ETV Bharat / bharat

ରାଜସ୍ଥାନ ମହିଳା ଡାକ୍ତର ଆତ୍ମହତ୍ୟା ମାମଲା, ବିଜେପି ନେତାଙ୍କୁ ଉଠାଇ ନେଲା ପୋଲିସ

ରାଜସ୍ଥାନର ଦୌସା ଜିଲ୍ଲାରେ ମହିଳା ଡାକ୍ତର ଅର୍ଚ୍ଚନା ଶର୍ମାଙ୍କ ଆତ୍ମହତ୍ୟା ମାମଲା ଥମିବାର ନାଁ ନେଉନାହିଁ । ତେବେ ଗତକାଲି ବିଳମ୍ବିତ ରାତିରେ ବିଜେପି ନେତା ଗୋଥୱାଲଙ୍କୁ ପଚରାଉଚରା ପାଇଁ ନିଜ ବାସଭବନରୁ ଉଠାଇ ନେଇଛି ପୋଲିସ । ଅଧିକ ପଢନ୍ତୁ

ରାଜସ୍ଥାନ ମହିଳା ଡାକ୍ତର ଆତ୍ମହତ୍ୟା ମାମଲା, ସ୍କାନରେ ବିଜେପି ନେତା

author img

By

Published : Mar 31, 2022, 11:33 AM IST

ଜୟପୁର: ରାଜସ୍ଥାନର ଦୌସା ଜିଲ୍ଲାରେ ମହିଳା ଡାକ୍ତର ଅର୍ଚ୍ଚନା ଶର୍ମାଙ୍କ ଆତ୍ମହତ୍ୟା ମାମଲା ଥମିବାର ନାଁ ନେଉନାହିଁ । ସରକାର ଏବଂ ପୋଲିସର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଇ ବିଜେପି ନେତାମାନେ ଏହି ପ୍ରସଙ୍ଗରେ ନିରନ୍ତର ବିରୋଧ କରିଆସୁଥିଲେ। ପୂର୍ବତନ ବିଧାୟକ ତଥା ବିଜେପି ନେତା ଜିତେନ୍ଦ୍ର ଗୋଥୱାଲ ଏହି ମାମଲାରେ ପୀଡିତାଙ୍କ ପରିବାର ଧାରଣାରେ ବସି ଆର୍ଥିକ କ୍ଷତିପୂରଣ ସମେତ ଅନେକ ଦାବି ଉପସ୍ଥାପନ କରିଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ଗୋଥୱାଲଙ୍କୁ ପଚରାଉଚରା ପାଇଁ ନିଜ ବାସଭବନରୁ ଉଠାଇ ନେଇଛି ପୋଲିସ ।

ମାମଲାର ତଦନ୍ତ କରିବା ପାଇଁ ପୋଲିସ କର୍ମଚାରୀମାନେ ବୁଧବାର ବିଳମ୍ବିତ ରାତି ପ୍ରାୟ ୧.୪୫ ମିନିଟ ସମୟରେ ଗୋଥୱାଲଙ୍କ ଜୟପୁର ନିର୍ମାଣ ନଗର ସ୍ଥିତ ବାସଭବନରେ ପହଞ୍ଚିଥିଲେ । ଏହି ସମୟ ମଧ୍ୟରେ ବହୁ ସଂଖ୍ୟାରେ ବିଜେପି ନେତା ସେଠାରେ ଏକାଠି ହୋଇ ପୋଲିସକୁ ବିରୋଧ କରିବା ଆରମ୍ଭ କରିଥିଲେ। ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଡକ୍ଟର ଅରୁଣ ଚତୁର୍ବେଦୀ ମଧ୍ୟ ଏହି ସମୟରେ ସେଠାରେ ପହଞ୍ଚି ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ। ପ୍ରାୟ ଦେଢ ଘଣ୍ଟା ବିରୋଧ ପରେ ପୋଲିସ ଗୋଥୱାଲଙ୍କୁ ଡାଉସା ଲାଲସୋଟକୁ ପଚରାଉଚରା ପାଇଁ ନେଇଥିଲା । ଏହି ସମୟ ମଧ୍ୟରେ ବିଜେପି ସହ ଜଡିତ ଅନେକ ନେତା ଏବଂ ଅଫିସର୍ ମଧ୍ୟ ତାଙ୍କ ସହ ସେଠାରେ ପହଞ୍ଚିଥିଲେ।

କାହିଁକି ଆତ୍ମହତ୍ୟା କଲେ ମହିଳା ଡାକ୍ତର ?

ଗତ ୨୮ ମାର୍ଚ୍ଚ ତାରିଖ ଦିନ ରାଜସ୍ଥାନର ଦୌସାରେ ଅଧିକ ରକ୍ତସ୍ରାବ ଯୋଗୁଁ ଚିକିତ୍ସାଧିନ ଅବସ୍ଥାରେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ପରିବାର ଲୋକଙ୍କ ସହ କେତେକ ସ୍ଥାନୀୟ ନେତାମାନେ ହସ୍ପିଟାଲ ବାହାରେ ପ୍ରତିବାଦ କରିଥିଲେ । ଅର୍ଚ୍ଚନାଙ୍କ ବିରୋଧରେ ଆପିସି ଧାରା ଅନୁଯାୟୀ ୩୦୨(ହତ୍ୟା) ମାମଲା ରୁଜୁ କରିଥିଲା ପୋଲିସ । ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ସହିନପାରି ଅର୍ଚ୍ଚନା ଶର୍ମା ନାମକ ଜଣେ ମହିଳା ଡାକ୍ତର ଆତ୍ମହତ୍ୟା କରିଥିଲେ(Dausa Lady Doctor Suicide Row) ।

ତେବେ ମୃତ୍ୟୁ ପୂର୍ବରୁ ଅର୍ଚ୍ଚନା ଲେଖିଥିବା ସୁଇସାଇଡ୍ ନୋଟ୍ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଲେଖିଥିଲେ- ମୁଁ କିଛି ଭୁଲ୍ କରିନି, ମୁଁ କାହାକୁ ମାରିନି । ପିପିଏଚ୍ (Post-Partum Haemorrhage) ଏକ ଜଟିଳ ସମସ୍ୟା । ଏଥିପାଇଁ ଡାକ୍ତରଙ୍କୁ ପ୍ରତାଡିତ କରିବା ବନ୍ଦ କରନ୍ତୁ । ସେ ଆହୁରି ମଧ୍ୟ ଲେଖିଥିଲେ ଯେ, ମୁଁ କିଛି ଭୁଲ କରି ନାହିଁ ଏବଂ କାହାକୁ ହତ୍ୟା କରି ନାହିଁ । ମୁଁ ମୋ ସ୍ୱାମୀ ଏବଂ ପିଲାମାନଙ୍କୁ ବହୁତ ଭଲ ପାଏ । ମୋର ମୃତ୍ୟୁ ପରେ ଦୟାକରି ସେମାନଙ୍କୁ ଅସୁବିଧାରେ ପକାନ୍ତୁ ନାହିଁ ।

ସୂଚନାଅନୁସାରେ ଏହି ଘଟଣାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିର୍ଦ୍ଦେଶକ୍ରମେ ଦୌସା ଏସପି ଅନିଲ କୁମାରଙ୍କୁ ବଦଳି ଏବଂ ଜଣେ ଷ୍ଟେସନ ହାଉସ ଅଫିସରଙ୍କୁ ନିଲମ୍ବିତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.