ETV Bharat / bharat

India Corona: କମୁଛି ସଂକ୍ରମଣ, ବଢିଲା ମୃତ୍ୟୁ - ଭାରତ କୋରୋନା ଅପଡେଟ୍

ଦେଶରେ କ୍ରମଶଃ ଖସୁଛି କୋରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 19,968 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: କମୁଛି ସଂକ୍ରମଣ, ବଢିଲା ମୃତ୍ୟୁ

author img

By

Published : Feb 20, 2022, 9:44 AM IST

ନୂଆଦିଲ୍ଲୀ: ଦେଶରେ କୋଭିଡ ମହାମାରୀର ତୃତୀୟ ଲହର କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ଲଗାତାର କମି ଚାଲିଛି ସଂକ୍ରମଣ । ଆଜି ଦେଶରେ ଦୈନିକ ପଜିଟିଭ ମାମଲା ୨୦ ହଜାର ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 19,968 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 19,968 fresh covid cases) ।

ସଂକ୍ରମଣ କ୍ରମଶଃ ହ୍ରାସ ପାଉଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ଏବେ ପୁଣି ବଢିଛି । ଦେଶରେ ଦିନକରେ 673 ସଂକ୍ରମିତ ପ୍ରାଣ ହରାଇଛନ୍ତି । ସେହିପରି 48,847 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ 2,24,187ଟି ସକ୍ରିୟ ମାମଲା ରହିଛି । ପଜିଟିଭ ହାର ଏବେ 1.68%କୁ ହ୍ରାସ ପାଇଛି । ଏଯାବତ୍ ଭାରତରେ ମୋଟ 4,20,86,383 ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ମୋଟ 5,11,903 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । ସେହିପରି ସମୁଦାୟ 1,75,37,22,697 କୋଟି ଡୋଜ୍ ଟୀକାକରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.