ETV Bharat / bharat

ଦଳିତ ଦମ୍ପତି ଓ ପୁଅକୁ ଗୁଳି କରି ହତ୍ୟା, ୬ ଫେରାର - ଦଳିତ ପରିବାରର ୩ ଜଣଙ୍କୁ ଗୁଳି କରି ହତ୍ୟା

ଗୋଟିଏ ଦଳିତ ପରିବାରର ବାପାମାଆ ସମେତ ପୁଅକୁ ଗୁଳି କରି ହତ୍ୟା । ୬ ଅଭିଯୁକ୍ତ ଫେରାର । ଅଧିକ ପଢନ୍ତୁ

ଦଳିତ ଦମ୍ପତି ଓ ପୁଅକୁ ଗୁଳି କରି ହତ୍ୟା, ୬ ଫେରାର

author img

By

Published : Oct 26, 2022, 7:06 AM IST

ଭୋପାଳ: ମଧ୍ୟପ୍ରଦେଶର ଦୋମୋହ ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ଗୋଟିଏ ଦଳିତ ପରିବାରର ୩ ଜଣଙ୍କୁ ଗୁଳି କରି ହତ୍ୟା । କୌଣସି ବିବାଦକୁ କେନ୍ଦ୍ରକରି ମଙ୍ଗଳବାର ଏଠାରେ ଗୋଟିଏ ଦମ୍ପତିଙ୍କ ସମେତ ପୁଅକୁ ଗୁଳି କରି ହତ୍ୟା କରାଯାଇଛି(Dalit couple, son shot dead in MP village) । ଆକ୍ରମଣରେ ମୃତ ଦମ୍ପତିଙ୍କ ଅନ୍ୟ ଦୁଇ ପୁଅ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ନାରକୀୟ କାଣ୍ଡରେ ୬ ଜଣ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିବା ବେଳେ ସମସ୍ତ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଛନ୍ତି ।

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଦାମୋହ ଜିଲ୍ଲା ଦେଭ୍ରାନ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି । ସେହି ଗ୍ରାମର ୬ ଜଣ ଅଭିଯୁକ୍ତ ପ୍ରଥମେ ୬୦ ବର୍ଷୀୟ ଦଳିତ ବ୍ୟକ୍ତିଙ୍କୁ ଗୁଳି କରିଥିଲେ । ଏହାସହିତ ତାଙ୍କର ପତ୍ନୀ ଓ ୩୦ ବର୍ଷୀୟ ବଡପୁଅକୁ ମଧ୍ୟ ହତ୍ୟା କରିଥିଲେ । ତେବେ ମୃତ ଦମ୍ପତିଙ୍କ ଅନ୍ୟ ଦୁଇ ପୁଅ ଆକ୍ରମଣରେ ଆହତ ହୋଇଥିଲେ ମଧ୍ୟ ସେମାନଙ୍କର ଜୀବନ ବଞ୍ଚି ଯାଇଥିଲା । ଏହି ବୀଭତ୍ସ ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଫେରାର ଅଛନ୍ତି । ତେବେ ସାମାନ୍ୟ ବିବାଦକୁ କେନ୍ଦ୍ରକରି ସେମାନେ ଏହି କାଣ୍ଡ ଭିଆଇଥିବା ପୋଲିସ କହିଛି । ଏନେଇ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଧରିବାକୁ ଛାନଭିନ ଆରମ୍ଭ ହୋଇଥିବା ସୂଚନା ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.