ETV Bharat / bharat

Tripura violence; ମହାରାଷ୍ଟ୍ରର 4 ସହରରେ ବଢିଲା କର୍ଫ୍ୟୁ, BJPର ବିରୋଧ - ତ୍ରିପୁରା ହିଂସା

ତ୍ରିପୁରାରେ ମୁସଲମାନ ସମ୍ପ୍ରଦାୟ ବିରୁଦ୍ଧରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ବିରୋଧରେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ସମେତ ୪ ସହରରେ କର୍ଫ୍ୟୁକୁ ବଢାଇ ଦିଆଯାଇଛି । ଯାହାକୁ ବିରୋଧ କରିଛି ବିଜେପି । ଅଧିକ ପଢନ୍ତୁ

ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ସହ ୪ ଜିଲ୍ଲାରେ ବଢିଲା କର୍ଫ୍ୟୁ

author img

By

Published : Nov 15, 2021, 10:30 AM IST

ମୁମ୍ବାଇ: ତ୍ରିପୁରାରେ ମୁସଲମାନ ସମ୍ପ୍ରଦାୟ ବିରୁଦ୍ଧରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ବିରୋଧରେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ସମେତ ୪ ସହରରେ କର୍ଫ୍ୟୁ ଲାଗିଛି । ଯାହାକୁ ବିରୋଧ କରିଛି ବିଜେପି । ହିଂସା ଘଟଣାର ପ୍ରତିବାଦରେ ଗତକାଲି(ରବିବାର) ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ପୋଲିସ ପକ୍ଷକୁ ସୂଚନା ମିଳିଛି ।

ଶୁକ୍ରବାର ଓ ଶନିବାର ଦିନ ଅମରାବତୀ ସହରରେ ଘଟିଥିବା ପଥର ଫିଙ୍ଗିବା ଘଟଣାରେ ପୋଲିସ ମୋଟ 50 ଜଣଙ୍କୁ ଗିରଫ କରିଥିଲା । ରବିବାର ଦିନ ଅମରାବତୀରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ଏସଆରପିଏଫ (ଷ୍ଟେଟ ରିଜର୍ଭ ପୋଲିସ ଫୋର୍ସ)ର ଆଠଟି ବାଟାଲିୟନ ଏବଂ ବିଭିନ୍ନ ଜିଲ୍ଲାରୁ ଅତିରିକ୍ତ ସଂଖ୍ୟକ ପୋଲିସ କର୍ମଚାରୀ ସହରରେ ନିୟୋଜିତ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ ଯଶୋମତି ଠାକୁର ।

ଅମରାବତୀରେ SRPFର ଆଠଟି ବାଟାଲିୟନ ଏବଂ ଜଲନା, ନାଗପୁର, ୱାର୍ଡ଼ ଏବଂ ବୁଲଡାନା ଜିଲ୍ଲାରୁ ଅତିରିକ୍ତ ପୋଲିସ ଫୋର୍ସ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ଦ୍ବାରା ଏକ ପଦଯାତ୍ରା କରାଯାଇଥିବା କହିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ । ଏହି ସମୟରେ ଅମରାବତୀର ଗ୍ରାମାଞ୍ଚଳରେ ବିଜେପି ପକ୍ଷରୁ ଏକ ବନ୍ଦ ପାଳନ ହୋଇଥିଲା ।

ଶୁକ୍ରବାର ପଥର ଫିଙ୍ଗିବା ବିରୋଧରେ ଏକ ରାଲି କରିଥିବାରୁ ମହାରାଷ୍ଟ୍ରର ପୂର୍ବତନ କୃଷି ମନ୍ତ୍ରୀ ଅନିଲ ବୋନ୍ଦେ, ଏମଏଲସି ପ୍ରବୀଣ ପୋଟେ ଏବଂ ଅମରାବତି ଗ୍ରାମୀଣ ବିଜେପି ସଭାପତି ନିବେଦିତା ଚୌଧୁରୀଙ୍କୁ ପୋଲିସ ଗିରଫ କରିଥିଲା । ସମୁଦାୟ ୮ଜଣ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଅଟକ ରଖାଯାଇଥିଲା । ବର୍ତ୍ତମାନ ଅମରାବତୀର ମୋର୍ସି, ୱାରୁଦ, ଆଚଲପୁର ଏବଂ ଅଞ୍ଜଙ୍ଗାଓଁ ସୁରଜୀ ସହରରେ କର୍ଫ୍ୟୁ ଜାରି ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.