ETV Bharat / bharat

ଦାଉଦ ଇବ୍ରାହିମର ମୃତ୍ୟୁ ଖବରକୁ ଖଣ୍ଡନ; ଭାଇ ୧୦୦୦% ଫିଟ୍ ଅଛନ୍ତି କହିଲା ସହଯୋଗୀ ଛୋଟା ସକିଲ

author img

By ETV Bharat Odisha Team

Published : Dec 19, 2023, 11:35 AM IST

Don Dawood Ibrahim: ଦାଉଦ ଇବ୍ରାହିମ ବଞ୍ଚିଛି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଦାଉଦର ମୃତ୍ୟୁ ଗୁଜବକୁ ଖଣ୍ଡନ କରି ଏଭଳି ବୟାନ ଦେଇଛି ସହଯୋଗୀ ଛୋଟା ସକିଲ । ଅଧିକ ପଢ଼ନ୍ତୁ

ଦାଉଦ ଇବ୍ରାହିମର ମୃତ୍ୟୁ ଖବର ଖଣ୍ଡନ
ଦାଉଦ ଇବ୍ରାହିମର ମୃତ୍ୟୁ ଖବର ଖଣ୍ଡନ

ହାଇଦ୍ରାବାଦ: ପାକିସ୍ତାନରେ ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମର ମୃତ୍ୟୁ ଗୁଜବ ଗତକାଲି ଦିନ ତମାମ ବେଶ୍ ଚର୍ଚ୍ଚାରେ ରହିଥିଲା । ହେଲେ ଡନ ଦାଉଦ ବଞ୍ଚିଛି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଏହି ମୋଷ୍ଟ ୱାଣ୍ଟେଡର ମୃତ୍ୟୁ ଖବରକୁ ତା'ର ଘନିଷ୍ଠ ସହଯୋଗୀ ଛୋଟା ସକିଲ ଦୃଢ଼ ଭାବରେ ଖଣ୍ଡନ କରି ଏକଥା କହିଛି । ସକିଲ କହିଛି ଯେ, ଡନ(ଦାଉଦ) ୧୦୦୦% ଫିଟ୍ ଏବଂ ସୁସ୍ଥ ଅଛନ୍ତି । ପଡ଼ୋଶୀ ଦେଶକୁ ଯାଇ ତାଙ୍କ ସହ ଭେଟିବା ପରେ ସେ ଏକଥା କହୁଛି ବୋଲି ଛୋଟା ସକିଲ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇଛି ।

ଦାଉଦ ଇବ୍ରାହିମର ମୃତ୍ୟୁ ଗୁଜବକୁ ଖଣ୍ଡନ କରି ଏହାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି ସକିଲ । ମନ୍ଦ ଉଦ୍ଦେଶ୍ୟ ରଖି ସମୟ ସମୟରେ ସେମାନେ ଏଭଳି ଗୁଜବ ପ୍ରସାର କରୁଛନ୍ତି । ଭାଇ ବଞ୍ଚିଛନ୍ତି ଏବଂ ପୁରା ସୁସ୍ଥ ଓ ଫିଟ୍ ଅଛନ୍ତି । ଭାରତୀୟ ଗଣମାଧ୍ୟମରେ ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ର ବିଷକ୍ରିୟା ଖବର ପ୍ରକାଶ ପରେ ଏକ ଗଣମାଧ୍ୟମ ସହ ସାକ୍ଷାତକାରରେ ଏଭଳି ସ୍ପଷ୍ଟୀକରଣ ଦେଇଛି ଛୋଟା ସକିଲ ଏବଂ ଏହି ଖବର ଶୁଣି ସେ ଆଶ୍ଚର୍ଯ୍ୟ ହୋଇଥିଲା ବୋଲି ଜଣାଇଛି ।

ଏହା ମଧ୍ୟ ପଢନ୍ତୁ: ପିତାମାତାଙ୍କ ଅନ୍ତିମ ସଂସ୍କାରରେ ବି ସାମିଲ ହୋଇନଥିଲା କୁଖ୍ୟାତ ଆତଙ୍କୀ ଦାଉଦ, ସମ୍ପତ୍ତି ଦେଖିଲେ ଆଖି ଖୋସି ହୋଇଯିବ

ଏହା ମଧ୍ୟ ପଢନ୍ତୁ : ଅଣ୍ଡର ଓ୍ବାର୍ଲ୍ଡ ଡନ ଦାଉଦ ଇବ୍ରାହିମ ହସ୍ପିଟାଲରେ ଭର୍ତ୍ତି !

ପ୍ରକାଶ ଥାଉକି, ଦାଉଦ ଇବ୍ରାହିମଙ୍କୁ କେହି ଅଜ୍ଞାତ ବ୍ୟକ୍ତି ବିଷ ପିଆଇ ଦେଇଛି । ସେ ପାକିସ୍ତାନ କରାଚିର ଏକ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛି । ଏପରିକି ଚିକିତ୍ସାଧୀନ ଅବସ୍ଥାରେ ଡନ୍‌ ଦାଉଦର ମୃତ୍ୟୁ ହୋଇଯାଇଛି ବୋଲି ସୋମବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଦାଉଦ ଇବ୍ରାହିମ ଭାରତର ଜଣେ ମୋଷ୍ଟୱାଣ୍ଟେଡ ଆତଙ୍କବାଦୀ । ୧୯୯୩ ମୁମ୍ବାଇ ଆତଙ୍କୀ ଆକ୍ରମଣର ମାଷ୍ଟର୍‌ ମାଇଣ୍ଡ ଥିଲା ସେ । ୧୯୯୩ ସିରିଏଲ ବିସ୍ଫୋରଣ ପରେ ସେ ମୁମ୍ବାଇରୁ କରାଚି ପଳାୟନ କରିଥିଲା । ପରେ ଦାଉଦ କରାଚିରେ ହିଁ ରହୁଥିବା ବିଭିନ୍ନ ରିପୋର୍ଟରୁ ଜଣାପଡିଥିଲା । ଦାଉଦ କରାଚିରେ ନିଜ ପତ୍ନୀ ମେହଜାବିନଙ୍କ ସହ ରହିଆସୁଛି । କିନ୍ତୁ ଆଇଏସଆଇ ବ୍ୟତୀତ ତା'ର ପ୍ରକୃତ ଠିକଣା କାହାରିକୁ ଜଣାନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.