ମେଷ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ପୁସ୍ତକ କିଣିବାକୁ ଇଚ୍ଛା ପ୍ରକାଶ କରିବେ । ନିଜର ଧ୍ୟାନ ରଖନ୍ତୁ । ବିଦ୍ୟାକୁ ନେଇ ପ୍ରଶଂସିତ ହୋଇପାରନ୍ତି।
ବୃଷ: ଆପଣ ନିଜକୁ ଏକ ଦୋଛକିରେ ପାଇବେ ଓ ପ୍ରତି ପାଦରେ ଆପଣଙ୍କୁ କିଛି ଭଲ ଓ କିଛି ଖରାପ ଉଭୟ ମିଳିବ । ଆପଣଙ୍କ ଭାବନା ଆପଣଙ୍କ ସ୍ଵାସ୍ଥ୍ୟ ଉପରେ କୁପ୍ରଭାବ ପକାଇପାରେ । ଆପଣ ପରିବାର ସଦସ୍ୟ ଓ ବନ୍ଧୁମାନଙ୍କ ସହ ଏକ ଭଲ ସମୟ କଟାଇପାରନ୍ତି । ଯାହା ଦ୍ଵାରା ଆପଣଙ୍କ ଆତ୍ମା ଉପରେ ଥିବା ବୋଝ କମିଯିବ।
ମିଥୁନ: ଆପଣଙ୍କ ମନ ଅନ୍ୟମାନଙ୍କ ପାଇଁ ଚିନ୍ତା ଓ ସମ୍ଵେଦନଶୀଳତାରେ ଭରିଯିବ ଓ ଅନେକଙ୍କ ଉପରେ ଆପଣଙ୍କ ଆଶୀର୍ବାଦ ପଡିବ । କିନ୍ତୁ ଅତ୍ୟଧିକ ଭାବନାତ୍ମକ ହେବା ମଧ୍ୟ ଠିକ ନୁହେଁ । ଆପଣଙ୍କ ଭାବନା କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରଗତିରେ ବାଧା ଦେଇପାରେ ।
କର୍କଟ: ଏହା ଆହ୍ଵାନର ଦିନ ହେବ । ଆପଣ ନୂଆ ବ୍ୟବସାୟ କରିବା ପାଇଁ ଇଚ୍ଛୁକ ହେବେ। କିନ୍ତୁ ଏହି ବିଷୟରେ ହଠାତ କୌଣସି ନିଷ୍ପତ୍ତି ନେବା କିମ୍ଵା ଚିନ୍ତାର ଆବଶ୍ୟକତା ନାହିଁ । ବାକିଆ ଥିବା କାମ ଶେଷ ହେବ। ବ୍ୟବସାୟ ଓ ଟ୍ରାଞ୍ଜାକ୍ସନ ଭଲରେ ଶେଷ ହେବ । ବ୍ୟବସାୟ କିମ୍ଵା ଘରୋଇ କାରଣ ପାଇଁ ସ୍ଥାନାନ୍ତର ହେବାକୁ ପଡିପାରେ।
ସିଂହ: ଆପଣଙ୍କ ଉତ୍ସାହ ଓ ଭାବାପ୍ରବଣ ପ୍ରକୃତି ଯୋଗୁଁ ହଠାତ ଭାବନା ଗୁଡିକ ଆପଣଙ୍କ ମଧ୍ୟରୁ ବାହାରିବ। ଆଜି ଆପଣ ହଠାତ ରାଗିଯାଇ ପାରନ୍ତି। ଏଥିପାଇଁ ଆପଣ ଉଭୟ କାର୍ଯ୍ୟସ୍ଥଳ ଓ ଘରେ ଯେଉଁଠି ବି ହେଉ ଭାବନାରେ ବୁଡି ରହିବେ । ଆଜି ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଉଛି।
କନ୍ୟା: ଆଜି ଆପଣ ନେତୃତ୍ବ ନେଇ କାର୍ଯ୍ୟ କରିବେ । ଦକ୍ଷତା ଯୋଗୁଁ ଆପଣ ପ୍ରଶଂସା ମଧ୍ୟ ପାଇବେ । ଅପେକ୍ଷା କରିଥିବା ପଦୋନ୍ନତି ମିଳିବ ଓ ଆପଣଙ୍କୁ କିଛି ଅଧିକ ଟଙ୍କା ମଧ୍ୟ ମିଳିବ। ଏହା ସହ ଆପଣ ଉଭୟ ଘର ଓ କାମ ମଧ୍ୟରେ ଉତ୍ତମ ସନ୍ତୁଳନ ରକ୍ଷା କରିବେ।
