ETV Bharat / bharat

PIZZA ଭିତରୁ କାଚ ଖଣ୍ଡ ବାହାରିଥିବା ଅଭିଯୋଗ, ଡୋମିନୋଜର ତଦନ୍ତ ନିର୍ଦ୍ଦେଶ

author img

By

Published : Oct 9, 2022, 4:22 PM IST

ପିଜା ଖାଉଥିଲେ ସାବଧାନ ! ପିଜା ଭିତରୁ କାଚ ଖଣ୍ଡ ବାହାରିଥିବା ନେଇ ମୁମ୍ବାଇର ଜଣେ ଗ୍ରାହକ ଡୋମିନୋଜ ପିଜା କମ୍ପାନୀ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ

PIZZA ଭିତରୁ କାଚ ଖଣ୍ଡ ବାହାରିଥିବା ଅଭିଯୋଗ, ଡୋମିନୋଜର ତଦନ୍ତ ନିର୍ଦ୍ଦେଶ
PIZZA ଭିତରୁ କାଚ ଖଣ୍ଡ ବାହାରିଥିବା ଅଭିଯୋଗ, ଡୋମିନୋଜର ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ: ପିଜା କାହାର ବା ପସନ୍ଦ ନୁହେଁ । ଆଜିକାଲିର ଅଧିକାଂଶ ଯୁବପିଢି ଏହି ଖାଦ୍ୟକୁ ବେଶ ପସନ୍ଦ କରନ୍ତି । ତେବେ ଏହି ଘଟଣାଟି ଘଟିବା ପରେ ପିଜା ଖାଉଥିବା ବେଳେ ଟିକେ ସାବଧାନତା ଅବଲମ୍ବନ କରିବା ଜରୁରୀ ହୋଇପଡ଼ିଛି । ମୁମ୍ବାଇର ଏକ ବ୍ୟକ୍ତିଙ୍କ ଅଭିଯୋଗ ଅନୁସାରେ ଡୋମିନୋଜ ପିଜା ଭିତରୁ ମିଳିଛି କାଚ ଖଣ୍ଡ (Glass shards in Domino's Pizza) । ସେ କାଚ ଖଣ୍ଡର ଫଟୋ ଉଠାଇ ମୁମ୍ବାଇ ପୋଲିସକୁ ଟ୍ବିଟ କରିବା ପରେ କମ୍ପାନୀ (Dominos) ତୁରନ୍ତ ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି ।

ମିଳିଥିବା ସୂଚନା ଅନୁସାରେ ସ୍ବପ୍ନ ନଗରୀ ମୁମ୍ବାଇ ଅଧିବାସୀ ଅରୁଣ କୋଲ୍ଲୁରୀ ଅନଲାଇନରେ ପିଜା ଅର୍ଡର କରିଥିଲେ । ପିଜା ଖାଇବା ସମୟରେ ଏଥିରୁ ସେ ଏକ କାଚ ଖଣ୍ଡ ପାଇଥିବା ଅଭିଯୋଗ କରିଛନ୍ତି । ଏହାପରେ ଏହି ପିଜା କମ୍ପାନୀର ଖାଦ୍ୟ ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହାପରେ ସେ ପିଜା ସହିତ ଏହି କାଚ ଖଣ୍ଡର ଫଟୋକୁ ଟ୍ବିଟରରେ ପୋଷ୍ଟ କରି ମୁମ୍ବାଇ ପୋଲିସକୁ ଟ୍ୟାଗ୍‌ କରିଛନ୍ତି ।

