ETV Bharat / bharat

ହାଇକୋର୍ଟଙ୍କ ରାୟ, ବାପାଙ୍କ ଦ୍ୱିତୀୟ ବିବାହକୁ ଚ୍ୟାଲେଞ୍ଜ କରିପାରିବ ଝିଅ - ବମ୍ବେ ହାଇକୋର୍ଟ

ବାପା ଯଦି ଦ୍ବିତୀୟ ବିବାହ କରନ୍ତି ଆଉ ଏନେଇ ଯଦି ଆପତ୍ତି ଥାଏ, ତାହେଲେ କୋର୍ଟରେ ଏହାକୁ ଝିଅ ଚ୍ୟାଲେଞ୍ଜ କରିପାରିବ ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ । ଅଧିକ ପଢନ୍ତୁ...

ହାଇକୋର୍ଟଙ୍କ ରାୟ, ବାପାଙ୍କ ଦ୍ୱିତୀୟ ବିବାହକୁ ଚ୍ୟାଲେଞ୍ଜ କରିପାରିବ ଝିଅ

author img

By

Published : Mar 19, 2021, 8:14 PM IST

ମୁମ୍ବାଇ: ନିଜ ବାପାର ଦ୍ବିତୀୟ ବିବାହର ବୈଧତାକୁ ଏବେ କୋର୍ଟରେ ଚ୍ୟାଲେଞ୍ଜ କରିବାକୁ ଝିଅକୁ ମିଳିଲା ଅନୁମତି । ବାପା ଯଦି ଦ୍ବିତୀୟ ବିବାହ କରନ୍ତି ଆଉ ଏନେଇ ଯଦି ଆପତ୍ତି ଥାଏ, ତାହେଲେ କୋର୍ଟରେ ଏହାକୁ ଝିଅ ଚ୍ୟାଲେଞ୍ଜ କରିପାରିବ ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ ।

ବିଚାରପତି ଧନୁକା ଓ ବିଚାରପତି ବି.ଜି ବିଷ୍ଟଙ୍କ ଖଣ୍ଡପୀଠ ବୁଧବାର 66 ବର୍ଷୀୟ ମହିଳାଙ୍କ ଯାଚିକାକୁ ସ୍ବୀକାର କରିଛନ୍ତି । ମହିଳା ଜଣକ ପରିବାର ଅଦାଲତର ଏକ ଆଦେଶକୁ କରିଥିଲେ ଚ୍ୟାଲେଞ୍ଜ । ଫ୍ୟାମିଲି କୋର୍ଟ ନିଜ ଆଦେଶରେ କହିଥିଲେ, ବୈବାହିକ ସମ୍ବନ୍ଧୀୟ କେବଳ ପକ୍ଷକାର ହିଁ ବିହାହକୁ ଚ୍ୟାଲେଞ୍ଜ କରିପାରିବେ ।

ଆଦେଶ ଅନୁଯାୟୀ, ମହିଳା ନିଜ ଦିବଙ୍ଗତ ବାପାଙ୍କ ଦ୍ବିତୀୟ ବିବାହର ବୈଧତାକୁ ଚ୍ୟାଲେଞ୍ଜ କରି 2016ର ଫ୍ୟାମିଲି କୋର୍ଟରେ ଏକ ଯାଚିକା ଦାଏର କରିଥିଲେ । ଯାଚିକାରେ ମହିଳା କହିଥିଲେ ନିଜ ବାପା ତାଙ୍କ ମା'ଙ୍କର 2003ରେ ମୃତ୍ୟୁ ହେବା ପରେ ଦ୍ବିତୀୟ ବିବାହ କରିଥିଲେ । ହେଲେ 2016ରେ ବାପାଙ୍କ ମୃତ୍ୟୁ ହେବା ପରେ ଜଣାପଡିଲା କି ସାବତ ମା' ନିଜ ପୂର୍ବ ସ୍ବାମୀକୁ ଏଯାଏଁ ଛାଡପତ୍ର ଦେଇନାହାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.