ମେଷ: ଆପଣଙ୍କ ଭାବ ପ୍ରବଣତା ଲୁଚାଇବା କିମ୍ୱା ନିୟନ୍ତ୍ରଣ କରିବା ଆଜି ଆପଣଙ୍କ ପାଇଁ ଏକ ପରୀକ୍ଷା ସ୍ୱରୁପ ହେବ । ଆପଣ ନିଜର ଭିତର ଭାବନାକୁ ତ୍ୟାଗ କରିପାରିବାକୁ ପଡିପାରେ। ଯତ୍ନ ନିଅନ୍ତୁ । ନିଜକୁ ଶାନ୍ତ ରଖି ସମୟକୁ ଅପେକ୍ଷା କରନ୍ତୁ ସୁଫଳ ପାଇପାରନ୍ତି ।
ବୃଷ: ଆପଣ ଦିନସାରା ହାଲୁକା ଏବଂ ଖୁସି ଅନୁଭବ କରିବେ । ଆପଣଙ୍କ ହୃଦୟ ଭାବନାରେ ଭରା ରହିବ । କିନ୍ତୁ ଅନୁକୂଳ ଭାବନାରେ ଆପଣ ଭବିଷ୍ୟତର ସ୍ୱପ୍ନ ଦେଖିବେ । ସ୍ୱପ୍ନ ରାଇଜର ଅଦ୍ଭୁତ ଦୂନିଆଁରେ ଆପଣ ଘୁରି ବୁଲିବେ । ଏହା ସମସ୍ତ ସ୍ୱପ୍ନ ଭରା ରହିବ ।
ମିଥୁନ: ଆଜି ଦିନ ଧୀର ଏବଂ ମନ୍ଥର କିନ୍ତୁ ଲଗାତାର ରହିବ । ତେଣୁ ବ୍ୟସ୍ତ ହୁଅନ୍ତୁ ନାହିଁ ଯଦି କାର୍ଯ୍ୟ ସମାପ୍ତ କରିବା ପାଇଁ ସାଧାରଣରୁ ଅଧିକ ସମୟ ନେଉଛି । ଧୈର୍ଯ୍ୟ ରଖନ୍ତୁ, ଏହା ସମାପ୍ତ ହେବ । ଯଦିଓ କିଛି ସମୟ ବିଳମ୍ବ ହେବ, ଫଳ ନିଶ୍ଚୟ ମିଳିବ । ନେଇଥିବା କାର୍ଯ୍ୟ ଏବଂ ଆର୍ଥିକ କାରବାର ମଧ୍ୟ ସଫଳ ହେବ ।
କର୍କଟ: ଆପଣଙ୍କର ଆତ୍ମବିଶ୍ୱାସ ଉଚ୍ଚ ସ୍ତରରେ ରହିବ । ଯାହା ପ୍ରତ୍ୟେକ କାରବାରରେ ପ୍ରତିଫଳିତ ହେବ। ଆପଣ ଏହି ଶୁଭ ଦିନ ବନ୍ଧୁ ଏବଂ ପ୍ରିୟଜନଙ୍କ ଗହଣରେ ବିତାଇବାକୁ ଚାହିଁବେ । ସାଙ୍ଗମାନଙ୍କ ସହିତ ଭ୍ରମଣ କରିବା ପାଇଁ ଆପଣ ସଫଳ ଯୋଜନା ପ୍ରସ୍ତୁତ କରିବେ । ଆଜି ଦିନରେ ଆପଣ ଅନେକ ସୁଯୋଗ ପାଇବେ ଯେତେବେଳେ ଆପଣ ପ୍ରଦର୍ଶନ କରିବେ ଯେ ଆପଣଙ୍କର ବିଶେଷ ଏକ ସମ୍ବେଦନଶୀଳ ଏବଂ କବିତ୍ୱ ଗୁଣ ରହିଛି ।
ସିଂହ: ଅନ୍ୟଜଣକ ମନ୍ତବ୍ୟ ପ୍ରତି ଅଧିକ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ । ଆପଣଙ୍କ ରାଗ ନିୟନ୍ତ୍ରଣ କରନ୍ତୁ । ଯେହେତୁ ଅନ୍ୟ ସମ୍ବେଦନଶୀଳ ସଙ୍କେତ ମଧ୍ୟ ଦେଖା ଦେଉଛି । ତେଣୁ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇ ପରିସ୍ଥିତିକୁ ଜଟିଳ କରନ୍ତୁ ନାହିଁ । ଅତ୍ୟଧିକ ଯୂକ୍ତିତର୍କରୁ ଦୁରେଇ ରହନ୍ତୁ, ନ ହେଲେ ନିଃସନ୍ଦେହରେ ଆଇନଗତ ସମସ୍ୟା ସୃଷ୍ଟି କରିବ ।
