ETV Bharat / bharat

ଆନ୍ଧ୍ରପ୍ରଦେଶରେ 6 କୋଟି ଟଙ୍କାର ସୁନା ଜବତ, ଦୁବାଇ ଓ ଶ୍ରୀଲଙ୍କାରୁ ହୋଇଥିଲା ଚୋରା ଚାଲାଣ

author img

By ETV Bharat Odisha Team

Published : Aug 27, 2023, 5:43 PM IST

ବିଜୟୱାଡା କଷ୍ଟମ ବିଭାଗକୁ ମିଳିଛି ବଡ ସଫଳତା । ବିଦେଶରୁ ରପ୍ତାନୀ ପ୍ରଚୁର ଚୋରା ସୁନା ଜବତ କରିଛି କଷ୍ଟମ ବିଭାଗ । ୬.୪ କୋଟି ଟଙ୍କାର ସୁନା ସହ ୧.୫ ଲକ୍ଷ୍ୟ ଟଙ୍କା ବିଦେଶୀ ମୁଦ୍ରା ଜବତ କରାଯାଇଛି । ଅଧିକ ପଢନ୍ତୁ

ଆନ୍ଧ୍ରପ୍ରଦେଶରୁ 6 କୋଟି ଟଙ୍କାର ସୁନା ଜବତ
ଆନ୍ଧ୍ରପ୍ରଦେଶରୁ 6 କୋଟି ଟଙ୍କାର ସୁନା ଜବତ

ଆନ୍ଧ୍ରପ୍ରଦେଶ: ବିଜୟୱାଡା କଷ୍ଟମ ବିଭାଗକୁ ମିଳିଛି ବଡ଼ ସଫଳତା । ସୁନା ଚୋରା ଟାଲାଣ ହେଉଥିବା ସମୟରେ ମାଡ଼ି ବସିଲା କଷ୍ଟମ ବିଭାଗ । କଷ୍ଟମ ବିଭାଗ ହାତରେ ଲାଗିଛି ବିଦେଶରୁ ଆସୁଥିବା ଚୋରା ସୁନା । ରାତିରେ ପେଟ୍ରୋଲିଂ କରିବା ସମୟରେ ଜବତ କରିଛି ୬.୪ କୋଟିର ଟଙ୍କାର ସୁନା ବିସ୍କୁଟ । ଜଣେ ବ୍ୟକ୍ତି ଦୁବାଇ ଏବଂ ଶ୍ରୀଲଙ୍କାରୁ ଏହି ସୁନା ଚୋରା ଚାଲାଣ କରୁଥିବା ବେଳେ କଷ୍ଟମ ବିଭାଗ ହାତରେ ଧରା ପଡ଼ିଛନ୍ତି । ତାଙ୍କଠାରୁ କିଛି ବିଦେଶି ମୁଦ୍ରା ମଧ୍ୟ ଜବତ କରିଛି ପୋଲିସ ।

ସୂଚନା ଅନୁସାରେ ଗତ ଶନିବାର ରାତିରେ କଷ୍ଟମ ବିଭାଗର ମୁଖ୍ୟ କମିଶନର ଆର୍ ଶ୍ରୀରାମ ଏକପ୍ରେସ ବିଜ୍ଞପ୍ତି ଦ୍ବାରା ସୂଚନା ଦେଇଛନ୍ତି । ବିଜୟୱାଡା କଷ୍ଟମ ବିଭାଗ ଗତ ଶୁକ୍ରବାର ଦିନ ପାଟ୍ରୋଲିଂ କରୁଥିବା ସମୟରେ ବୋଲାପଲ୍ଲୀ ଟୋଲ୍ ଗେଟ୍ ଠାରେ ଚେନ୍ନାଇ ପଟୁ ଆସୁଥିବା ଏକ କାରକୁ ତଲାସି କାରାଯାଇଥିଲା । ଏହି ସମୟରେ କାରରୁ ୪.୩ କେଜି ଚୋରା ସୁନା ଜବତ କରିବା ସହ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କୁ ଗିରଫ କରିଥିଲା କଷ୍ଟମ ବିଭାଗ । ଏହା ସମୟରେ ପାଟ୍ରୋଲିଂକୁ କଡାକଡି କରିଯାଇଥିଲା । ଯାହା ଫଳରେ ପୁଣି ଅନ୍ୟ ଜଣଙ୍କ ଠାରୁ ୬.୮ କେଜିର ଚୋରା ସୁନା ଗହଣା ଆକାରରେ ଜବତ କରିବା ସହ ୧.୫ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଜବତ କରାଯାଇଛି । ବିଦେଶୀ ମୁଦ୍ରାଗୁଡିକ କୁଏତ ଦିନାର, କାତାରି ରିୟାଲ୍ ଏବଂ ଓମାନ ରିୟାଲ୍ ବୋଲି ଜଣା ପଡିଛି ।

ଏହା ମଧ୍ୟ ପଢନ୍ତୁ...ବସରେ ଖୁଲମଖୁଲା ସୁନା ଚୋରା ଚାଲାଣ, ମାଡ଼ି ବସିଲା ପୋଲିସ

ଏମାନେ ଅସାଧୁ ଉପାୟରେ ବିଦେଶରୁ ସୁନା ଚୋରାରେ ଆଣି ଭାରତରେ ବିକ୍ରି କରୁଥିବା ପୋଲିସ ସୂଚନା ଦେଇଛି । ଏହି ସୁନାକୁ ଲୁଚାଇବା ପାଇଁ ସୁନା ଉପରେ ଥିବା ବିଦେଶି ଚିହ୍ନକୁ ଲିଭାଇ ଦେଉଥିଲେ ଅଭିଯୁକ୍ତ । ଅଭିଯୁକ୍ତମାନଙ୍କୁ ରିରଫ କରାଯିବା ସହ ସେମାନଙ୍କ ବିରୋଧ କଷ୍ଟମ୍ ଆକ୍ଟ ୧୯୬୨ ଲାଗାଯାଇ କୋର୍ଟ ଚଲାଣ କରାଯାଇଛି । ଅଧିକ ତଦନ୍ତ ପାଇଁ ସେମାନଙ୍କୁ 13 ଦିନିଆ ରିମାଣ୍ଡରେ ନେଇଛି ପୋଲିସ ।

ସୂଚନା ମିଳିଛି ୨୦୨୨ରୁ ୨୦୨୩ ଏବଂ ୨୦୨୩ ରୁ ୨୦୨୪ ମସିହା ମଧ୍ୟରେ ବିଜୟୱାଡା କଷ୍ଟମ ବିଭାଗ ଦ୍ବାରା ୭୦ କେଜି ଚୋରା ସୁନା ଜବତ କରାଯାଇଛି । ଯାହାର ମୂଲ୍ୟ ୪୦ କୋଟି ଟଙ୍କା ହେବ ବୋଲି କଷ୍ଟମ ବିଭାଗ ତରଫରୁ କୁହାଯାଇଛି । ଏଭଳି ସୁନା ଚୋରା ଚାଲାଣକୁ ରୋକିବା ପାଇଁ କଷ୍ଟମ ବିଭାଗ ତଫରୁ ଚଢ଼ାଉ ଜାରି ରହିବ ବୋଲି ଜଣା ପଡିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.