ETV Bharat / bharat

Cauvery Water Issue: କର୍ଣ୍ଣାଟକକୁ ଝଟକା, ୧୫ଦିନ ପର୍ଯ୍ୟନ୍ତ ୩୦୦୦ କ୍ୟୁସେକ ପାଣି ଛାଡ଼ିବାକୁ CWMAର ନିର୍ଦ୍ଦେଶ - କାବେରୀ ଜଳ ପରିଚାଳନା ପ୍ରାଧିକରଣ

କାବେରୀ ଜଳ ବିବାଦ ଘଟଣାରେ କର୍ଣ୍ଣାଟକକୁ ଝଟକା । ୧୫ଦିନ ପର୍ଯ୍ୟନ୍ତ ୩୦୦୦ କ୍ୟୁସେକ ଜଳ ଛାଡ଼ିବାକୁ CWMAର ନିର୍ଦ୍ଦେଶ । ଅଧିକ ପଢନ୍ତୁ

Cauvery Water Issue
Cauvery Water Issue
author img

By ETV Bharat Odisha Team

Published : Oct 13, 2023, 5:47 PM IST

ହାଇଦ୍ରାବାଦ: କର୍ଣ୍ଣାଟକ ଓ ପଡ଼ୋଶୀ ତାମିଲନାଡୁରୁ ମଧ୍ୟରେ କାବେରୀ ଜଳ ବିବାଦ ଘଟଣା । କର୍ଣ୍ଣାଟକକୁ ପୁଣି ଲାଗିଲା ଝଟକା । ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଅର୍ଥାତ ଅକ୍ଟୋବର ୧୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ତାମିଲନାଡୁକୁ ୩ହଜାର କ୍ୟୁସେକ ଜଳ ଛାଡ଼ିବା ଲାଗି କାବେରୀ ଜଳ ପରିଚାଳନା ପ୍ରାଧିକରଣ (CWMA) କର୍ଣ୍ଣାଟକ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତ କିଛି ଦିନ ତଳେ କାବେରୀ ଜଳ ଭାଗବଣ୍ଟାକୁ ନେଇ ଉଭୟ ରାଜ୍ୟରେ ବିକ୍ଷୋଭ ଦେଖିବାକୁ ମିଳିଥିଲା ।

ପୂର୍ବରୁ ତାମିଲନାଡୁ ଜଳ ସମ୍ପଦ ମନ୍ତ୍ରୀ ଦୁରାଇ ମୁରୁଗାନ ୧୬ ହଜାର କ୍ୟୁସେକ ଜଳ ଛାଡିବା ଲାଗି CWMA ବୈଠକରେ ଦାବି କରିଥିଲେ । ହେଲେ ଏହାକୁ କର୍ଣ୍ଣାଟକ ଜୋରଦାର ବିରୋଧ କରିଥିଲା । ଗତ ସେପ୍ଟେମ୍ବର ୨୯ ତାରିଖରେ ଏହି ବିବାଦକୁ ନେଇ କର୍ଣ୍ଣାଟକ ବନ୍ଦ ଡାକରା ଦେଇଥିଲା । କନ୍ନଡ ଓକ୍କୁଟା ସଂଗଠନ ପକ୍ଷରୁ ଏହି ଡାକରା ଦିଆଯାଇଥିବା ବେଳେ ଅନ୍ୟ ସଂଗଠନ ମଧ୍ୟ ଏହାକୁ ସମର୍ଥନ କରିଥିଲେ । ଫଳରେ ରାଜ୍ୟରେ ଯାନବାହାନ ଚଳାଚଳଠୁ ଆରମ୍ଭ କରି ସ୍କୁଲ, କଲେଜ, ରେସ୍ତୋରାଁ, ହୋଟେଲ ଆଦି ବନ୍ଦ ରହିଥିଲା ।

ଏହା ବି ପଢନ୍ତୁ- କାବେରୀ ଜଳ ବିବାଦ: ଆଜି କର୍ଣ୍ଣାଟକ ବନ୍ଦ, ବେଙ୍ଗାଲୁରୁରେ ଶିକ୍ଷାନୁଷ୍ଠାନ ଛୁଟି

ଅଗଷ୍ଟ ମାସରେ ବିଶେଷ କରି ଚାଷ କାର୍ଯ୍ୟ ହୋଇଥାଏ । ଚାଷ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ଛାଡିବାକୁ ତାମିଲନାଡୁ ପୂର୍ବରୁ ଅନୁରୋଧ କରିଥିଲା । ୧୫ ଦିନ ପାଇଁ ତାମିଲନାଡୁକୁ ୫୦୦୦ କ୍ୟୁସେକ ପାଣି ଛାଡିବାକୁ କର୍ଣ୍ଣାଟକକୁ ନିର୍ଦ୍ଦେଶ ହୋଇଥିଲା । ହେଲେ କର୍ଣ୍ଣାଟକ ସେତିକି ପାଣି ଛାଡିନଥିବା ଅଭିଯୋଗ କରିଥିଲା ତାମିଲନାଡୁ । ଦକ୍ଷିଣ ପଶ୍ଚିମ ମୌସୁମୀରେ ପର୍ଯ୍ୟାପ୍ତ ପରିମାଣର ବର୍ଷା ନେହେବାରୁ କାବେରୀ ନଦୀରେ ପାଣି ନାହିଁ ତେଣୁ ତାମିଲନାଡୁକୁ ଏତେ ପରିମାଣର ପାଣି ଛାଡିବା ସମ୍ଭବ ନୁହେଁ ବୋଲି କହିଥିଲା କର୍ଣ୍ଣାଟକ ।

ଏହା ବି ପଢନ୍ତୁ- Cauvery Water Dispute: ତାମିଲନାଡୁ-କର୍ଣ୍ଣାଟକ କାବେରୀ କଳିର ସମାଧାନ କେବେ ?

ପୂର୍ବରୁ ମଧ୍ୟ କାବେରୀ ଜଳ ପରିଚାଳନା ପ୍ରାଧିକରଣ (CWMA) ତାମିଲନାଡୁକୁ ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୧୫ ତାରିଖ ଯାଏଁ ୩ ହଜାର କ୍ୟୁସେକ ପାଣି ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ବିରୋଧ କରି କର୍ଣ୍ଣାଟକରେ ବିଭିନ୍ନ ଚାଷୀ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ସେପଟେ ନିକଟରେ ତାମିଲନାଡୁ ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଥିଲା । କାବେରୀ ନଦୀରୁ ପାଣି ଛାଡ଼ିବା ଲାଗି କର୍ଣ୍ଣାଟକକୁ କେନ୍ଦ୍ର ନିର୍ଦ୍ଦେଶ ଦେଉ ବୋଲି ଏଥିରେ ଅନୁରୋଧ କରାଯାଇଥିଲା । କର୍ଣ୍ଣାଟକ ଜାଣିଶୁଣି କାବେରୀକୁ ନେଇ ଏକ 'କୃତ୍ରିମ ବିବାଦ' ସୃଷ୍ଟି କରୁଛି ବୋଲି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଥିଲେ । ରାଜ୍ୟ ସୁପ୍ରିମକୋର୍ଟଙ୍କ ଆଦେଶକୁ ମଧ୍ୟ ଅବମାନନା କରି ଯଥେଷ୍ଟ ପାଣି ଛାଡୁନଥିବା ସେ ଅଭିଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.