ETV Bharat / bharat

2021-22 ଆର୍ଥିକ ବର୍ଷରେ GDP 8.7 ପ୍ରତିଶତ

author img

By

Published : May 31, 2022, 9:56 PM IST

2021-22 ଆର୍ଥିକ ବର୍ଷରେ 8.7 ପ୍ରତିଶତ ରହିଲା GDP । ଶେଷ କ୍ୱାର୍ଟର ଅର୍ଥାତ୍ 2022 ଜାନୁଆରୀ-ମାର୍ଚ୍ଚ ତ୍ରୈମାସରେ ଭାରତର ଜିଡିପି 4.1 ପ୍ରତିଶତ ରହିଛି । ତେବେ ଆର୍ଥିକ ବର୍ଷ 2020-21ରେ ଜାନୁଆରୀ-ମାର୍ଚ୍ଚ ତୈମାସରେ ଜିଡିପି ଥିଲା 2.5 ପ୍ରତିଶତ । ଅଧିକ ପଢନ୍ତୁ

ଚଳିତ ଆର୍ଥିକ ବର୍ଷରେ 8.7 ପ୍ରତିଶତ ବଢିଲା GDP, ମାର୍ଚ୍ଚ କ୍ବାର୍ଟରରେ 4.1 ପ୍ରତିଶତ

ନୂଆଦିଲ୍ଲୀ: ଆର୍ଥିକ ବର୍ଷ (2021-22)ର ଚତୁର୍ଥ ତଥା ଜାନୁଆରୀ-ମାର୍ଚ୍ଚ ତ୍ରୈମାସରେ ଦେଶର ଜିଡିପି 4.1 ପ୍ରତିଶତ ରହିଛି । ଏହି ତ୍ରୈମାସିକ ରିପୋର୍ଟ ଅନୁପାତରେ ପୂର୍ଣ୍ଣ ଆର୍ଥିକ ବର୍ଷ (2021-22)ରେ ଦେଶର ମୋଟ ଜିଡିପି ଅଭିବୃଦ୍ଧି ହାର 8.7 ପ୍ରତିଶତ ରହିଛି । ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ଦ୍ବାରା ପ୍ରକାଶିତ ତଥ୍ୟରେ ଦର୍ଶାଯାଇଛି, ଗତ ଆର୍ଥିକ ବର୍ଷ (2020-21)ରେ ଏହି ହାର 6.7 ପ୍ରତିଶତ ରେକର୍ଡ କରାଯାଇଥିଲା । ପୂର୍ବ ବର୍ଷ ତୁଳନାରେ ଅଭିବୃଦ୍ଧି ହାର ସାମାନ୍ୟ ବୃଦ୍ଧି ପାଇଥିଲେ ସୁଦ୍ଧା ହାରରେ ମନ୍ଥରତା ପରିଲିକ୍ଷିତ ହୋଇଛି ।

ସେହିପରି 2021-22 ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ (ଅକ୍ଟୋବର-ଡିସେମ୍ବର) ଅର୍ଥନନୈତିକ ଅଭିବୃଦ୍ଧି ହାର ଅର୍ଥାତ ଜିଡିପି 5.4 ପ୍ରତିଶତ ଥିଲା । ସେହିପରି ଜିଡିପି ଅଭିବୃଦ୍ଧି ହାର ଏପ୍ରିଲ-ଜୁନ୍ ତ୍ରୈମାସରେ 20.1 ପ୍ରତିଶତ ଏବଂ ଜୁଲାଇ-ସେପ୍ଟେମ୍ବର ମଧ୍ୟରେ ମାସରେ 8.4 ପ୍ରତିଶତ ରହିଥିଲା ।

ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଅଭିବୃଦ୍ଧି ହାରରେ ମନ୍ଥର ହେବାର ମୁଖ୍ୟ କାରଣ ହେଉଛି ମୁଦ୍ରାସ୍ଫୀତି । ମୁଦ୍ରାସ୍ପୀତି ବୃଦ୍ଧି ହେତୁ ବିନିଯୋଗ ମଧ୍ୟ ପ୍ରଭାବିତ ହୋଇଛି । ଭାରତ ଏକ ବୃହତ୍ତ ଅର୍ଥବ୍ୟବସ୍ଥା ହୋଇଥିଲେ ସୁଦ୍ଧା ଅନ୍ୟ କିଛି ଅନ୍ତର୍ଜାତୀୟ କାରଣ ମଧ୍ୟ ଦେଶର କାରବାରରେ ପ୍ରଭାବ ପକାଇଛି । ତଥ୍ୟ ଅନୁଯାୟୀ ଚତୁର୍ଥ ତ୍ରୈମାସିକରେ ଦେଶର ଜିଡିପି 40.78 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଗତ ଆର୍ଥିକ ବର୍ଷର ସମାନ ତ୍ରୈମାସରେ ଏହି ରାଶି 39.18 ଲକ୍ଷ କୋଟି ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.