ETV Bharat / bharat

ଖାଇବା ପ୍ଲେଟକୁ ଛୁଇଁବାରୁ ଦଳିତଙ୍କୁ ଆକ୍ରମଣ, ଥାନାରେ ମାମଲା ରୁଜୁ

author img

By

Published : Dec 13, 2022, 6:30 AM IST

ଏକ ବିବାହ ଉତ୍ସବରେ ଖାଦ୍ୟ ପ୍ଲେଟକୁ ଜଣେ ଦଳିତ ବର୍ଗର ବ୍ୟକ୍ତି ଛୁଇଁବାରୁ ତାଙ୍କ ଉପରେ ଆକ୍ରମଣ ହୋଇଛି । ଏଭଳି ନିନ୍ଦନୀୟ ଘଟଣା ଉତ୍ତରପ୍ରଦେଶ ଗୋଣ୍ଡା ଅଞ୍ଚଳରେ ଘଟିଛି । ଅଧିକ ପଢନ୍ତୁ

dalit-thrashed-for-touching-food-plate-at-wedding-ceremony-in-gonda
ଖାଇବା ପ୍ଲେଟକୁ ଛୁଇଁବାରୁ ଦଳିତଙ୍କୁ ଆକ୍ରମଣ, ଥାନାରେ ମାମଲା ରୁଜୁ

ଲକ୍ଷ୍ନୌ: ବିବାହ ସମାରୋହରେ ଖାଦ୍ୟର ପ୍ଲେଟକୁ ଛୁଇଁବାରୁ ଜଣେ ଦଲିତଙ୍କ ଉପରେ ହୋଇଛି ଅତ୍ୟାଚାର । କିଛି ଲୋକ ଦଳିତ ଶ୍ରେଣୀର ବ୍ୟକ୍ତିଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପୀଡିତଙ୍କ ପରିବାରକୁ ମଧ୍ୟ ଏ ନେଇ ଆକ୍ରମଣ କରାଯାଇଛି । ପୀଡିତଙ୍କ ଅଭିଯୋଗ ଉପରେ ପୋଲିସ ଏ ନେଇ ଏକ ମାମଲା ରୁଜୁ କରିଛି । ଏଭଳି ନିନ୍ଦନୀୟ ଘଟଣା ଉତ୍ତରପ୍ରଦେଶ ଗୋଣ୍ଡା ଅଞ୍ଚଳରେ ଘଟିଛି ।

ୱାଜିରଗଞ୍ଜ ଅଞ୍ଚଳର ନବବସ୍ତା ଗ୍ରାମରେ ନବବାସ୍ତା ଅଧିବାସୀ ରେଣୁ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ଯେ ଏକ ବିବାହ ଉତ୍ସବରେ ବାଦିନୀଙ୍କ ଛୋଟ ଭାଇ ଲାଲା ଭୋଜି ଖାଇବାକୁ ଯାଇଥିଲେ। ଖାଇବାବେଳେ ଜାତିଆଣ ଭେଦଭାଦ ଦେଖାଇ ଲାଲାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା । ଏହି ପ୍ରସଙ୍ଗରେ ଝଗଡା ମଧ୍ୟ ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ସେମାନେ ସ୍ଥାନୀୟ ବ୍ୟକ୍ତି ସନ୍ଦୀପ ପାଣ୍ଡେଙ୍କ ବିରୋଧରେ ଅଭିଯୋଗ ଆିଛନ୍ତି ।

ଲାଲାଙ୍କୁ ସେମାନେ ବାଡ଼ି, କାଚ ବୋତଲ ସାହାଯ୍ୟରେ ଆକ୍ରମଣ କରିଥିଲେ। ଭାଦିନି ଏବଂ ତାଙ୍କ ଅନେକ ସମ୍ପର୍କୀୟଙ୍କୁ ମାଡ ମରାଯାଇଥିଲା । ସମ୍ପର୍କୀୟଙ୍କ ବାଇକ୍ ଭାଙ୍ଗି ଯାଇଥିଲା । ହତ୍ୟା କରିବାକୁ ଧମକ ମଧ୍ୟ ଦେଇଥିଲେ। ପୀଡିତାଙ୍କ ପରିବାର ସଦସ୍ୟ ୧୧୨କୁ ଫୋନ କରିଥିଲେ, ପରେ ଅଭିଯୋଗକାରୀ ଏବଂ ସମ୍ପର୍କୀୟଙ୍କ ଜୀବନ ରକ୍ଷା ହୋଇପାରିଥିଲା । ବର୍ତ୍ତମାନ ପୀଡିତାଙ୍କ ଅଭିଯୋଗ ଆଧାରରେ SCST ସମେତ ଅନେକ ବିଭାଗ ଅଧୀନରେ ଏକ ମାମଲା ରୁଜୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.