ETV Bharat / bharat

ଦଳିତ ବ୍ୟକ୍ତିଙ୍କ ମୁହଁରେ ବିଷ୍ଠା ବୋଳିଲା ଅଭିଯୁକ୍ତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟଚକିତ

ମଧ୍ୟପ୍ରଦେଶରେ ଦଳିତ ବ୍ୟକ୍ତି ନିର୍ଯାତିତ । ମୁହଁ ଓ ଶରୀରେ ବିଷ୍ଠା ବୋଳିଲା ଅଭିଯୁକ୍ତ । ଅଧିକ ପଢନ୍ତୁ

author img

By

Published : Jul 23, 2023, 10:45 PM IST

human excreta
human excreta

ଭୋପାଳ: ପୁଣି ଦଳିତଙ୍କ ଉପରେ ଅତ୍ୟାଚାର । ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଅଜାଣତରେ ଜଣେ ଦଳିତ ବ୍ୟକ୍ତି ଉଚ୍ଚ ଜାତିର ବ୍ୟକ୍ତିଙ୍କୁ ଛୁଇଁବା ପରେ ସେ ତାଙ୍କୁ ନିର୍ଯାତନା ଦେଇଛନ୍ତି । ଅଭିଯୁକ୍ତ ଜଣକ ଦଳିତ ବ୍ୟକ୍ତିଙ୍କ ମୁହଁ ଓ ଶରୀରରେ ବିଷ୍ଠା ବୋଳିଥିବା ପୀଡିତ ଜଣକ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ବିଭିନ୍ନ ମହଲରେ ଘୋର ନିନ୍ଦା କରାଯିବା ସହ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି ହୋଇଛି ।

ପୀଡ଼ିତଙ୍କ ଅଭିଯୋଗ ପରେ ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିବା ବେଳେ ମାମଲା ରୁଜୁ କରିଛି ପୋଲିସ । ଗତ କିଛି ଦିନ ପୂର୍ବରୁ ସିଦ୍ଧି ଜିଲ୍ଲାରେ ଜଣେ ଦଳିତ ବ୍ୟକ୍ତିଙ୍କ ଉପରେ ପରିସ୍ରା କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ଶିବରାଜ ଉକ୍ତ ବ୍ୟକ୍ତିକୁ ସମ୍ମାନ ଜଣାଇ ନିଜ ବାସଭବନରେ ତାର ପାଦ ଧୋଇଥିଲେ । ହେଲେ ଏହି ଘଟଣାକୁ କିଛି ଦିନ ମାତ୍ର ବିତିଥିବା ବେଳେ ପୁଣି ଏପରି ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି । ଛତ୍ରପୁର ଘଟଣାରେ ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ଅନୁସାରେ ମାମଲା ରୁଜୁ କରିଛି ପୋଲିସ ।

ଏହା ବି ପଢନ୍ତୁ- ମଧ୍ୟପ୍ରଦେଶ ପରିସ୍ରାକାଣ୍ଡ: ଆଦିବାସୀ ଶ୍ରମିକଙ୍କ ପାଦ ଧୋଇଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ

ଅଭିଯୁକ୍ତର ନାଁ ରାମକ୍ରିପାଲ ପଟେଲ ବୋଲି ଜଣାପଡ଼ିଥିବା ବେଳେ ସେ ପଛୁଆ ବର୍ଗର ବୋଲି ଜଣାପଡ଼ିଛି । ପୀଡ଼ିତ ଦଶରଥ ଅହିରୱାର କହିଛନ୍ତି ଯେ ସେ ଡ୍ରେନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ତାଙ୍କ ସହିତ ଏହି ଘଟଣା ଘଟିଛି । ଏ ନେଇ ପୀଡ଼ିତ ଦଶରଥ କହିଛନ୍ତି, "ଅଭିଯୁକ୍ତ ରାମକ୍ରିପାଲ ସେହି ନିର୍ମାଣ ସ୍ଥଳରେ ଏକ ହ୍ୟାଣ୍ଡପମ୍ପ ନିକଟରେ ଗାଧୋଉଥିଲେ । ଏହି ସମୟରେ ସେ ଭୁଲବଶତଃ ତାଙ୍କୁ ସ୍ପର୍ଶ କରଥିଲେ। ଏହାପରେ ସେ ବିଷ୍ଠା ଆଣି ତାଙ୍କ ମୁହଁ ଓ ଶରୀରରେ ବୋଳିଥିଲେ ।" ତେବେ ଏନେଇ ସେ ପଞ୍ଚାୟତରେ ଅଭିଯୋଗ କରିଥିଲେ ସୁଦ୍ଧା ତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ପାଲଟା 600 ଟଙ୍କା ଜୋରିମାନା ଭରିବାକୁ କୁହାଯାଇଛି ।

ଏନେଇ ଏସ୍‌ଡିଓପି ମନମୋହନ ସିଂ ବଘେଲ କହିଛନ୍ତି, "ଘଟଣାରେ ରାମକ୍ରିପାଲ ବିରୋଧରେ ଆଇପିସି ଧାରା 294, 506 ଅନୁସାରେ ଏକ ମାମଲା ରୁଜୁ ହୋଇଛି । ପୀଡ଼ିତ ଦଶରଥ ପାଖରେ ଗାଧୋଉଥିବା ଅଭିଯୁକ୍ତ ସହିତ ଥଟ୍ଟାମଜା କରିଥିଲା । ଏହାପରେ ସେ ତା ହାତରେ ଗ୍ରିଜ ବୋଳିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ତା ଉପରକୁ ବିଷ୍ଠା ଫିଙ୍ଗିଥିଲା । ଅଭିଯୁକ୍ତ ଓ ପୀଡି଼ତ 40ରୁ 45 ବର୍ଷ ବୟସର । ଏହି ଘଟଣାରେ ତଦନ୍ତ ଜାରି ରହିଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.