ଲକ୍ଷ୍ନୌ: ଏମିତି ବି ଆସେ ମୃତ୍ୟୁ । ପେଣ୍ଡାଲରେ ଅଭିନୟ କରୁଥିଲେ ହଠାତ ଚାଲିଗଲା ଜୀବନ । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତର ପ୍ରଦେଶର ବିଜନର ଜିଲ୍ଲାରେ । ମୃତକ ଜଣଙ୍କ ହେଉଛନ୍ତି ୬୨ ବର୍ଷୀୟ ରାଜେନ୍ଦ୍ର କଶ୍ୟପ ।
ପେଣ୍ଡାଲରେ ରାଜେନ୍ଦ୍ର ଦଶରଥଙ୍କ ଅଭିନୟ କରୁଥିବା ବେଳେ ପୁଅ ରାମକୁ ୧୪ ବର୍ଷ ବନବାସରେ ଯିବାକୁ ଆଦେଶ ଦେଇ ହଠତ୍ ପେଣ୍ଡାଲରେ ପଡିଯାଇଥିଲେ । ତେବେ ଦଶରଥଙ୍କ ଚରିତ୍ରରେ ତାଙ୍କର ନିଖୁଣ ଅଭିନୟ ଦେଖି ଦର୍ଶକ ତାଙ୍କୁ ଉତ୍ସାହିତ କରୁଥିଲେ । କିନ୍ତୁ କିଛି ସମୟ ପରେ ରାଜେନ୍ଦ୍ର ଆଉ ପେଣ୍ଡାଲରୁ ଉଠିନଥିଲେ । ଏହା ପରେ ତାଙ୍କ ସହଯୋଗୀମାନେ ମଧ୍ୟ ତାଙ୍କୁ ଉଠାଇବାକୁ ଚେଷ୍ଟା କରି ବିଫଳ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏନେଇ ରାମଲିଲାର ସଭାପତି କହିଛନ୍ତି ଯେ ପ୍ରକୃତରେ ଏହା କଣ ଘଟିଗଲା ତାହା କାହାକୁ ବି ଜଣା ନାହିଁ । ସମସ୍ତେ ଏହାକୁ ଚମତ୍କାର ଅଭିନୟ ଭାବି ପ୍ରଶଂସା କରୁଥିଲେ ହେଲେ ଏମିତି ଘଟିବ ବୋଲି କେହି କେବେ ସ୍ବପ୍ନରେ ଭାବିନଥିଲେ । ତେବେ ରାଜେନ୍ଦ୍ର କଶ୍ୟପଙ୍କ ପତ୍ନୀ ୩ପୁଅ ଓ ୨ ଝିଅ ଦୁଃଖରେ ଭାଙ୍ଗିପଡିଛନ୍ତି । ଗତ ୨ ବର୍ଷ ଧରି ରାଜେନ୍ଦ୍ର ଅଭିନୟ କରି ଆସୁଥିଲେ ।