ETV Bharat / bharat

Cyclone Mocha Update: ଅତି ଭୀଷଣ ବାତ୍ୟାର ରୂପ ନେଲେ ବାତ୍ୟା ମୋକା

author img

By

Published : May 12, 2023, 10:57 AM IST

ଅତି ଭୀଷଣ ବାତ୍ୟାର ରୂପ ନେଲେ ବାତ୍ୟା ମୋକା । ୧୪ ତାରିଖ ମଧ୍ୟାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବା ନେଇ ଆଶଙ୍କା । ଅଧିକ ପଢନ୍ତୁ

Cyclone mocha
Cyclone mocha

ନୂଆଦିଲ୍ଲୀ: ଦକ୍ଷିଣ-ପୂର୍ଵ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ବାତ୍ୟା ମୋକା ଅତି ଭୀଷଣ ବାତ୍ୟାର ରୂପ ନେଇଛି । ଏହା ଘଣ୍ଟାପ୍ରତି ୯କିମି ବେଗରେ ଉତ୍ତର ଆଡକୁ ଗତି କରୁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୧୪ ତାରିଖ ମଧ୍ୟାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି।

  • The SCS “Mocha” lay centered at 0230 hours IST of 12th May 2023 over Southeast adjoining Central Bay of Bengal about 520 km west-northwest of Port Blair. pic.twitter.com/RUHLs9MFSx

    — India Meteorological Department (@Indiametdept) May 11, 2023 " class="align-text-top noRightClick twitterSection" data=" ">

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ପୋର୍ଟ ବ୍ଲେୟାରର ପଶ୍ଚିମ-ଉତ୍ତରପଶ୍ଚିମରୁ ୫୨୦ କିଲୋମିଟର, କକ୍ସ ବଜାରର ଦକ୍ଷିଣ ପଶ୍ଚିମରୁ ୧୦୫୦ କିଲୋମିଟର ଏବଂ ସିତ୍ତ୍ବେର ଦକ୍ଷିଣ ଦକ୍ଷିଣ ପଶ୍ଚିମରୁ ୯୭୦ କିଲୋମିଟର ଦୂର ବଙ୍ଗେପସାଗର ଉପରେ ଏହି ବାତ୍ୟା କେନ୍ଦ୍ରୀଭୂତ ହୋଇରହିଛି ।

ଏହା ମଧ୍ୟ ପଢନ୍ତୁ: Cyclone Mocha Update: ମଧ୍ୟରାତ୍ରରେ ଭୀଷଣ ବାତ୍ୟା, 14ରେ ଲ୍ୟାଣ୍ଡଫଲ୍; ଓଡ଼ିଶା ଉପରେ ନାହିଁ ପ୍ରଭାବ

ତେବେ ବାତ୍ୟାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି । ଓଡ଼ିଶାକୁ ବାତ୍ୟାଜନିତ ପବନ କି ବର୍ଷା, କିଛି ହେବନାହିଁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ୧୪ ତାରିଖ ମଧ୍ୟାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଏହି ସମୟରେ ୧୧୦ ରୁ ୧୨୦ କିମି ବେଗରେ ପବନ ବହିବ । ସମୟ ସମୟରେ ପବନର ବେଗ ୧୩୦ କିମି ଛୁଇଁବ । ଓଡିଶା ସହ ଆନ୍ଧ୍ରରେ ମଧ୍ୟ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କୁହାଯାଇଛି । ତେବେ ବାତ୍ୟା ଯୋଗୁଁ ସମୁଦ୍ର ଅଶାନ୍ତ ରହୁଥିବା ବେଳେ ଓଡିଶା ପାଇଁ କେବଳ ଆସନ୍ତା ୧୪ ତାରିଖ ପଯ୍ୟନ୍ତ ମତ୍ସଜୀବୀ ମାନଙ୍କୁ ଗଭୀର ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ପ୍ରକାଶଥାଉକି, ଗତକାଲି ଏହି ବାତ୍ୟାର ନାମକରଣ କରାଯାଇଛି । ୟେମେନ ଦ୍ବାରା ଏହି ବାତ୍ୟାର ନାମକରଣ ମୋକା ରଖାଯାଇଛି ।

ଆଇଏମଡି ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ତ୍ରିପୁରା, ମିଜୋରାମରେ ଆସନ୍ତା ୧୩ ଏବଂ ୧୪ ତାରିଖରେ ପ୍ରବଳକୁ ଅତିପ୍ରବଳ ହେବା ନେଇ ସୂଚନା ଦିଆଯାଇଛି । ଏହାସହ ସଂଲଗ୍ନ ଅଞ୍ଚଳରେ ମଧ୍ୟ ବର୍ଷା ଲାଗି ରହିବ । ମୁଖ୍ୟତଃ ବାତ୍ୟା ଲ୍ୟାଣ୍ଡଫଲ କିରିବା ଦିନ ଅର୍ଥାତ ୧୪ ତାରିଖରେ ନାଗାଲାଣ୍ଡ, ମଣିପୁର, ଦକ୍ଷିଣ ଆସାମରେ ପ୍ରବଳ ବର୍ଷା ନେଇ ଚେତାବନୀ ଦିଆଯାଇଛି ।

ଗୋଟିଏ ପଟେ ସମୁଦ୍ର ବଳ ଗୋଟାଇ ଅତି ଭୀଷମ ବାତ୍ୟାର ରୂପ ନେଉଥିବା ବେଳେ ଏପଟେ ଓଡିଶାରେ କଲବଲ କରୁଛି ତାତି । ଆସନ୍ତା ୧୮ତାରିଖ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି କୁହାଯାଇଛି । କିଛି କିଛି ସ୍ଥାନରେ ଦିନର ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.