ETV Bharat / bharat

ହାଇଦ୍ରାବାଦ ବିମାନବନ୍ଦରରୁ ୮୯.୭୪ ଲକ୍ଷ ଟଙ୍କାର ସୁନା ବିସ୍କୁଟ ଜବତ, ଜଣେ ଗିରଫ - ହାଇଦ୍ରାବାଦ ବିମାନବନ୍ଦରରୁ ସୁନା ଜବତ କଲା କଷ୍ଟମ ବିଭାଗ

ଦିନକୁ ଦିନ ବୃଦ୍ଧି ପାଉଛି ବେଆଇନ ସୁନା ଚାଲାଣ । ଦେଶର ବିଭିନ୍ନ ବିମାନବନ୍ଦରକୁ ଦେଇ ବେଆଇନ ସୁନା ଚାଲାଣ କରୁଛନ୍ତି ମାଫିଆ । ତେବେ ରବିବାର ହାଇଦ୍ରାବାଦ ସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧,୬୮୦ ଗ୍ରାମର ସୁନା ବିସ୍କୁଟ ଜବତ ହୋଇଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ ବିମାନବନ୍ଦରରୁ ୮୯.୭୪ ଲକ୍ଷ ଟଙ୍କାର ସୁନା ବିସ୍କୁଟ ଜବତ, ଜଣେ ଗିରଫ

author img

By

Published : May 2, 2022, 6:36 AM IST

ହାଇଦ୍ରାବାଦ: ଦିନକୁ ଦିନ ବୃଦ୍ଧି ପାଉଛି ବେଆଇନ ସୁନା ଚାଲାଣ । ଦେଶର ବିଭିନ୍ନ ବିମାନବନ୍ଦରକୁ ଦେଇ ବେଆଇନ ସୁନା ଚାଲାଣ କରୁଛନ୍ତି ମାଫିଆ । ତେବେ ରବିବାର ହାଇଦ୍ରାବାଦ ସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧,୬୮୦ ଗ୍ରାମର ସୁନା ବିସ୍କୁଟ ଜବତ ହୋଇଛି ।

ସେହିପରି ଜବତ ହୋଇଥିବା ସୁନା ବିସ୍କୁଟର ଆନୁମାନିକ ମୂଲ୍ୟ ୮୯.୭୪ ଲକ୍ଷ ହେବ ବୋଲି କଷ୍ଟମ ବିଭାଗ ସୂଚନା ଦେଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଦୁଇ ଜଣ ରେକ୍ଟମ( ମଳଦ୍ବାରର ଉପରି ଭାଗରେ) ପୂରାଇ ଏହି ସୁନା ବିସ୍କୁଟ ଆଣୁଥିବା ବେଳେ କଷ୍ଟମ ବିଭାଗ ଧରିଥିଲା ।

ସୂଚନା ଅନୁସାରେ, କତାର ରାଜଧାନୀ ଦୋହାରୁ ଦୁଇ ଜଣ ପୁରଷ ଯାତ୍ରୀ ସୁନା ବିସ୍କୁଟ ନେଇ ହାଇଦ୍ରାବାଦ ଏୟାରପୋର୍ଟ ଆସୁଛନ୍ତି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ କଷ୍ଟମ ବିଭାଗକୁ ସୂଚନା ଦିଆଯାଇଥିଲା । ସୂଚନା ଆଧାରରେ କଷ୍ଟମ ବିଭାଗ ଫାଇଟ ନମ୍ବର 6E1714ର ଯାତ୍ରଙ୍କୁ ଯାଞ୍ଚ କରାଯାଇଥିଲା । ଏହାପରେ ଏହି ୨ ଯାତ୍ରୀଙ୍କ ନିକଟରୁ ସୁନା ବିସ୍କୁଟ ଜବତ କରିଛି କଷ୍ଟମ ବିଭାଗ ।

ସେହିପରି ଚଳିତ ବର୍ଷ ଫେବୃଆରୀ ୨୨ ତାରିଖରେ ଇମ୍ଫାଲରୁ ହାଇଦ୍ରାବାଦ ଏହିଭଳି ଢଙ୍ଗରେ ସୁନା ବିସ୍କୁଟ ଆଣୁଥିବା ବେଳେ ତାକୁ ଗିରଫ କରିବା ସହ ୯୭୫.୧୬ ଗ୍ରାମର ସୁନା ଜବତ କରିଥିଲା । ତେବେ ଏହି ସୁନାର ଆନୁମାନିକ ମୂଲ୍ୟ ୫୦.୭୦ ଲକ୍ଷ ହେବ ବୋଲି ସେତେବେଳେ କଷ୍ଟମ ବିଭାଗ ପକ୍ଷରୁ କୁହାଯାଇଥିଲା । ଏହି ବର୍ଷ ଜାନୁଆରୀ ୧୧ରେ ଦୁବାଇରୁ ଆସୁଥିବା ଜଣେ ମହିଳା ଯାତ୍ରୀଙ୍କ ନିକଟରୁ ୧.୪୮ କିଲୋଗ୍ରାମ ସୁନା ଜବତ ହୋଇଥିବା ବେଳେ ଏହାର ମୂଲ୍ୟ ୭୨.୮୦ ଲକ୍ଷ ଟଙ୍କା ହେବ ବୋଲି ବିଭାଗ କହିଥିଲେ ।

ଅନ୍ୟପଟେ ସମସ୍ତ ଯାତ୍ରୀ ଏହି ଢଙ୍ଗରେ ସୁନା ଆଣୁଥିବା ବେଳେ ଗତବର୍ଷ ଡିସେମ୍ବର ଶେଷ ସପ୍ତାହରେ ଦୁବାଇରୁ ଜଣେ ଯାତ୍ରୀଙ୍କ ପାଖରୁ କଷ୍ଟମ ଅଧିକାରୀ ୫୯.୨୩ ଲକ୍ଷ ଟଙ୍କା ତଥା ୧.୧୯ କିଲୋଗ୍ରାମର ସୁନାର ଜବତ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.