ETV Bharat / bharat

Cyclone Shaheen: ବେଙ୍ଗାଲୁରୁରେ ପ୍ରବଳ ବର୍ଷାରୁ ଭାଙ୍ଗିଲା ଗଛ, ଘରେ ପଶିଲା ପାଣି

ବାତ୍ୟା ଶାହିନ ପ୍ରଭାବରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହୋଇଛି । ବିଭିନ୍ନ ସ୍ଥାନ ଜଳବନ୍ଦୀ । ଅଧିକ ପଢନ୍ତୁ...

Cyclone Shaheen;ବେଙ୍ଗାଲୁରୁରେ ପ୍ରବଳ ବର୍ଷା , ଭାଙ୍ଗିଲା ଗଛ,ଘରେ ପଶିଲା ପାଣି

author img

By

Published : Oct 4, 2021, 2:34 PM IST

ବେଙ୍ଗାଲୁରୁ: ବାତ୍ୟା ଶାହିନ ପ୍ରଭାବରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହୋଇଛି । ରବିବାର ଅପରାହ୍ନରୁ ବେଙ୍ଗାଲୁରୁର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡଘଡି ଆରମ୍ଭ ହୋଇଛି । କେଆରପୁରା, ମହାଦେବପୁରା ଏବଂ ହୋସକୋଟ ଓ ରାଜରାଜେଶ୍ବରୀ ନାଗରରେ ସବୁଠାରୁ ଅଧିକ ବର୍ଷା ହୋଇଛି । ଏ ଅଞ୍ଚଳ ଗୁଡିକରେ 90 ରୁ 98 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। 10ରୁ ଅଧିକ ଗଛ ଭାଙ୍ଗିଯିବା ସହ ବର୍ଷା ଜଳ ଅନେକ ଘରେ ପଶିଯାଇଛି । ପାଣିପାଗ ବିଭାଗ ମଧ୍ୟ ବେଙ୍ଗାଲୁରୁ ପାଇଁ ସତର୍କ ସୂଚନା ଜାରି କରିଛି । ଅକ୍ଟୋବର 6 ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ।

Cyclone Shaheen;ବେଙ୍ଗାଲୁରୁରେ ପ୍ରବଳ ବର୍ଷା , ଭାଙ୍ଗିଲା ଗଛ,ଘରେ ପଶିଲା ପାଣି

ଏକ ଡ୍ରେନ ଭାଙ୍ଗିବା ଦ୍ବାରା ରାଜରଜେଶ୍ବରୀ ଅଞ୍ଚଳରେ ଥିବା ଗୋଶାଳାରେ ପାଣି ପଶି ଯାଇଛି । ଫଳରେ ୧୦ରୁ ଅଧିକ ଗୋରୁଙ୍କ ମୃତ୍ୟୁ ଘଟିଛି । କେବଳ ସେତିକି ନୁହେଁ ପ୍ରବଳ ବର୍ଷା ଯୋଗୁଁ ଗମନାଗମନରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥିଲା । ଏଥିରେ ତୁମକୁର ରୋଡ, ମହୀଶୂର ରୋଡ, ବେଲାରୀ ରୋଡ, ମାଜିଷ୍ଟିକ, ଚାମରାଜାପେଟେ, ବାସଭାନାଗୁଡି, ଯଶବନ୍ତପୁର, ରାଜରାଜେଶ୍ୱର ନାଗର, ମହାଦେବପୁର ଓ ହେବଲରେ ଟ୍ରାଫିକ ଜାମ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.