ETV Bharat / bharat

India Corona: ଦିନକରେ ୧୬୦୫୧ ପଜିଟିଭ, ୨୦୬ ମୃତ - ଦେଶର ଦୈନିକ କୋରୋନା ପଜିଟିିଭ

ଦେଶରେ କ୍ରମଶଃ ଖସୁଛି କୋରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୧୬,୦୫୧ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ଦିନକରେ ୧୬,୦୫୧ ପଜିଟିଭ, ୨୦୬ ମୃତ
ଦିନକରେ ୧୬,୦୫୧ ପଜିଟିଭ, ୨୦୬ ମୃତ
author img

By

Published : Feb 21, 2022, 9:30 AM IST

ନୂଆଦିଲ୍ଲୀ: ଦେଶରେ କୋଭିଡ ମହାମାରୀର ତୃତୀୟ ଲହର କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ଲଗାତାର କମି ଚାଲିଛି ସଂକ୍ରମଣ । ଆଜି ଦେଶରେ ଦୈନିକ ପଜିଟିଭ ମାମଲା ୨୦ ହଜାର ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୧୬,୦୫୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India reports 16,051 fresh covid cases) ।

ସଂକ୍ରମଣ କ୍ରମଶଃ ହ୍ରାସ ପାଉଥିଲେ ମଧ୍ୟ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନାହିଁ । ଦେଶରେ ଦିନକରେ ୨୦୬ ସଂକ୍ରମିତ ପ୍ରାଣ ହରାଇଛନ୍ତି । ସେହିପରି ୨୦୨୧୩୧ ସକ୍ରିୟ ମାମଲା ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ମୋଟ ୪,୨୧,୨୪,୨୮୪ ଜଣ ସୁସ୍ଥ ହୋଇଛନ୍ତି ।

ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ ୨୦, ୨୧୩୧ଟି ସକ୍ରିୟ ମାମଲା ରହିଛି । ପଜିଟିଭ ହାର ଏବେ 1.93% କୁ ହ୍ରାସ ପାଇଛି । ଏଯାବତ୍ ଭାରତରେ ମୋଟ ୫ ଲକ୍ଷ ୧୨ ହଜାର ୧୦୯ ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । ସେହିପରି ସମୁଦାୟ 1,75,46,25,710 କୋଟି ଡୋଜ୍ ଟୀକାକରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.