ETV Bharat / bharat

ଡେଟିଂ ଆପ୍‌ରେ ଫସେଇ ଦେଲେ ମହିଳା, ଡାକ୍ତରଙ୍କଠୁ ଲୁଟି ନେଲେ ଦେଢ କୋଟି

author img

By

Published : Jul 13, 2022, 9:37 AM IST

ସାଇବର ଠକଙ୍କ ହାବୁଡରେ ପଡିଲେ ଡାକ୍ତର । ମହିଳାଙ୍କ ସହ ଡେଟିଂ ପାଇଁ ଆପରେ ପ୍ରଲୋଭନ ଦେଇ ଠକି ନେଲେ ଦେଢ କୋଟି ଟଙ୍କା । ଅଧିକ

ମହିଳାଙ୍କ ଦ୍ବାରା ଡେଟିଂ ପ୍ରଲୋଭନ ଦେଖାଇ ଡାକ୍ତରଙ୍କ ଠାରୁ ଦେଢ କୋଟି ଠକି ନେଲେ ସାଇବର ଠକ

ହାଇଦ୍ରାବାଦ: ବଦଳୁଛି ସାଇବର ଠକଙ୍କ ଠକେଇ ତରିକା । ଏପରି ଅପରାଧ ରୋକିବା ପାଇଁ ପୋଲିସ ଯେତିକି କୌଶଳ ଓ ଜନ ସଚେତନତା ସୃଷ୍ଟି କରୁଛି, ଅନୁରୂପ ଭାବେ ଭିନ୍ନଭିନ୍ନ ନୂଆ ତରିକା ମଧ୍ୟ ଆପଣାଇବାରେ ଲାଗିଛନ୍ତି ସାଇବର ଠକ । ଜଣେ ମହିଳାଙ୍କ ଦ୍ବାରା ଡେଟିଂ ପାଇଁ ଅନଲାଇନ ଆପରେ ପ୍ରଲୋଭିତ ହୋଇ ଦେଢ କୋଟି ଟଙ୍କାର ସାଇବର ଠକେଇର ଶିକାର ହୋଇଛନ୍ତି ହାଇଦ୍ରାବାଦର ଜଣେ ଡାକ୍ତର ।

ଗୁଜୁରାଟରେ କାର୍ଯ୍ୟରତ ଉକ୍ତ ଡାକ୍ତରଙ୍କୁ ଏକ ଡେଟିଂ ଆପ ମାଧ୍ୟମରେ ଏପରି ଶିକାର ହେବାକୁ ପଡିଛି । ଜଣେ ମହିଳାଙ୍କ ସହ ଡେଟିଂ ପାଇଁ ଏହି ଆପରେ ଡାକ୍ତରଙ୍କୁ ପ୍ରଲୋଭିତ କରାଯାଇଥିଲା । ପରେ ସାଇବର ଠକର କହିବା ଅନୁସାରେ, ଏଥିପାଇଁ ଅନଲାଇନ ମୋଡରେ ପ୍ରଥମେ 40 ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ ଡାକ୍ତର । ଡାକ୍ତରଜଣଙ୍କ ଠକେଇର ଶିକାର ହୋଇଥିବା ଅନୁଭବ କରିବା ପରେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ ।

କିନ୍ତୁ ଅଭିଯୋଗ ପରେ ମଧ୍ୟ ଡାକ୍ତରଙ୍କ ମହିଳାଙ୍କ ସହ ଡେଟିଂ କରିବା ନିଶା ଛାଡି ନଥିଲା । ପୁଣି ଥରେ ପ୍ରଲୋଭନର ଶିକାର ହୋଇ ଡାକ୍ତରଜଣଙ୍କ ପର୍ଯ୍ୟାୟକ୍ରମେ 30 ଲକ୍ଷ ଓ 80 ଲକ୍ଷର ରାଶି ମଧ୍ୟ ଅନ୍ୟଏକ ଆକାଉଣ୍ଟକୁ ଟ୍ରାନ୍ସଫର ମଧ୍ୟ କରିଥିଲେ । ଏହିପରି ଭାବେ ମୋଟ ଦେଢ କୋଟିର ଅର୍ଥରାଶି ଏକାଧିକ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ । ତେବେ ଘଟଣା ପରେ ସମ୍ପୃକ୍ତ ଡାକ୍ତରଙ୍କ ପରିବାର ଲୋକେ ଜାଣିବା ପରେ ସାଇବର ଥାନାରେ ଅଭିଯୋଗ କରିଥିଲେ ।

ଏତଲା ପରେ ହାଇଦ୍ରାବାଦ ସାଇବର ପୋଲିସ ଘଟଣାର ତଦନ୍ତ କରିବା ସହ ଉକ୍ତ ଠକକୁ ମଧ୍ୟ ଧରିବାରେ ସଫଳ ହୋଇଛି । ତା ନିକଟରେ ଏକାଧିକ ଆକାଉଣ୍ଟରେ କୋଟି କୋଟି ଟଙ୍କା କାରବାର ହୋଇଥିବା ମଧ୍ୟ ସୂଚନା ମିଳିଛି । ଅନ୍ୟ କେଉଁମାନେ ଏଥିରେ ସମ୍ପୃକ୍ତ, ପୋଲିସ ସେନେଇ ଅଧିକ ତଦନ୍ତ ମଧ୍ୟ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.