କନ୍ୟା: ଆପଣଙ୍କ ରାଶି ଚକ୍ର ପାଇଁ ଏହି ଭାବପ୍ରବଣତା ଭରା ଦିନ । ବିଶେଷ ଭାବରେ ସ୍ୱପ୍ନ ଭଳି ଗୁଣ ପ୍ରତିଫଳନ କରିବ । ଆପଣଙ୍କ କାର୍ଯ୍ୟ ପ୍ରତି ଅଧିକ ପ୍ରତିକ୍ରିୟାଶୀଳ ହେଉଥିବା ବ୍ୟକ୍ତିଙ୍କ ବ୍ୟତିତ, ଆପଣ ଜଣଙ୍କ ପାଇଁ ଅତ୍ୟଧିକ ପ୍ରେମ ପ୍ରଦର୍ଶନ କରିପାରନ୍ତି । ଆଗକୁ ଚାଲନ୍ତୁ ଏହା ଆପଣଙ୍କ ପାଇଁ ଭାଗ୍ୟଶାଳୀ ହୋଇପାରେ ।
ତୁଳା: ଆପଣଙ୍କ ଜୀବନର ପ୍ରତ୍ୟେକ କ୍ଷେତ୍ର ପାଇଁ ଆଜି ଦିନ ଭାଗ୍ୟଶାଳୀ ଅଟେ । ଆପଣଙ୍କ ପାଇଁ ଆଜି ଭଲ ଦିନ ରହିଛି । କାରଣ କୌଣସି କାର୍ଯ୍ୟ କରିବା ପାଇଁ ଆପଣ ସଂଘର୍ଷ କରିବାକୁ ପଡିବ ନାହିଁ । ତେଣୁ ଆଶା କରନ୍ତୁ ଯେ ସମସ୍ତ କାର୍ଯ୍ୟ ସହଜରେ ଶେଷ ହେବ କିମ୍ୱା ସମାଧାନ ହେବ । ଘରେ ପ୍ରିୟଜନଙ୍କ ସହିତ ପ୍ରେମଭରା ଏବଂ ଖୁସିଭରା ରହିବ ।
ବିଛା: ଆପଣ ଛୁଟି ସହଜରେ ପାଇପାରିବେ ନାହିଁ। ସଂକ୍ଷେପରେ କହିବାକୁ ଗଲେ ସଂଘର୍ଷ କରିବାକୁ ପଡିବ । ଆପଣ ମାନ୍ଦା ଅନୁଭବ କରିବେ । ଦିନସାରା ବ୍ୟସ୍ତ ରହିପାରନ୍ତି ।
ଧନୁ: ଭାବପ୍ରବଣତା ଏବଂ ଆବେଗତା ଦୁର୍ଭାଗ୍ୟବଶତଃ ଆଜି ଆପଣଙ୍କୁ ଘେରି ରହିବ । ସାଧାରଣ ଭାବରେ ଏହାର ଅର୍ଥ ଯେ ଆପଣଙ୍କର ଭାବ ପ୍ରବଣତା ପ୍ରଦର୍ଶନ କରି କିଛି ଲାଭ ହେବ ନାହିଁ କାରଣ ଏହାର କୌଣସି ଅନ୍ତ ନାହିଁ । ଏହାକୁ ନିୟନ୍ତ୍ରଣ ରଖନ୍ତୁ ।
