ନୂଆଦିଲ୍ଲୀ: କୋଭିଡକୁ ମାତ ଦେବାରେ ଭାରତକୁ ଆଉ ଏକ ସଫଳତା । 7ରୁ 12 ବର୍ଷ ବୟସର ପିଲାମାନଙ୍କ ପାଇଁ କୋଭୋଭ୍ୟାକ୍ସ କୋରୋନା ଟିକାକୁ ମିଳିଲା ଅନୁମତି । ମଙ୍ଗଳବାର DCGI (Drugs controller general of india)ର ବିଶେଷଜ୍ଞ ସମିତି (SEC) ବାୟୋଲୋଜିକାଲ ଇ ଦ୍ବାରା ପ୍ରମାଣିତ କୋଭୋଭ୍ୟାକ୍ସର ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛନ୍ତି । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (SII) ଏହି ଟିକାକୁ ପ୍ରସ୍ତୁତ କରିଛି ।
-
Serum Institute of India's Covovax has been approved by DCGI for children between the age group of 7 & 12 years: Sources
— ANI (@ANI) June 28, 2022 " class="align-text-top noRightClick twitterSection" data="
">Serum Institute of India's Covovax has been approved by DCGI for children between the age group of 7 & 12 years: Sources
— ANI (@ANI) June 28, 2022Serum Institute of India's Covovax has been approved by DCGI for children between the age group of 7 & 12 years: Sources
— ANI (@ANI) June 28, 2022
ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ କେନ୍ଦ୍ରୀୟ ଔଷଧ ପ୍ରାଧିକରଣରେ ମାର୍ଚ୍ଚ ୧୬ରେ ସେରମ ଇଷ୍ଟିଚ୍ୟୁଟ ନିର୍ଦ୍ଦେଶକ ପ୍ରକାଶ କୁମାର ସିଂହ ଆବେଦନ କରିଥିଲେ । CDSCOର COVID-19 ଏକ ବିଶେଷଜ୍ଞ କମିଟି EUA ଆବେଦନ ଉପରେ ବିଚାରବିମର୍ଶ କରିଥିଲେ । ଏହାପରେ 7 ରୁ 12 ବର୍ଷ ବୟସର ପିଲାମାନଙ୍କ ପାଇଁ କୋଭୋଭ୍ୟାକ୍ସ ପାଇଁ ବ୍ୟବହାର ଅନୁମତି ପ୍ରଦାନ କରିବାକୁ ସୁପାରିଶ କରାଯାଇଥିଲା । ଏହାର ଅନୁମତି ମିଳିବା ପରେ ପିଲାଙ୍କୁ କୋଭୋଭ୍ୟାକ୍ସ ଟିକା ଦିଆଯିବ। କିନ୍ତୁ ବର୍ତ୍ତମାନ ଟିକାକରଣରେ ଏହାକୁ ସାମିଲ କରାଯାଇନାହିଁ ।
ଏହାପୂର୍ବରୁ 18 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ବ୍ୟବହାର ପାଇଁ ଜୁନ 4 ତାରିଖରେ DCGI ଅନୁମତି ଦେଇଥିଲା । ଅନ୍ୟପଟେ କୋରୋନା ପୁଣି କଡ଼ ଲେଉଟି ଥିବାବେଳେ ସତର୍କତା ଜାରି କରିଛନ୍ତି କେନ୍ଦ୍ର ସରକାର। କେତେକ ରାଜ୍ୟରେ ସଂକ୍ରମଣ ଉପରମୁହାଁ ଥିବା ଯୋଗୁଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଉକ୍ତ ରାଜ୍ୟ ଗୁଡ଼ିକୁ ଚିଠି ଲେଖି ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।