙ୍କ ଉପରେ ଏହି ଔଷଧ ବ୍ୟବହାର କରାଯାଇପାରିବ। ଦେଶରେ ଟୋସିଲିଜୁମାବ (ଟୋସିରା)ର ଅନୁମୋଦନକୁ ନେଇ କମ୍ପାନୀ ଖୁସି ବ୍ୟକ୍ତ କରିକହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.