ତାଙ୍କ ଅଭିଯୋଗ ଅନୁସାରେ ସେ ପିଜା ମଧ୍ୟରୁ ୨ରୁ ୩ ଖଣ୍ଡ କାଚକୁ ଠାବ କରିଛନ୍ତି । ମାତ୍ର ସେ ନିଜ ଅର୍ଡର ଓ ବାସଭବନ ଠିକଣା ସମ୍ପର୍କରେ କୌଣସି ତଥ୍ୟ ସେୟାର କରିନାହାନ୍ତି । ଏହାପରେ ଡୋମିନୋଜର କଷ୍ଟମର କେୟାର (Customer care centre)କୁ ଯୋଗାଯୋଗ କରିବାକୁ ମୁମ୍ବାଇ ପୋଲିସ ପରାମର୍ଶ ଦେଇଥିଲା । କମ୍ପାନୀ କଷ୍ଟମର କେୟାର ସେଣ୍ଟର କୌଣସି ପ୍ରତିକ୍ରିୟା ନ ଦେଲେ ଆଇନର ଦ୍ବାରସ୍ଥ ହେବାକୁ ମୁମ୍ବାଇ ପୋଲିସ କହିଥିଲା ।

ଏହା ବି ପଢନ୍ତୁ- ଉତ୍ତର ପ୍ରଦେଶରେ ଅଘଟଣ: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୩ ଶିଶୁଙ୍କ ସମେତ ୭ ମୃତ

ଏ ନେଇ ଡୋମିନୋଜ କମ୍ପାନୀର ମୁଖପାତ୍ର କହିଛନ୍ତି, "ଖାଦ୍ୟ ତିଆରି ବେଳେ ରୋଷେଇ ଘରେ ନୋ-ଗ୍ଲାସ ପିଲିସି (NO-GLASS POLICY) ର ପାଳନ କରିଥାଉ । ଗ୍ରାହକଙ୍କୁ ସୁରକ୍ଷିତ ଭାବରେ ଉତ୍ତମ ଗୁଣବତ୍ତା ବଜାୟ ରଖୁଥିବା ଖାଦ୍ୟ ବା ଉନ୍ନତମାନର ଖାଦ୍ୟ ଦେଇଥାଉ । ଆମେ ଘଟଣାର ତଦନ୍ତ ଜାରି ରଖିଛୁ । ଗ୍ରାହକଙ୍କ ପିଜାର ସାମ୍ପଲ୍‌ ସଂଗ୍ରହ କରାଯାଇ ତଦନ୍ତ ଚାଲିଛି । କୌଣସି ତ୍ରୁଟି ଜଣାପଡ଼ିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଅନ୍ୟପଟେ ଅରୁଣଙ୍କ ଟ୍ବିଟରେ ମଧ୍ୟ ଅନ୍ୟ ଜଣେ ଗ୍ରାହକ କମେଣ୍ଟ କରି ଅନ୍ୟ ଏକ କମ୍ପାନୀ ଜମାଟୋ ବିରୋଧରେ ସମାନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, "ଦିଲ୍ଲୀରେ ମୁଁ ଚିକେନ ଠୁକପା ଓ ମୋମୋ ମଗାଇଥିଲି । ମୋମୋ ଭିତରୁ ଏକ ଛୋଟ ମେଟାଲ ଖଣ୍ଡ ବାହାରିଥିଲା । ଏଭଳି ଘଟଣାକୁ ରୋକିବା ଲାଗି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ । "

ଆଜିକାଲି ଯୁବପିଢି ଘର ଖାଦ୍ୟ ଖାଇବା ଅପେକ୍ଷା ବାହାର ଖାଦ୍ୟ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି । ଏହା ଶରୀର ପ୍ରତି ହାନିକାରକ ହୋଇଥିଲେ ମଧ୍ୟ ଏହି ଖାଦ୍ୟ ଗୁଡ଼ିକ ସେମାନଙ୍କର ପ୍ରଥମ ପସନ୍ଦ । ମାତ୍ର ଡୋମିନୋଜ ପିଜା ଭିତରୁ କାଚ ବାହାରିବା ଖବର ମିଳିବା ପରେ କମ୍ପାନୀର ବେପାର ମାନ୍ଦା ପଡ଼ିଛି । ଲୋକେ ଭୟଭୀତ ହୋଇ ଡୋମିନୋଜ ପିଜା ମଗାଉନଥିବା ଜଣାପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.