ପାଟନା: ସନ୍ତାନ ସୁଖ ସମସ୍ତଙ୍କ ଭାଗ୍ୟରେ ନଥାଏ । ଭାରତରେ ଲିଙ୍ଗଗତ ଭେଦଭାବ ଏବେ ବି ଜାରି ରହିଛି । ଏବେ ବି ଶିଶୁକନ୍ୟାକୁ ଅନେକ ପରିବାରରେ ପାଇଁ ଅଲୋଡା । ତେବେ ବିହାରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯେଉଁଠି କି ୪୫ ବର୍ଷ ପରେ ଘରେ ଶିଶୁକନ୍ୟାଟିଏ ଜନ୍ମ ନେଇଥିବାରୁ ପରିବାରରେ ଆନନ୍ଦ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାର ଶରଣ ଜିଲ୍ଲାର କମା ନାଗ ପଞ୍ଚାୟତ ଅଞ୍ଚଳରେ ।
ସୂଚନା ଅନୁସାରେ, ଏକମା ନାଗ ପଞ୍ଚାୟତ ଅଞ୍ଚଳର ଧୀରଜ ଗୁପ୍ତା ନାମକ ଏକ ବ୍ୟକ୍ତିଙ୍କ ବିବାହର ୪୫ ବର୍ଷ ପରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି । ଏହାପରେ ପରିବାର ଲୋକଙ୍କ ଖୁସି ଦ୍ବିଗୁଣିତ ହୋଇଯାଇଛି । ପରିବାର ଲୋକେ ବ୍ୟାଣ୍ଡ ବାଜା, ବାଣ ଫୁଟାଇ ବଜାଇ ଶିଶୁକନ୍ୟାକୁ ଘରକୁ ପାଛୋଟି ଆଣିଛନ୍ତି । ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏନେଇ ଧୀରଜଙ୍କ ଭାଇ କହିଛନ୍ତି ଯେ, "ଆମେ ବହୁତ ଖୁସି ଅଛୁ । ଆମ ଘରକୁ ୪୫ ବର୍ଷ ପରେ ଲକ୍ଷ୍ମୀ ଆସିଥିବାରୁ ଆମ ଖୁସି ଦ୍ବିଗୁଣିତ ହେଇଯାଇଛି (Daughter born after 45 years in family)। ଏକମା ନାଗର ପଞ୍ଚାୟତରେ ପରିବାରର ଏହି ଉତ୍ତମ କାର୍ଯ୍ୟକୁ ସବୁଠାରେ ପ୍ରଶଂସା କରାଯାଉଛି । ଲୋକମାନେ ଏହା ମଧ୍ୟ କହିଛନ୍ତି ଯେ ଏହା ଅନ୍ୟ ଲୋକଙ୍କ ପାଇଁ ଏକ ପ୍ରେରଣା ଅଟେ, ଯେଉଁମାନେ ଗର୍ଭରେ ଶିଶୁକନ୍ୟା ଥିବା ଜାଣି ନଷ୍ଟ କରିଦିଅନ୍ତି । ପୁଅ ତୁଳନାରେ ଝିଅ କୌଣସି ଗୁଣରେ କମ ନୁହେଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