ତୁଳା: ଆଜି କିଛି ଉପହାର ମିଳିପାରେ। ଆଶା କରିନଥିବା କାର୍ଯ୍ୟରେ ଆଜି ସଫଳତା ପାଇବେ। ଦୂରରୁ ସୁସମ୍ବାଦ ମିଳିପାରେ। ବିଦେଶ ଯାତ୍ରା ପାଇଁ ବାଟ ଖୋଲିପାରେ। ସନ୍ଧ୍ୟାରେ ପରିବାର ସହିତ ବାହାରକୁ ଯାଇପାରନ୍ତି।
ବିଛା: ସାମାଜିକ ଭାବେ ଆପଣ ସମସ୍ତଙ୍କ ଧ୍ୟାନ କେନ୍ଦ୍ରିତ କରିବେ। କିନ୍ତୁ ଖରାପ ନଜର ଥିବା ଲୋକମାନଙ୍କ ପ୍ରତି ସଚେତନ ରୁହନ୍ତୁ। ଆଜି କଳହ ଠାରୁ ଦୂରରେ ରହିବା ପାଇଁ ପରାମର୍ଶ ଦିଆଯାଉଛି। କାହାକୁ କଷ୍ଟ ହେଲା ଭଳି କିଛି କୁହନ୍ତୁ ନାହିଁ। ସୁରକ୍ଷିତ ରହିବା ପାଇଁ ଚେଷ୍ଟା କରନ୍ତୁ।
ଧନୁ: ଆପଣଙ୍କ ବ୍ୟବସାୟ ସୀମାହୀନ ଭାବେ ବଢି ଚାଲିବ। ଦିନ ସାରା ଆପଣଙ୍କୁ ଆର୍ଥିକ ଲାଭ ମିଳିପାରେ । ଚାଲୁଥିବା କାମରୁ ସକରାତ୍ମକ ସଙ୍କେତ ମିଳିବ। ଆପଣଙ୍କ ବିଶେଷଜ୍ଞ ପରାମର୍ଶ କାର୍ଯ୍ୟକ୍ଷେତ୍ରରେ ମୂଲ୍ୟବାନ ହେବ । କହିବାକୁ ଗଲେ ଆଜି ଦିନଟି କ୍ରିୟାକଳାପପୂର୍ଣ୍ଣ ରହିବ ।
ମକର: ଆଜି ଆପଣ ପୂର୍ବରୁ ସମ୍ପର୍କ ଗୁଡିକରେ କରିଥିବା ଭୁଲ ସୁଧୁରିବ । ସମ୍ପର୍କୀୟ ଓ ସହକର୍ମୀମାନଙ୍କ ସହିତ ସମ୍ପର୍କ ଭଲ କରିବାରେ ଧ୍ୟାନ ଦେବେ। କିନ୍ତୁ ଆପଣଙ୍କ ଚେଷ୍ଟା ସତ୍ତ୍ଵେ ପାରିବାରିକ କନ୍ଦଳ ହୋଇପାରେ। ଅପ୍ରିୟ ପଡୋଶୀମାନଙ୍କୁ ଦୂରରେ ରଖି ଆପଣ କିଛି ସମସ୍ୟାରୁ ମୁକ୍ତ ରହିପାରିବେ।
କୁମ୍ଭ: ଆପଣ ଜଣେ ଦୃଢ ଇଚ୍ଛାଶକ୍ତି ସମ୍ପନ୍ନ ବ୍ୟକ୍ତି। ନିରନ୍ତର ଖୁସି ରହି ସକାରାତ୍ମକ ମନୋଭାବ ରଖି ଆପଣ କାର୍ଯ୍ୟକ୍ଷେତ୍ରରେ ଓ ଘରେ ଉଭୟ ସ୍ଥାନରେ ଲୋକମାନଙ୍କ ହୃଦୟ ଓ ମନ ଜିତିପାରିବେ। ଏପରି ସନ୍ତୁଷ୍ଟି ଓ ଖୁସି ଭାବନା ଯୋଗୁଁ ଆପଣ ବହୁତ ଭଲ କାମ କରିବାକୁ ପ୍ରୋତ୍ସାହିତ ହେବେ। ଖୁସି ବାଣ୍ଟି ଚାଲନ୍ତୁ।
ମୀନ: ଆଜି ଆପଣ ସମୟ ସମାନ ଭାବରେ ଭାଗ କରିବେ ଓ ଉଭୟ ଘରେ ଓ କାର୍ଯ୍ୟସ୍ଥଳରେ ଭଲ କରିବେ। ଅଫିସରେ ପ୍ରଶଂସା ପାଇବେ। ବକିଆ କାର୍ଯ୍ୟ ଆଜି ଶେଷ ହେବ। ପଦୋନ୍ନତି ମିଳିବାର ସମ୍ଭାବନା ରହିଛି।