ETV Bharat / bharat

କୋରୋନା 3ୟ ତରଙ୍ଗକୁ ରୋକିବା ପାଇଁ ଦିଲ୍ଲୀରେ କର୍ଫ୍ୟୁ, ଲକଡାଉନ କଡାକଡି

author img

By

Published : Nov 27, 2020, 1:33 PM IST

କୋରୋନା ମହାମାରୀର ତୃତୀୟ ତରଙ୍ଗ ରାଜଧାନୀରେ ଆରମ୍ଭ ହୋଇଗଲାଣି । ତେବେ ଏହାକୁ ରୋକିବା ପାଇଁ ରାତ୍ରିକାଳୀନ କର୍ଫ୍ୟୁ ଓ ସାପ୍ତାହିକ ଲକଡାଉନକୁ କଡାକଡି ଭାବେ ଲାଗୁ ହେଉଛି ବୋଲି ରାଜ୍ୟ ସରକାର କୋର୍ଟକୁ କହିଛନ୍ତି । ଅଧିକ ପଢନ୍ତୁ...

Curfew, weekend luckdown actively considered in Delhi to combat 3rd phase od covid-19
କୋରୋନା 3ୟ ତରଙ୍ଗକୁ ରୋକିବା ପାଇଁ ଦିଲ୍ଲୀରେ କର୍ଫ୍ୟୁ, ଲକଡାଉନ କଡାକଡି

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ମହାମାରୀର ତୃତୀୟ ତରଙ୍ଗକୁ ମନ୍ଥର କରିବା ପାଇଁ ରାତ୍ରିକାଳୀନ କର୍ଫ୍ୟୁ ଓ ସାପ୍ତାହିକ ଲକଡାଉନକୁ ସୁଚାରୁରୂପେ କରାଯାଉଛି । ତେବେ ସଂକ୍ରମଣକୁ ରୋକିବା ପାଇଁ କର୍ଫ୍ୟୁ ଓ ଲକଡାଉନକୁ କଡା କରାଯାଇଥିବା ଦିଲ୍ଲୀ ସରକାର ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟଙ୍କୁ ସୂଚନା ଦେଇଛନ୍ତି ।

ଦିଲ୍ଲୀରେ କୋଭିଡ -19 ବୃଦ୍ଧି ଘଟୁଥିବାର ଯାଞ୍ଚ କରିବା ପାଇଁ ରାଜ୍ୟ ସରକାର କୌଣସି ଲକଡାଉନ ଲାଗୁ କରୁଛନ୍ତି କି ନାହିଁ ଏ ସଂପର୍କରେ କୋର୍ଟ ସରକାରଙ୍କୁ ପ୍ରଶ୍ନ କରିଥିଲେ । ତେବେ ଏହି ଲକଡାଉନକୁ କଡାକଡି କରାଯାଉଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ କୋର୍ଟକୁ ଉତ୍ତର ଦେଇଛନ୍ତି । ଗତ ସାତ ଦିନ ମଧ୍ୟରେ ଦିଲ୍ଲୀରେ ହାରାହାରି 6,103 କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ନଭେମ୍ବର 15 ମଧ୍ୟରେ ପଜିଟିଭ ହାର 15.3% କୁ ବୃଦ୍ଧି ପାଇଛି । ଗୁରୁବାର ଦିନ ଦିଲ୍ଲୀରେ 5,475 ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପଜିଟିଭ ହାର 8.65% ରେକର୍ଡ କରାଯାଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ ସୂଚନା ଦେଇଛନ୍ତି ।

ଗୃହ ମନ୍ତ୍ରଣାଳୟ ଦ୍ବାରା ଗତ ବୁଧବାର ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିବା ପାଇଁ ନୂତନ ନିର୍ଦ୍ଦେଶାବଳୀ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ବିନା ପରାମର୍ଶରେ ରାଜ୍ୟ ସରକାର କଣ୍ଟେନମେଣ୍ଟ ଜୋନ୍ ବାହାରେ କୌଣସି ଲକଡାଉନ ଲାଗୁ କରିବେ ନାହିଁ ଏହି ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି ।

ଲକଡାଉନ ଓ ରାତ୍ରିକାଳୀନ କର୍ଫ୍ୟୁ ସଂକ୍ରମଣକୁ ରୋକିବା ପାଇଁ ଦ୍ବିତୀୟ ପଦକ୍ଷେପ । ତେବେ କୋରୋନା ମହାମାରୀର ଏହି 3ୟ ତରଙ୍ଗକୁ ରୋକିବାକୁ ହେଲେ ସମସ୍ତଙ୍କୁ ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ଓ ହାତକୁ ସାନିଟାଇଜ କରିବା ନିତାନ୍ତ ଆବଶ୍ୟକ । ଲୋକମାନେ ଏହି ନିୟମଗୁଡିକୁ ପାଳନ ନ କଲେ ସଂକ୍ରମଣକୁ ରୋକିବା କଷ୍ଟସାଧ୍ୟ ବୋଲି ସଫଦରଜଙ୍ଗ ହସ୍ପିଟାଲର କମ୍ୟୁନିଟି ମେଡିସିନ ବିଭାଗର ମୁଖ୍ୟ ଜୁଗଲ କିଶୋର କହିଛନ୍ତି ।

ତେବେ ଦିଲ୍ଲୀ ସରକାର ସାମାଜିକ ଦୂରତା ନିୟମ ପାଳନ କରୁନଥିବା ଲୋକମାନେ ଜରିମାନା ଜମା କରିବା ପାଇଁ ଏକ ପୋର୍ଟାଲ ସ୍ଥାପନ କରିବା ଉଚିତ ବୋଲି କୋର୍ଟ କହିଛନ୍ତି । ଏହାସହିତ ବିବାହ ଉତ୍ସବରେ 50 ଲୋକଙ୍କୁ ଯୋଗ ଦେବା ପାଇଁ ସରକାରଙ୍କ ଆଦେଶକୁ ପାଳନ କରାଯିବା ଉପରେ ନଜର ରଖାଯିବା ଆବଶ୍ୟକ ବୋଲି କୋର୍ଟ ପରାମର୍ଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.