ମକର: ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦିଗରୁ ଶୁଭଙ୍କର ହେବ । ଆପଣଙ୍କର ଆୟ ବୃଦ୍ଧି ଘଟିବା ସହିତ ଆପଣ ଯେମିତି ଚାହିଁବେ ସେମିତି ଖର୍ଚ୍ଚ କରିବେ । ବ୍ୟବସାୟରେ ଆପଣ ବିଭିନ୍ନ ସଂସ୍ଥାମାନଙ୍କର ବିଶ୍ୱାସଭାଜନ ହେବେ । ଏହା ଦ୍ୱାରା ବହୁ ସଫଳତା ଲାଭ କରି ସମାଗରେ ପ୍ରତିଷ୍ଠିତ ହେବ । ଆପଣଙ୍କର ସୃଜନଶୀଳ ପ୍ରତିଭା ବଳରେ ଆପଣ ନିଜର ଦକ୍ଷତାକୁ ଆପଣଙ୍କ ପସନ୍ଦଯୋଗ୍ୟ କାର୍ଯ୍ୟରେ ବିନିଯୋଗ କରିପାରିବେ । ଏହା ଦ୍ୱାରା ଆପଣ ଅତୀତରେ ହରାଇଥିବା ସମ୍ମାନ ଫେରିପାଇବେ । ମୌଜ ମଜଲିସରେ ସମୟ କାଟିବା ସହ ବହୁ ଜିନିଷ କିଣିପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । ସବୁ ଦିଗ ପାଇଁ ଦିନଟି ଆନନ୍ଦଦାୟକ ରହିବ ।
କୁମ୍ଭ: ଆପଣ ଆନନ୍ଦ ଅନୁଭବ କରିବେ । ନିଜର ସଫଳତା ଏବଂ ଉତ୍ତମ ଜୀବନର ଝଲକ ପ୍ରତିଫଳିତ ହେବ । କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। ଆପଣଙ୍କ ଖ୍ୟାତି ଏବଂ ସହକର୍ମୀମାନଙ୍କ ମଧ୍ୟରେ ସମ୍ମାନ ମଧ୍ୟ ବୃଦ୍ଧି ହେବ । ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ ଏବଂ ଆପଣଙ୍କ ଗ୍ରୁପରେ ନିର୍ଭରଶୀଳ ହେବେ । ଘରେ ମଧ୍ୟ ଭଲ ସମୟ ଅତିବାହିତ ହେବ । ପରିବାର ସହିତ ପ୍ରେମଭାବ ଏବଂ ହସଖୁସିରେ ସମୟ ବିତିବ ।
ମୀନ: ଆପଣଙ୍କର ସୃଜନଶୀଳ ପ୍ରତିଭା ଯୋଗୁଁ ଆପଣ ଆଜି ସାହିତ୍ୟ ସମ୍ୱନ୍ଧୀୟ କୌଣସି ନୂତନ ତଥ୍ୟ ଲୋକାଲୋଚନାକୁ ଆଣିପାରନ୍ତି । ଏହା ଆପଣଙ୍କ ଦକ୍ଷତାର ପ୍ରମାଣ ଦେଇପାରେ । ଲେଖା ଲେଖିରେ ମଧ୍ୟ ଆପଣ ସମୟ ବିନିଯୋଗ କରିପାରନ୍ତି । ଦାମ୍ପତ୍ୟ ଜୀବନରେ ପ୍ରେମାଳାପ ତଥା ମୌଜ ମଜଲିସରେ ସମୟ ଅତିବାହିତ ହେବ। ଆଜିର ପ୍ରେମଗାଥା ଜୀବନରେ ଅଲିଭା ସ୍ମୃତି ହୋଇ ରହିପାରେ । ବିଦ୍ୟାର୍ଥୀମାନେ ସଫଳତା ଅର୍ଜନ କରିବା ପାଇଁ ଆଜି ଏକ ଶୁଭ ଦିବସ ଅଟେ । ଅଜଣା ଜଳର ଉତ୍ସଠାରୁ ନିଜକୁ ଦୂରେଇ ରଖିବା ବିଧେୟ ଅଟେ । ନିଜର କ୍ରୋଧ ସମ୍ୱରଣ କରନ୍ତୁ । ନହେଲେ ଦିନଟି ବ୍ୟର୍ଥ ହୋଇ ଯାଇପାରେ ।